May 29, 2026

କୋରାପୁଟକୁ ପ୍ରଦୂଷଣ ମୁକ୍ତ ସହ ପେଟ୍ରୋଲ, ଡିଜେଲର ସଙ୍କଟ ଟାଳିବାକୁ ସ୍ବତନ୍ତ୍ର ପଦକ୍ଷେପ ନେଇଛନ୍ତି ସରକାର

IMG-20260528-WA0039
Share

ଜୟପୁର,୨୭/୫ : କୋରାପୁଟକୁ ପ୍ରଦୂଷଣ ମୁକ୍ତ ସହ ପେଟ୍ରୋଲ, ଡିଜେଲର ସଙ୍କଟ ଟାଳିବାକୁ ସ୍ବତନ୍ତ୍ର ପଦକ୍ଷେପ ନେଇଛନ୍ତି ସରକାର ଖୁବ୍ ଶୀଘ୍ର ଜୟପୁରରୁ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଗଡ଼ିବ ୫୦ ଇଭି ବସ୍ ପ୍ରଧାନମନ୍ତ୍ରୀ ଇ-ଡ୍ରାଇଭଯୋଜନା ମାଧ୍ୟମରେ ଏହି ବସ୍ ଗୁଡ଼ିକ ୨୦୦ କିମି ଦୂରତା ମଧ୍ୟରେ ଚଳାଚଳ କରିବ। ପୁରୁଣା ରୁଟରେ ଗଡ଼ୁଥିବା ୨୪ ଟି ବସକୁ ସ୍କ୍ରାପରେ ବିକ୍ରି କରାଯାଇ ୬ ମାସ ମଧ୍ୟରେ ଇଭି ବସ ଚଳାଚଳକୁ ଗୁରୁତ୍ଵ ଦିଆଯିବ ବୋଲି କହିଛନ୍ତି ପରିବହନ ବିଭାଗର ଅତିରିକ୍ତ ସଚିବ ସଞ୍ଜୀବ ବିଶ୍ୱାଳ। ଇଭି ବସ ଚଳାଚଳ କରୁଥିବା ରୁଟରେ ଚାର୍ଜି ଷ୍ଟେସନର ବ୍ୟବସ୍ଥା ହେବ। ବିଦ୍ୟୁତ୍ ସବଷ୍ଟେସନ ସହ ସ୍ଵତନ୍ତ୍ର ଭାବେ ଟ୍ରାନ୍ସଫର୍ମର ବସିବ। କୋରାପୁଟ ଜିଲ୍ଲାର ୭ଟି ରୁଟରେ ଓଏସଆରଟିସି ବସ ଚଳାଚଳ ବନ୍ଦ ରହିଛି। ସେହିପରି ୬ ପଞ୍ଚାୟତକୁ ଆଦୌ ବସ ସେବା ନାହିଁ। ବସ ସେବା ନଥିବା ପଞ୍ଚାୟତ ଗୁଡ଼ିକ ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ଯୋଡ଼ିହେବ। ଇଭି ବସ ଆସିବା ସଙ୍ଗେ ସଙ୍ଗେ ଏହି ସବୁ ରୁଟରେ ବସ ଗଡ଼ିବା ଅନ୍ୟପକ୍ଷରେ ବସ ଧୁଆ ପାଣିକୁ ନଷ୍ଟ ନ କରିବା ପାଇଁ ମଧ୍ୟ ଯୋଜନା ହୋଇଛି। ଦୁଇ ମାସ ମଧ୍ୟରେ ଜୟପୁରରେ ଅଟୋମେଟିକ ୱାସିଂ ପ୍ଲାଣ୍ଟ ହେବ। ବସ ଧୁଆ ପାଣି ସ୍ୱେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟକୁ ଯାଇ ପୁଣି ଅନ୍ୟ ବସ ଧୁଆରେ ବ୍ୟବହାର ହେବ। ଫଳରେ ଜଳ ସଙ୍କଟ ଦୂର ହେବ ଦୀର୍ଘ ଦିନ ଧରି ବସଷ୍ଟାଣ୍ଡ ପରିସରରେ ପଡ଼ି ରହିଥିବା ପୁରୁଣା ବସ ଗୁଡ଼ିକ ସ୍କ୍ରାପରେ ବିକ୍ରି କରିବା ପାଇଁ ଟେଣ୍ଡର ହୋଇଛି। ମାସକ ମଧ୍ୟରେ ଏହି ପ୍ରକ୍ରିୟା ଶେଷ ହେବ। ଜୟପୁରରୁ ରାଜ୍ୟ ତଥା ରାଜ୍ୟ ବାହାରକୁ ଭଲଭୋ ଚଳାଚଳ ଯୋଜନା ହୋଇଛି । ଶାବର ଶ୍ରୀକ୍ଷେତ୍ରରୁ କାମାକ୍ଷା ପୀଠକୁ ଭଲଭୋ ସେବା ଆରମ୍ଭ ହେବ। ନୂଆ ଭଲଭୋ ବସ ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ବସ ଆସିଲେ ଆନ୍ଧ୍ର-ଛତିଶଗଡ଼-ତେଲେଙ୍ଗାନାର ପ୍ରମୁଖ ସ୍ଥାନକୁ ପୁଣି ସେବା ଆରମ୍ଭ ହେବ ଜୟପୁର-ତିରୁପତି ବସ ଚଳାଚଳ ଦିଗରେ ମଧ୍ୟ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ବିଶ୍ଵାଳ ସୂଚନା ଦେଇଛନ୍ତି। ଗସ୍ତ ସମୟରେ ଜିଲ୍ଲାରେ ନିର୍ମାଣଧୀନ ଅଟଳ ବସଷ୍ଟାଣ୍ଡ ଗୁଡ଼ିକର ସ୍ଥିତି ଅନୁଧ୍ୟାନ କରିବା ସହ ବସ ଚଳାଚଳକୁ ସୁଗମ କରିବା ପାଇଁ ଜିଲ୍ଲାପାଳ ମନୋଜ ସତ୍ୟବାନ ଙ୍କ ସହ ଆଲଚନା କରିଥଲେ ଅତିରିକ୍ତ ସଚିବ।