ଝଙ୍କଡ଼ ସାରଳା ପୀଠରେ ଦଧିବାମନ ଭଜନ ସନ୍ଧ୍ୟା ..
ବାଣୀକ୍ଷେତ୍ର ଝଙ୍କଡ଼ ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ସିଂହଦ୍ୱାର ସମ୍ମୁଖରେ ଗତ ବୁଧବାର ସନ୍ଧ୍ୟା ରେ ଯାଜପୁର ରୋଡ଼, ଲକ୍ଷ୍ମୀ ବଜାର ସ୍ଥିତ ଦଧିବାମନ ଭଜନ ସଂଧ୍ୟା ର କଳାକାର ମାନଙ୍କ ଦ୍ୱାରା, ମାଆଙ୍କ ନିକଟରେ ମାନସିକପୂର୍ଣ୍ଣ କରିବା ଉଦ୍ଦେଶ୍ୟ ରେ ଏକ ଭକ୍ତିସଙ୍ଗୀତ ର ଆସର ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠାନର ପ୍ରଯୋଜକ ତଥା ଉପସ୍ଥାପକ ସଙ୍ଗୀତନିର୍ଦ୍ଦେଶକ ଅରକ୍ଷିତ ସାହୁ ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମାଆଙ୍କ ଯୁବସେବାୟତ ଅନନ୍ତ ଚରଣ ରାଉଳ କଳାକାର ମାନଙ୍କୁ ମାଆଙ୍କ ଚନ୍ଦନ ସିନ୍ଦୁର, ପୁଷ୍ପମାଲ୍ୟ ଓ ଅଙ୍ଗବସ୍ତ୍ର ପ୍ରଦାନ କରିବା ପରେ, ଖ୍ୟାତନାମା କଣ୍ଠଶିଳ୍ପୀ ମାନେ ଭକ୍ତିରସାତ୍ମକ ସଙ୍ଗୀତ ପରିବେଷଣ କରି ଚନ୍ଦନଯାତ୍ରା ର ସନ୍ଧ୍ୟାକୁ ଉତ୍ସବମୁଖରିତ କରିଥିଲେ l ଏଥିରେ ଅରୁଣ ବେଉରିଆ, ଉଦୟ ମଲ୍ଲିକ, ଦିପ୍ତିମୟୀ ଦାସ ଓ ଟିକିନା ଦାସ ପ୍ରମୁଖ ମାଆଙ୍କର ଭକ୍ତିସଙ୍ଗୀତ ପରିବେଷଣ କରି, ଦର୍ଶାନାଭିଳାଷୀ ସମବେତ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ l ତରୁଣ, ଟୁକୁନା ଓ ଅରୁଣ ସାହୁ ବାଦ୍ୟଯନ୍ତ୍ର ପରିଚାଳନା କରିଥିବାବେଳେ, ମାଆଙ୍କ ପୂଜାପଣ୍ଡା ମହେନ୍ଦ୍ର ପଣ୍ଡା କଳାକାର ମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ l
