April 24, 2026
ajiro khabar
Share

 

 

୧-ଭୁବନେଶ୍ୱର:ସ୍କୁଲ ଏକାଡେମୀକ୍ କ୍ୟାଲେଣ୍ଡର ଜାରି, ଜାନୁଆରୀରେ ମାଟ୍ରିକ ପାଠ ରିଭିଜନ, ସେପ୍ଟେମ୍ବରରେ ଅର୍ଦ୍ଧବାର୍ଷିକ ପରୀକ୍ଷା, ଫେବୃଆରୀରେ ହେବ ମାଟ୍ରିକ ପରୀକ୍ଷା।

 

୨-ଜନଗଣନା କର୍ମଚାରୀଙ୍କ ସୁରକ୍ଷା ପାଇଁ ନୂଆ SOP ଜାରି, ବାଧା ସୃଷ୍ଟି କଲେ ଜୋରିମାନା ସହ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ।

 

୩-ମେ ୧୫ରୁ CBSE ଦଶମ ଶ୍ରେଣୀ ୨ୟ ବୋର୍ଡ଼ ପରୀକ୍ଷା ଆରମ୍ଭ ହେବ।ସକାଳ ୧୦:୩୦ ରୁ ୧:୩୦ ଯାଏ ଚାଲିବ ପରୀକ୍ଷା।ଛାତ୍ରଛାତ୍ରୀ ଅଳ୍ପ ମାର୍କ ରଖିଥିବା ବିଷୟରେ ରିପିଟ ପରୀକ୍ଷା ଦେଇ ପାରିବେ।

 

୪-ଭୁବନେଶ୍ୱର:ରେକର୍ଡ ବ୍ରେକ୍ ତାତି; ୪୪° ଛୁଇଁଲା ପାରଦ, ଝାରସୁଗୁଡ଼ା ଓ ତାଳଚେର ସବୁଠୁ ଉତ୍ତପ୍ତ।

 

୫-ଗରମ ଦିନରେ ତରଭୁଜ ଖାଇବାକୁ ଲୋକେ ପସନ୍ଦ କରନ୍ତି।ସକାଳ ୧୧ଟାରୁ ଅପରାହ୍ନ ୪ଟା ମଧ୍ୟରେ ଖାଇଲେ ଭଲ,ଖାଲିପେଟରେ ଖାଇବା ଅନୁଚିତ।

 

୬-ଭୁବନେଶ୍ୱର:ଏପ୍ରିଲ ୨୭ ରୁ ହୋଇପାରେ ଖରାଛୁଟି : ଗଣଶିକ୍ଷା ମନ୍ତ୍ରୀ

 

୭-ଢେଙ୍କାନାଳ, ଅନନ୍ତପୁର:ଜନଗଣନା ଅଧିକାରୀଙ୍କୁ ମାଡ଼ ମାରି ଜେଲ୍ ଗଲେ ୩ ବାପା-ପୁଅ।

 

୮-କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ନିଯୁକ୍ତି ମେଳାରେ ୪ହଜାର ୬୨୩ ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ଦେଲେ ୫ଟି ପରାମର୍ଶ।

 

୯-OAS ସ୍ତରରେ ଅଦଳବଦଳ, ୧୯ ଜଣ OAS ଅଧିକାରୀଙ୍କୁ ବଦଳି କଲେ ସରକାର।

 

୧୦-ବ୍ରହ୍ମପୁର:ରକ୍ତ ସମ୍ପର୍କରେ ବିଶ୍ୱାସଘାତକ; ସୁଧୀର ପାତ୍ର ହତ୍ୟାର ଅସଲ କାହାଣୀ; ମେନ୍ ଭିଲେନ୍ ଝିଆରୀ, କ୍ରାଇମ୍ ପାର୍ଟନର୍ ଥିଲା ବୟଫ୍ରେଣ୍ଡ।

 

୧୧-ସମ୍ବଲପୁର:ଭିସୁଟରେ ପୁଣି ରାଗିଂ ଅଭିଯୋଗ, ୪ ଜଣ ସିନିଅର ଛାତ୍ରଙ୍କୁ ଅର୍ଥଦଣ୍ଡରେ ଦଣ୍ଡିତ କଲା ଭିସୁଟ କତ୍ତୃର୍ପକ୍ଷ।

 

୧୨-ଯାଜପୁର ନାବାଳିକା ଦୁଷ୍କର୍ମ ମାମଲାରେ ଆସିଲା ରାୟ;ଦୋଷୀକୁ ୨୦ ବର୍ଷ ଜେଲଦଣ୍ଡ ସହ ପୀଡିତାଙ୍କୁ ଦେବେ ୮ ଲକ୍ଷ କ୍ଷତିପୂରଣ।

 

୧୩-ଜଗତସିଂହପୁର:ନିର୍ବନ୍ଧ ପରେ ଯୁବତୀଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ, ଅନ୍ୟତ୍ର ବିବାହ କଲେ ଜମି ଓ LIC ଟଙ୍କା ବୁଡ଼ିଯିବା ଆଶଙ୍କା କରୁଥିଲା ପ୍ରେମିକ।

 

୧୪-ସଞ୍ଜୁଙ୍କ ଶତକ ପରେ ଅକିଲ ହୁସେନଙ୍କ ଘାତକ ବୋଲିଂ, MIକୁ ଶୋଚନୀୟ ଭାବେ ହରାଇଲା CSK।

 

୧୫-ଚେନ୍ନାଇ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର, ଆୟୁଷ ମାହତ୍ରେଙ୍କ ସ୍ଥାନରେ ଯୋଗଦେଲେ ଆକାଶ ମାଧୱାଲ।

 

୧୬-ବେଙ୍ଗାଲୁରୁ:IPLର ୩୪ତମ ମ୍ୟାଚ୍,ଆଜି ଗୁଜରାଟକୁ ଭେଟିବ ବେଙ୍ଗାଲୁ।

 

୧୭-ପଶ୍ଚିମବଙ୍ଗ ଓ ତାମିଲନାଡୁରେ ରେକର୍ଡ ଭୋଟିଂ, ଭୋଟରଙ୍କୁ ସାଲ୍ୟୁଟ୍ ଜଣାଇଲେ ସିଇସି।

 

୧୮-ଦିଲ୍ଲୀରେ ଆଇଆଇଟି ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା, ୪ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭେଦ କରି କାଣ୍ଡ ଭିଆଇଲା ପୂର୍ବତନ ଚାକର।

 

୧୯-ଇସ୍ରାଏଲୀ ଆକ୍ରମଣରେ ଥରିଲା ଲେବାନନ୍ : ଅସ୍ତ୍ରବିରତି ସତ୍ତ୍ୱେ ଆଇଡିଏଫ୍‌ର ଏୟାର ଷ୍ଟ୍ରାଇକ୍, ମହିଳା ସାମ୍ବାଦିକଙ୍କ ସମେତ ୫ ମୃତ।

 

୨୦-ତେହେରାନ୍:ହୋର୍ମୁଜରୁ ବମ୍ପର ଟୋଲ୍ ଆଦାୟ, ସେଣ୍ଟ୍ରାଲ ବ୍ୟାଙ୍କରେ ଜମାକଲା ଇରାନ।