April 26, 2026

ଶନିମନ୍ଦିର ରେ ଜଳାଭିଷେକ ପାଇଁ ସହସ୍ରାଧିକ ଭକ୍ତସମାଗମ

IMG-20260425-WA0091
Share

      ତିର୍ତ୍ତୋଲ ତା 25/4/2026 ଝଙ୍କଡ଼ ର ବିଭିନ୍ନ ସ୍ଥାନରେ ଗଢିଉଠିଥିବା ଶ୍ରୀ ଶ୍ରୀ ଶନିଦେବ ଙ୍କ ମନ୍ଦିରରେ, ପ୍ରତିବର୍ଷ ଅକ୍ଷୟତୃତୀୟା ପର ଶନିବାର ଦିନ ଜଳାଭିଷେକ ଅନୁଷ୍ଠିତ ହୋଇଆସୁଥିବା ବେଳେ, ଗତ ଶନିବାର ଦିନ ରାତି ତିନିଟା ଠାରୁ ଅପରାହ୍ନ ପର୍ଯ୍ୟନ୍ତ ସହସ୍ରାଧିକ ଭକ୍ତସମାଗମ ପରିଲକ୍ଷିତ ହୋଇଥିଲା l ଝଙ୍କଡ଼ ସାରଳାରୋଡ଼ ରେଳଷ୍ଟେସନ ପାର୍ଶ୍ଵରେ ଥିବା ଶନିଦେବ ଙ୍କ ମନ୍ଦିରରେ ନାହିଁନଥିବା ଭିଡ଼ଯୋଗୁଁ ଯାନବାହାନ ଗୁଡିକ ଯାତାୟାତ କ୍ଷେତ୍ରରେ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରିବାକୁ ପଡିଥିଲା l ମନ୍ଦିରପରିଚାଳନା କମିଟି ର ପ୍ରମୁଖ ବିରଜା ପ୍ରସନ୍ନ ପରିଜା ଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନ ରେ ଥଣ୍ଡାପାନୀୟ ଓ ପ୍ରସାଦ ବିତରଣ କରାଯାଇଥିଲା l ଠିକ ସେହିପରି ଗୋବିନ୍ଦପୁର ସାରଳା କେନାଲ ବ୍ରିଜ ପାର୍ଶ୍ୱରେ ନବନିର୍ମିତ ଶନିଦେବ ଙ୍କ ଭବ୍ୟ ଦିବ୍ୟ ମନ୍ଦିରରେ ମହାମନ୍ତ୍ର ନାମଯଜ୍ଞ ଚାଲିଥିବା ବେଳେ ପ୍ରତ୍ୟୁଷ ରୁ ସହସ୍ରାଧିକ ଶ୍ରଦ୍ଧାଳୁଭକ୍ତ ଜଳାଭିଷେକ କରି ପ୍ରଭୁଙ୍କ ପ୍ରସାଦ ସେବନ କରିଥିଲେ l ଶନିଦେବଙ୍କ ସମର୍ପିତ ଭକ୍ତ ଲକ୍ଷ୍ମୀଧର ଦାଶ (ଚଗଲି ) ଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନ ରେ ଆୟୋଜିତ ଏହି ସମସ୍ତକାର୍ଯ୍ୟକ୍ରମ କୁ ପ୍ରୀତିରଞ୍ଜନ ଦାଶ, ପ୍ରଣୟ କୁମାର ଦାଶ, ଅରକ୍ଷିତ ପରିଡା, ଶୁଭ୍ରଜିତ ସ୍ୱାଇଁ, ପ୍ରଶାନ୍ତ କୁମାର ରାଉତ, ଅଜୟ କୁମାର ପରିଡା, ଶୁଭ୍ରଜିତ ସ୍ୱାଇଁ, ଆଶିଷ କୁମାର ପରିଡା, ବିଜୟ କୁମାର ସ୍ୱାଇଁ, ସୁରଜ କୁମାର ଦାଶ, ଜଗବନ୍ଧୁ ସ୍ୱାଇଁ ଓ ସୁଶାନ୍ତ କୁମାର ଲେଙ୍କା ପ୍ରମୁଖ ଏହି ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିଲେ lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର