June 2, 2026

ପ୍ରଫେସର ଡାକ୍ତର ସୀତାରାମ ମହାପାତ୍ର ହାଇଟେକ୍ ମେଡିକାଲ୍‌ର ନୂଆ ଅଧୀକ୍ଷକ ନିଯୁକ୍ତ

IMG-20260601-WA0034
Share

 

ଭୁବନେଶ୍ଵର (କୃଷ୍ଣ କୁମାର ବେହେରା) ବରିଷ୍ଠ ଚିକିତ୍ସାବିତ୍ ତଥା ପ୍ୟାଥୋଲୋଜି ବିଭାଗର ପ୍ରଫେସର ଡାକ୍ତର ସୀତାରାମ ମହାପାତ୍ର, ହାଇଟେକ୍ ମେଡିକାଲ୍ କଲେଜ୍‌ ଓ ହସ୍‌ପିଟାଲ ଭୁବନେଶ୍ଵରରେ ନିର୍ଦ୍ଦେଶକ ପ୍ରଶାସନ ଓ ମେଡିକାଲ୍ ଅକ୍ଷକ ଭାବରେ ନିଯୁକ୍ତି ପାଇଛନ୍ତି I ଚିକିତ୍ସା ସହ ପ୍ରଶାସନିକ କ୍ଷେତ୍ରରେ ଡାକ୍ତର ସୀତାରାମ ମହାପାତ୍ରଙ୍କ ଦୀର୍ଘ ବର୍ଷର ଦକ୍ଷତା ଓ ଅଭିଜ୍ଞତା ରହିଛି I ଏହା ପୂର୍ବରୁ ଡାକ୍ତର ମହାପାତ୍ର ରାଜ୍ୟ ସରକାରଙ୍କ ୱହୁ ଗୁରୁତ୍ଵପୂର୍ଣ ପଦବୀରେ ନିଷ୍ଠାର ସହ କାର୍ଯ୍ୟ କରିଛନ୍ତି I ବର୍ତ୍ତମାନ ଯାଜପୁରର ମହାରାଜା ଯଯାତୀ କେଶରୀ ମେଡିକାଲ୍ କଲେଜ୍ ଓ ହସ୍‌ପିଟାଲର ଡିନ୍ ଓ ଅଧ୍ଯକ୍ଷ ଭାବରେ କାର୍ଯ୍ୟ କରୁଥିବା ବେଳେ, ଜଣେ ସୁନାମଧନ୍ୟ ଚିକିତ୍ସାବିତ୍ ଓ ପ୍ରଶାସକ ଭାବରେ ଡାକ୍ତର ସୀତାରାମ ମହାପାତ୍ରଙ୍କ ଖ୍ୟାତି ରହିଛି, ପୂର୍ବରୁ ସେ ଓଜେଇଇର ଅକ୍ଷକ ଓ ଡିଏମ୍ଇଟି ଭାବରେ କାର୍ଯ୍ୟର କରି ପରୀକ୍ଷା ଓ ଶିକ୍ଷାଗତ ଢାଞ୍ଚାରେ ଅନେକ ଗୁଡିଏ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛନ୍ତି I ହାଇଟେକ୍ ଗ୍ରୁପ୍‌ର ପ୍ରତିଷ୍ଠାତା ଅଧ୍ଯକ୍ଷ ଡକ୍ଟର ତିରୁପତି ପାଣିଗ୍ରାହୀ, ମ୍ୟାନେଜିଂ ଟ୍ରଷ୍ଟି ସୁରେଶ ପାଣିଗ୍ରାହୀ, ପାରଳାଖେମୁଣ୍ଡି ବିଧାୟକ ଇଞ୍ଜିନିୟର ରୁପେଶ ପାଣିଗ୍ରାହୀ, ଡାକ୍ତର ରାକେଶ ପାଣିଗ୍ରାହୀ, ନିର୍ଦ୍ଦେଶିକା ମଧୁସ୍ମିତା ପାଣିଗ୍ରାହୀ ଡାକ୍ତର ସୀତାରାମ ମହାପାତ୍ରଙ୍କ ନିଯୁକ୍ତିକୁ ସ୍ୱାଗତ କରିବା ସହ, ହାଇଟେକ୍ ମେଡିକାଲ୍ କଲେଜ୍‌ ଓ ହସ୍‌ପିଟାଲରେ ପ୍ରଫେସର ଡାକ୍ତର ମହାପାତ୍ରଙ୍କ କାର୍ଯ୍ୟକାଳ ନିଶ୍ଚିତ ରୁପରେ ହାଇଟେକ୍‌ର ସୁନାମ କୁ ଦ୍ଵିଗୁଣିତ କରିବ ବୋଲି ଆଶା କରିଛନ୍ତି ।