ytuyu-1-292x300-1-150x150-1-150x150-1-150x150-1
Share

*ଖବର ଆଜିର*

ତାରିଖ ୨୮/୦୫/୨୦୨୩ ରବିବାର ।

 

୨୦୨୩ ଆଇପିଏଲ ଫାଇନାଲ ମ୍ୟାଚ୍ ଆଜି ରବିବାର ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି । ୪ଥରର ବିଜେତା ଚେନ୍ନାଇ ସୁପର କିଙ୍ଗସକୁ ଭେଟିବ ଡିଫେଣ୍ଡିଙ୍ଗ୍ ଚାମ୍ପିୟନ ଗୁଜରାଟ ଟାଇଟନ୍ସ ।

 

ଆଜି ଉଦଘାଟନ ହେବ ନୂଆ ସଂସଦ ଭବନ। ଚେନ୍ନାଇରୁ ଦିଲ୍ଲୀ ଆସିଲେ ୨୧ ପୂଜକ ।

 

ମୋଦୀଙ୍କୁ ରାଜଦଣ୍ଡ ‘ସେଙ୍ଗୋଲ୍’ ହସ୍ତାନ୍ତର କଲେ ଅଧୀନମ୍ ମହନ୍ତ,  ।

 

ପବିତ୍ର ସେଙ୍ଗୋଲକୁ ୱକିଂ ଷ୍ଟିକ୍ କରି ରଖାଯାଇଥିଲା, ଦିଆଯାଇନି ସମ୍ମାନ: ପିଏମ୍ ମୋଦୀ ।

 

ସ୍ୱତନ୍ତ୍ର କୋଟିଆ ନାଁ ମୁଦ୍ରିତ ଲଫାଫା ଉନ୍ମୋଚିତ, କୋର୍ଟରେ ପ୍ରମାଣିତ କରିବା ପାଇଁ ଆଉ ଏକ ପ୍ରୟାସ ।

 

ନୀତି ଆୟୋଗ ବୈଠକକୁ ଆସିଲେନି ୮ ମୁଖ୍ୟମନ୍ତ୍ରୀ। ବିକଶିତ ଭାରତ ୨୦୪୭’ ଲକ୍ଷ୍ୟ ରଖି ଯୋଜନା ପ୍ରସ୍ତୁତ

 

ଓଡ଼ିଶାରେ ଜିଓର ଦବ୍‌ଦବା, ମାର୍ଚ୍ଚରେ ଯୋଡ଼ିଛି ସର୍ବାଧିକ ନୂଆ ମୋବାଇଲ ଗ୍ରାହକ: ଟ୍ରାଇ ତଥ୍ୟ ।

 

ଭୁବନେଶ୍ୱରରେ ବାୱରିଆ ଗ୍ୟାଙ୍ଗର ଆତଙ୍କ। ଝାରପଡା ଜେଲରେ ଟିଆଇ ପରେଡରେ ଲୁଟେରାଙ୍କୁ ଚିହ୍ନଟ କଲେ ମହିଳା ।

 

ରୁପା ଛାଉଣୀ ହେବ ସିଂହଦ୍ୱାର, ଲାଗିବ ୧ କ୍ୱିଂଟାଲ ୫୪ କିଲୋ ରୁପା। ମରାମତି ହେବ ଶ୍ରୀଜଗନ୍ନାଥଙ୍କ ରତ୍ନ ପଲଙ୍କ ।

 

କୁସ୍ତି ଯୋଦ୍ଧାଙ୍କ ସମର୍ଥନରେ ବାହାରିଲେ ରାମଦେବ, କହିଲେ ମା’ଭଉଣୀଙ୍କ ବିଷୟରେ ବେକାର କଥା କହୁଥିବା ବ୍ରିଜ ଭୂଷଣଙ୍କୁ ଗିରଫ କର ।

 

ଖଡଗେ ଓ କେଜ୍ରିୱାଲଙ୍କ ନାଁରେ ଅଭିଯୋଗ ଦାଖଲ, ରାଷ୍ଟ୍ରପତିଙ୍କ ଜାତିକୁ ନେଇ ଦେଇଥିଲେ ବୟାନ ।

 

ମିଶନ ଶକ୍ତି ବିଭାଗର ସମୀକ୍ଷା: ଓଡ଼ିଶାରେ ଅଣପାରମ୍ପରିକ କାର୍ଯ୍ୟରେ ନିୟୋଜିତ ହୋଇ ରୋଜଗାରକ୍ଷମ ହୋଇଛନ୍ତି ମହିଳା ।

 

ସମ୍ବଲପୁର ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ମୁସଲିମ ସମ୍ପ୍ରଦାୟ ବିରୋଧରେ ସ୍ଲୋଗାନ ଦେଇଥିବା ବ୍ୟକ୍ତିର ଜାମିନ ନାମଞ୍ଜୁର କଲେ ହାଇକୋର୍ଟ ।

 

ପିଆଜ ଉତ୍ପାଦନ ବୃଦ୍ଧି ଲକ୍ଷ୍ୟ ନେଇ କଳାହାଣ୍ଡି, ବରଗଡ଼, ନୂଆପଡ଼ା, ଅନୁଗୁଳ ଏବଂ ବୌଦ୍ଧରେ ସମୁଦାୟ ୬ ହଜାର ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ଗୋଦାମ ପାଇଁ ଓସାମ ବୋର୍ଡ ପକ୍ଷରୁ ଯୋଜନା କରାଯାଉଥିବା ସୂଚନା ଦେଇଛନ୍ତି ଓଡ଼ିଶା ରାଜ୍ୟ କୃଷି ବିପଣନ ପରିଷଦ (ଓସାମ ବୋର୍ଡ)ର ମହାପ୍ରବନ୍ଧକ ଧରିତ୍ରୀ ମିଶ୍ର।

 

୪ବର୍ଷରେ ପର୍ଯ୍ୟଟନ କ୍ଷେତ୍ରରେ ୫ହଜାର କୋଟିରୁ ଅଧିକ ପୁଞ୍ଜିନିବେଶ: ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ।

 

ପ୍ରଧାନମନ୍ତ୍ରୀଙ୍କ ହତ୍ୟାକାରୀର ଦୋଷ କ୍ଷମା କରାଯାଇଛି, ୟାସିନ ମଲ୍ଲିକର ମାମଲାରେ ପୁନର୍ବିଚାର ହେଉ; ମେହବୁବା ମୁଫ୍‌ତୀ ।

 

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ସମୀକ୍ଷା; ସ୍କିଲ୍‌-ଇନ୍‌-ଓଡ଼ିଶା ଆଜି ବିଶ୍ୱବ୍ରାଣ୍ଡ ଭାବେ ପରିଚିତ ।

 

ସୁପ୍ରଭାତ ,ଶୁଭ ସକାଳ ।