ଆଜିର ଖବର..
୧-ଭୁବନେଶ୍ବର: ୨୭ ପର୍ଯ୍ୟନ୍ତ ଗୁଳୁଗୁଳିରୁ ନିସ୍ତାର ନାହିଁ । ରାଜ୍ୟରେ ପ୍ରଚଣ୍ଡ ତାତି ଓ ଗୁଳୁଗୁଳିରେ ଛଟପଟ ଜୀବନ । ଅଂଶୁଘାତ ମୃତ୍ୟୁ ଅଭିଯୋଗ ୧୮ରେ ପହଞ୍ଚିଲା।
୨-ଭୁବନେଶ୍ୱର:ସକାଳ ୧୧ଟାରୁ ଅପରାହ୍ନ ୩ଟା ଯାଏଁ ଖରାରେ କାମ ବନ୍ଦ; ଶ୍ରମିକଙ୍କ ସୁରକ୍ଷାକୁ ପ୍ରାଥମିକତା, ପୂର୍ତ୍ତ ବିଭାଗର କଡ଼ା ନିର୍ଦ୍ଦେଶ।
୩-ରାଜ୍ୟରେ ୨୮୦୦ ସିଟ୍ କୁ ଆଶାୟୀ ଲକ୍ଷେ ୩୦ ହଜାର,ବିଏଡ୍ ପାଇଁ ଆନ୍ଧ୍ର ଓ ଛତିଶଗଡ଼ ଭରସା।
୪-ଝାରସୁଗୁଡ଼ା, ପଲସଦା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର:ପ୍ରସବ ପରେ ଅଘଟଣ, ହସ୍ପିଟାଲରେ ତଳେ ପଡ଼ି ନବଜାତ ଶିଶୁକନ୍ୟାର ମୃତ୍ୟୁ, ଅବହେଳା ଅଭିଯୋଗରେ ତୀବ୍ର ଉତ୍ତେଜନା।
୫-କଟକ-ପୁରୀ ବାଇପାସ୍ ରୋଡ୍ ପାଣ୍ଡରା ଛକ ନିକଟରେ ଘଟିଛି ସଡ଼କ ଦୁର୍ଘଟଣା ।ଅଟୋକୁ ଘୋଷାଡି , ବାଇକ୍ କୁ ପିଟିଲା ଟ୍ରକ୍।
୬-ଜୁଲାଇ ସୁଦ୍ଧା ଗାଁ କୁ ଯିବେ ସଚିବ,ଅନାଥ ଆଶ୍ରମ ଓ ଆହାର କେନ୍ଦ୍ରରେ ଖାଇବେ।
୭-୧୭ ତମ KIIT ଅନ୍ତର୍ଜାତୀୟ ଚେସ୍ ମହାକୁମ୍ଭ ଉଦ୍ଘାଟିତ, ଯୋଗଦେଲେ ୩ ହଜାର ଖେଳାଳି।
୮-ଜଳେଶ୍ୱର ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ୧୫ରୁ ଅଧିକ ଦୋକାନ।
୯-ପୁଲିସକୁ ନାହିଁ ଖାତିର ; ବ୍ରହ୍ମପୁରରେ ପୁଣି ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ।
୧୦-ମୋହନା:କାଳ ବୈଶାଖିରେ ଉଡ଼ିଲା ଟିଣ ଛପର ; ୨ ଗୁରୁତର, ୪ ଆହତ।
୧୧-ସୁନ୍ଦରଗଡ ହେମଗିରି ନୂଆଡିହିରେ ଅଘଟଣ।ଭୋଜି ଖାଇ ଚାଲିଗଲା କି ୪ ଜୀବନ; ଶୁଦ୍ଧିକ୍ରିୟା ଭୋଜି ଖାଇବା ପରେ ହେଲା ଝାଡାବାନ୍ତି !
୧୨-ଯୁବପିଢିଙ୍କୁ ବାୟା କରୁଛି ରିଲ୍ସ ନିଶା। ମଂଚେଶ୍ବର ଷ୍ଟେସନରେ ବଡ଼ ଅଘଟଣ। ଟ୍ରେନ ଉପରେ ଭିଡିଓ ସୁଟ୍ ବେଳେ ଲାଗିଲା କରେଣ୍ଟ। ଜଳିଗଲେ ରାଜସ୍ଥାନୀ ଯୁବକ, ଏମ୍ସରେ ହେଲେ ଭର୍ତ୍ତି।
୧୩-ଚମ୍ପୁଆ:ଅଇଁଠା-ବାସି ଦହିବରା ବିକୁଥିଲେ ; ଭାଇରାଲ ହେଲା ଭିଡ଼ିଓ। ଅଭିଯୁକ୍ତ ଗିରଫ।
୧୪-ନ ଆସି ବି ଡରାଇଲାଣି ଏଲନିନୋ; ଜୁନରୁ ସେପଟେମ୍ବର ଭିତରେ ପ୍ରଭାବ ପକାଇପାରେ।
୧୫-ମେ’୨୮ରେ ହେବାକୁ ଥିବା CUET UG ପରୀକ୍ଷା ସ୍ଥଗିତ।ଉଦ୍ ଉଲ୍ ଜୁହା କାରଣରୁ ତାରିଖ ପରିବର୍ତ୍ତନ।
୧୬-ମୁମ୍ବାଇକୁ ହରାଇ ୭ମ ଥର ପାଇଁ ପ୍ଲେ-ଅଫରେ ରାଜସ୍ଥାନ ରୟାଲ୍ସ, ଟୁର୍ଣ୍ଣାମେଣ୍ଟରୁ ବିଦା ହେଲେ ପଞ୍ଜାବ ଓ କୋଲକାତା।
୧୭-କର୍ଣ୍ଣାଟକରେ ଅଘଟଣ: ଶାମୁକା ଖୋଜିବାକୁ ଯାଇଁ ନଦୀରେ ବୁଡ଼ି ୮ ମୃତ, ୨ ନିଖୋଜ।
୧୮-ପଶ୍ଚିମବଙ୍ଗ ଫାଲଟାରେ ବିଜେପିର ବିଜୟ; ବିଜେପି ପ୍ରାର୍ଥୀ ଦେବାଂଶୁ ପଣ୍ଡାଙ୍କ ବିପୁଳ ବିଜୟ।
୧୯-ଭାରତ ଆମ୍ବ ନେବନି ଜାପାନ,ମାନକ ପୂରଣ କରୁ ନ ଥିବାରୁ କଟକଣା।
୨୦-ଶାନ୍ତି ଚୁକ୍ତି ପରେ ୩୦ ଦିନ ମଧ୍ୟରେ ସ୍ୱାଭାବିକ ହେବ ହର୍ମୁଜ ପ୍ରଣାଳୀର ଜାହାଜ ଚଳାଚଳ: ଇରାନ।
୨୧-ପାକିସ୍ତାନ ସେନା ରେଳରେ ଭୟଙ୍କର ବିସ୍ଫୋରଣ ; ୨୪ ମୃତ, ୫୦ ଆହତ ।
🙏 *ସୁପ୍ରଭାତ* 🙏
