May 27, 2026

ସୁନାବେଡ଼ାରେ ପ୍ରକଳ୍ପ ନିର୍ଦ୍ଧେଶକ ଡୁଡ଼ା କୋରାପୁଟଙ୍କ ସମୀକ୍ଷା

IMG-20260526-WA0046
Share

 

*ଆହାର କେନ୍ଦ୍ରରେ ଓ , ଆବର୍ଜନା ପୁନଃପ୍ରକ୍ରିୟାକରଣ କେନ୍ଦ୍ରକୁ ଅଧିକ ସକ୍ରିୟ କରିବାକୁ ନିର୍ଦେଶ ଦେଲେ*

 

*ସୁନାବେଡ଼ା, ୨୬. ୦୫.୨୦୨୬:* ପ୍ରକଳ୍ପ ନିର୍ଦ୍ଧେଶକ ଡୁଡ଼ା କୋରାପୁଟ ତଥା ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ ଆଜି ସୁନାବେଡ଼ା ଆହାର କେନ୍ଦ୍ର ଓ ଆବର୍ଜନା ପୁନଃପ୍ରକ୍ରିୟାକରଣ କେନ୍ଦ୍ର ପରିଦର୍ଶନ କରି ସମୀକ୍ଷା କରିଛନ୍ତି। ସେ ଆହାର କେନ୍ଦ୍ରର ଖାଦ୍ୟ ଗୁଣବତ୍ତା ନେଇ ସନ୍ତୋଷ ପ୍ରକାଶ କରିବା ସହ ଆବର୍ଜନା ପୁନଃପ୍ରକ୍ରିୟାକରଣ କେନ୍ଦ୍ରରେ ୧୦୦% ଡୋର-ଟୁ-ଡୋର ସଂଗ୍ରହ ଓ କମ୍ପୋଷ୍ଟ ବ୍ରାଣ୍ଡିଂ ପାଇଁ ନିର୍ଦେଶ ଦେଇଛନ୍ତି।

ସେ ଆହାର କେନ୍ଦ୍ରରେ ପହଞ୍ଚି ମଧ୍ୟାହ୍ନ ଭୋଜନ ଚାଖିଥିଲେ। ଦୈନିକ ୪୫୦ ରୁ ଅଧିକ ହିତାଧିକାରୀ ମାତ୍ର ୫ ଟଙ୍କା ରେ ଭୋଜନ କରୁଛନ୍ତି I ସେ ପାନୀୟ ଜଳ ଓ ପରିମଳ ବ୍ୟବସ୍ଥାକୁ ଆହୁରି ଉନ୍ନତ କରିବାକୁ କହିଥିଲେ।

ଏହାପରେ *ଆବର୍ଜନା ପୁନଃପ୍ରକ୍ରିୟାକରଣ କେନ୍ଦ୍ର* ପରିଦର୍ଶନ କରି ସେ ଓଦା-ଶୁଖିଲା ବର୍ଜ୍ୟବସ୍ତୁ ପୃଥକୀକରଣ, କମ୍ପୋଷ୍ଟିଂ ୟୁନିଟ୍ ଓ ପ୍ଲାଷ୍ଟିକ ବେଲିଂ ପ୍ରକ୍ରିୟା ଯାଞ୍ଚ କରିଥିଲେ। ମହିଳା SHG ସଦସ୍ୟାମାନେ ଆବର୍ଜନା ସଂଗ୍ରହ ଓ କମ୍ପୋଷ୍ଟ ବିକ୍ରିରୁ କିପରି ରୋଜଗାର କରୁଛନ୍ତି, ସେ ସମ୍ପର୍କରେ ପଚାରି ବୁଝିଥିଲେ।

ସେ ସ୍ୱଚ୍ଛ ସାଥୀ ଓ SHG ମହିଳାଙ୍କୁ ପ୍ରଶଂସା କରିବା ସହ ନିର୍ଦେଶ ଦେଇଥିଲେ ପ୍ରତି ୱାର୍ଡରେ ୧୦୦% ଡୋର-ଟୁ-ଡୋର ସଂଗ୍ରହ କରିବାକୁ କହିଥିଲେ I ଏହି ଗସ୍ତ ସମୟରେ ସୁନାବେଡ଼ା ପୌର ପରିଷଦର ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତି ଥିଲେ Iକୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର

You may have missed