ସଅଁରା ସରକାରୀ ଉଚ୍ଚବିଦ୍ୟାଳୟ ରେ ପୋଷାକ ବିତରଣ ଉତ୍ସବ
ତିର୍ତ୍ତୋଲ ତା 24/4/2026 ଜଗତସିଂହପୁର ଜିଲ୍ଲା, ତିର୍ତ୍ତୋଲ ବ୍ଲକ ଅଧିନ ସଅଁରା ସରକାରୀ ଉଚ୍ଚବିଦ୍ୟାଳୟ ରେ ଅଧ୍ୟୟନ ରତ ଶିଶୁବାଟିକା ଠାରୁ ଦଶମଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କୁ ଗତ ଶୁକ୍ରବାର ଦିନ ପୂର୍ବାହ୍ନ ରେ, ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ 2026-27 ନିମନ୍ତେ ନୂତନ ପୋଷାକ ପ୍ରଦାନ କରାଯାଇଥିଲା l ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ବିଦ୍ୟାଳୟ ର ପ୍ରଧାନଶିକ୍ଷୟିତ୍ରୀ ମହାମାୟା ବିଶ୍ୱାଳ ସଭାପତିତ୍ବ କରିଥିଲେ l ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍ଥାନୀୟ ସରପଞ୍ଚ ବିକ୍ରମକେଶରୀ ସ୍ୱାଇଁ (ମୁନା ଭାଇ ) କହିଲେଯେ, ରାଜ୍ୟସରକାର ଙ୍କ ଶିକ୍ଷାବିଭାଗ ତରଫରୁ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ ଓ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟ ରେ ପାଠ୍ୟପୁସ୍ତକ ଠାରୁ ଆରମ୍ଭ କରି, ସୁଷମଖାଦ୍ୟ, ପୋଷାକ ଓ ସାଇକେଲ ପର୍ଯ୍ୟନ୍ତ ପ୍ରଦାନ କରାଯିବାର ଵିଧିବ୍ୟବସ୍ଥା ର ପ୍ରଚଳନ କରାଯାଇଛି l ଏ ସବୁକୁ ଦୃଷ୍ଟିରେ ରଖି ବିଦ୍ୟାର୍ଥୀମାନେ କଠୋର ପରିଶ୍ରମ ଓ ଅଧ୍ୟବସାୟ ଜାରି ରଖିବାର ଆବଶ୍ୟକତା ରହିଛି l ସମ୍ମାନିତ ଅତିଥି ଭାବେ,ପରିଚାଳନାକମିଟି ର ସଭାପତି ସର୍ବେଶ୍ୱର ଦାସ, ସଦସ୍ୟ ଗୌରୀକାନ୍ତ ସ୍ୱାଇଁ ଓ ଶିକ୍ଷାବିତ ବିଜୟ କୁମାର ନାୟକ ପ୍ରମୁଖ ଯୋଗଦେଇ, ପାଠପଢିବା ସହିତ ଭଲମଣିଷ ଓ ବଡ଼ମଣିଷ ହେବାପାଇଁ ପରାମର୍ଶ ଦେଇ ନୀତି ଓ ନୈତିକତା କୁ ବଜାୟ ରଖିବାକୁ ଅନୁପ୍ରାଣିତ କରିଥିଲେ l ତେବେ ଏହି ସମସ୍ତ କାର୍ଯ୍ୟକ୍ରମ କୁ ପୁଷ୍ପଜିତ ମହାରଣା, ପଦ୍ମିନୀ ପ୍ରିୟଦର୍ଶିନୀ ଦାଶ, ଜୟଶ୍ରୀ ନାୟକ, ପ୍ରଜ୍ଞ୍l ପ୍ରିୟଦର୍ଶିନୀ,ଅନ୍ନପୂର୍ଣ୍ଣା ଓଝା, ଲକ୍ଷ୍ମୀପ୍ରିୟା ସ୍ୱାଇଁ, ଜୟନ୍ତୀ ପ୍ରଭା ଦାସ, ନୟନା ମଞ୍ଜରୀ ପାଳ, ସୁପ୍ରଭା ମହାନ୍ତି, ରତ୍ନପ୍ରଭା ସ୍ୱାଇଁ, ଓ ଗୀତାଞ୍ଜଳୀ ବାରିକ ପ୍ରମ୍ମୁଖ ପରିଚାଳନା କରିବାକ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିଲେ l ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ପିଲାମାନଙ୍କୁ ଚଳିତ ଶିକ୍ଷାବର୍ଷ ପାଇଁ ପୋଷାକ ବଣ୍ଟନ କରାଯାଇଥିଲା l ସହକାରୀ ଶିକ୍ଷକ ଟୁଟୁ ଦାସ, ଅତିଥିପରିଚୟ ଓ ସ୍ୱାଗତଭାଷଣ ଦେଇଥିଲାବେଳେ, ଶିକ୍ଷକ ବାବୁଲି ସ୍ୱାଇଁ ମଞ୍ଚପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
