କଂଗ୍ରେସ ର କୃଷ୍ଣପ୍ରସାଦ ରେ ରଣହୁଙ୍କାର ଭୟଭୀତ ବିରୋଧୀ
ଆଜି ସନ୍ଧ୍ୟାରେ ପୁରୀଜିଲ୍ଲା କଂଗ୍ରେସ ସଭାପତି ରାଜେଶ ମିଶ୍ରଙ୍କ ନିର୍ଦେଶକ୍ରମେ କୃଷ୍ଣପ୍ରସାଦ ବ୍ଲକ କଂଗ୍ରେସ ସଭାପତି କିଶୋର ମହାନ୍ତିଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେ ଯୁବ କଂଗ୍ରେସ ନେତା ଇଞ୍ଜିନିଅର ଶେଖ ସଫିକ ଉଦିନ ସମସ୍ତଙ୍କ ପ୍ରିୟ ଗୋପୀ ଭାଇ ଯୋଗଦାନ କରି ଆସନ୍ତା ପଞ୍ଚାୟତ ନିର୍ବାଚନ ରେ କୃଷ୍ଣପ୍ରସାଦ ବ୍ଲକରେ କିଭଳି କଂଗ୍ରେସ କୃଷ୍ଣପ୍ରସାଦ ବ୍ଲକ ଅଧକ୍ଷ ପଦ ହାତେଇବ ସେଥିନିମନ୍ତେ ବିସ୍ତୃତ ଆଲୋଚନା କରିଥିଲେ l କଂଗ୍ରେସ ର ଏଭଳି କାର୍ଯ୍ୟକ୍ରମ ଦେଖି ବିରୋଧୀଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଛି l ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିବାରେ ସାତପଡ଼ା ଗ୍ରାମପଞ୍ଚାୟତ ସଭାପତି ଦିପକ ସୁନ୍ଦରା ଏବଂ ଗମ୍ଭାରୀ ଗ୍ରାମପଞ୍ଚାୟତ ସଭାପତି ଭଗବାନ ଜେନାଙ୍କ ସହିତ ଶତାଧିକ କର୍ମୀ ଯୋଗଦାନ କରି ଗୋପିଭାଇ ସହିତ ଆମେ ଅଛୁ ଆଗକୁ ରହିବୁ କହିବା ସହିତ ଗୋପିଭାଇ ଜିନ୍ଦାବାଦ ରେ ସଭାସ୍ଥଳକୁ କମ୍ପାଇଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
