June 2, 2026

ବହୁ ପ୍ରତୀକ୍ଷା ର ଅନ୍ତ, ଅସ୍ତରଙ୍ଗ ରୁ ପୁରୀ ଗଡିଲା ଜଗନ୍ନାଥ ବସ୍

IMG-20260601-WA0044
Share

 

ଅସ୍ତରଙ୍ଗ୧/୬ ବହୁ ପ୍ରତୀକ୍ଷା ର ଅନ୍ତ ଘଟିଛି, ବହୁ ଦିନର ଦାବୀ ଓ଼ ପ୍ରତୀକ୍ଷା ପରେ ସୋମବାର ଠୁ ଅସ୍ତରଙ୍ଗ ରୁ ପୁରୀ ଯାତାୟାତ ପାଇଁ ରାଜ୍ୟ ସରକାର ଙ୍କ ପରିବହନ ବିଭାଗ ର ତତ୍ୱାବୋଧନ ଓ଼ ପୁରୀ ଜିଲ୍ଲା ଆଞ୍ଚଳିକ ପରିବହନ, ଶ୍ରୀ ମନ୍ଦିର ପ୍ରଶାସନ, ପୁରୀ ଜିଲ୍ଲାପାଳ ଙ୍କର ମିଳିତ ସହାୟତା ରେ ଦୁଇ ଗୋଟି ଜଗନ୍ନାଥ ବସ ରୁଟ ନମ୍ବର ୫୭/୧ଓ଼ ୨ ଆଜିଠୁ ଯାତ୍ରୀ ସେବା ଆରମ୍ଭ କରିଛି,ପ୍ରଥମ ବସ ପୁରୀ ରୁ ସକାଳ ୭ ଘଟିକା ୩୦ ରୁ ବାହାରି ଅସ୍ତରଙ୍ଗ ରେ ୯ଘଟିକା ୩୫ ପହଞ୍ଚିବ ଓ଼ ୯:୪୫ ରୁ ଅସ୍ତରଙ୍ଗ ରୁ ବାହାରି ୧୧ଘଟିକା ୫୦ ରେ ପୁରୀ ରେ ପହଞ୍ଚିବ, ଦ୍ୱିତୀୟ ସିଟିଙ୍ଗ ରେ ଏହି ବସ ମଧ୍ୟାହ୍ନ ୧ ଘଟିକା ୩୫ ମିନିଟ ରୁ ପୁରୀ ରୁ ବାହାରି ଅପରାହ୍ନ ୩:୪୦ ରେ ଅସ୍ତରଙ୍ଗ ରେ ପହଞ୍ଚିବ ପୁନଃବାର ୩ ଘଟିକା ୫୦ ରୁ ବାହାରି ସନ୍ଧ୍ୟା ୫ଘଟିକା ୫୫ ମିନିଟ ରେ ପୁରୀ ରେ ପହଞ୍ଚିବ, ଏହି ସମୟ ର ୧ ଘଣ୍ଟା ବିଳମ୍ବ ରେ ଦ୍ୱିତୀୟ ରୁଟ ଯଥା ୫୭/୨ ବସ ଟି ଯାତାୟାତ କରିବ, ଅନେକ ଦିନ ର ଦାବୀ ପୁରଣ ପରେ ଏହି ଶୀତତାପ ନିୟନ୍ତ୍ରିତ ବ୍ୟାଟେରୀ ବସ ଅସ୍ତରଙ୍ଗ ରୁ ଶ୍ରୀକ୍ଷେତ୍ର କୁ ସିଧାସଳଖ ଲୋକ ଙ୍କୁ ସେବା ଯୋଗାଇବ, ଆଜି ଜାଗୁଳେଇ ପଡିଆ ରେ ଏହି ଜଗନ୍ନାଥ ବସ ସେବା ର ଉଦ୍ଘାଟନ ହୋଇଛି, ଏହି ଉଦ୍ଘାଟନ ଉତ୍ସବ ରେ ମୁଖ୍ୟଅତିଥି ଭାବେ ଜଗତସିଂହପୁର ସାଂସଦ ଙ୍କ ଅସ୍ତରଙ୍ଗ ବ୍ଲକ ପ୍ରତିନିଧି ଦିବାକର ଛାଟୋଇ ଯୋଗ ଦେଇଥିବା ବେଳେ ଅସ୍ତରଙ୍ଗ ସରପଞ୍ଚ ରାମଚନ୍ଦ୍ର କାଣ୍ଡି, ବହୁମୁଖି ଚାରିଟେବୁଲ ଟ୍ରଷ୍ଟ ର ସଭାପତି ସୁଶାନ୍ତ ପରିଡା, ସମ୍ପାଦକ ବିଶ୍ୱଜିତ ବିଶ୍ୱାଳ, ଡିପୋ ର ପୁରୀ ଜିଲ୍ଲା ପ୍ରକଳ୍ପ ମୁଖ୍ୟ ଉତ୍କଳ ସାମଲ ଓ଼ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ, ବହୁମୁଖି ଯୁବ ଚାରିଟେବୁଲ ଟ୍ରଷ୍ଟ ର ଦାବି ରେ ଏହି କାର୍ଯ୍ୟ ସମ୍ପାଦନ ହୋଇଛି ବୋଲି ଉପସ୍ଥିତ ଅତିଥି ମାନେ ଟ୍ରଷ୍ଟ ର କର୍ମକର୍ତ୍ତା ଙ୍କୁ ଅଶେଷ ଧନ୍ୟବାଦ ଜ୍ଞାପନ କରିବା ସହ ରାଜ୍ୟ ସରକାର, ପୁରୀ ଜିଲ୍ଲାପାଳ, ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ସସ୍ମିତା ବେହେରା, ଶ୍ରୀ ମନ୍ଦିର ପ୍ରଶାସନ କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି l