April 29, 2026

କୋଲର ରେ ଅନୁଷ୍ଠିତ ହେଲା ବିଜେଡ଼ି ର “ତିର୍ତୋଲ ସ୍ୱାଭିମାନ ମଞ୍ଚ

IMG-20260422-WA0045
Share

 

ତିର୍ତ୍ତୋଲ -୨୨/୦୪/୨୬

 

( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )

 

ବିଗତ ରାଜ୍ୟସଭା ନିମନ୍ତେ କ୍ରସ ଭୋଟିଂ କରି,ବିଜେଡିର ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ ଆସ୍ଥା ଓ ବିଶ୍ୱାସ ଉପରେ କୁଠାରଘାତ କରିଥିବା ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇଙ୍କ ର ଶାରଳା ରୋଡ଼ ଠାରେ କୁଶ ପୁତ୍ତଳିକା ଦାହ କରିବା ପରେ ଆଜି କୋଲର ଠାରେ ଆୟୋଜିତ ହୋଇଛି ବିଜେଡି ର ତିର୍ତୋଲ ସ୍ୱାଭିମାନ ମଞ୍ଚ l ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଛି ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ମାନଙ୍କୁ l ତିର୍ତ୍ତୋଲ ସ୍ୱାଭିମାନ ମଞ୍ଚ ନାମରେ ଆୟୋଜିତ ଏହି ସମାବେଶ ରେ ଆକର୍ଷଣ ର କେନ୍ଦ୍ରବିନ୍ଦୁ ଥିଲେ ଶ୍ରୀଯୁକ୍ତ ଦେବାଶିଷ ସାମନ୍ତରାୟ ( ରୁଷି ଭାଇ ), ଶ୍ରୀଯୁକ୍ତ ଚିରଞ୍ଜିବୀ ବିଶ୍ୱାଳ, ଡଃ. ରାଜଶ୍ରୀ ମଲ୍ଲିକ, ଶ୍ରୀଯୁକ୍ତ ପ୍ରତାପ ଜେନା । ଅନ୍ୟ ମାନଙ୍କ ମଧ୍ୟରେ ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା, ଉପାଧ୍ୟକ୍ଷା ସନ୍ଧ୍ୟାରାଣୀ ମହାନ୍ତି, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଜାତା ମହାନ୍ତି, ବ୍ଲକ ସଭାପତି ଗଙ୍ଗାଧର ବିଶ୍ୱାଳ, ବିଜେଡ଼ି ର ଜିଲ୍ଲା ଉପସଭାପତି ଅଶ୍ୱିନୀ କୁମାର ଦାସ, ଜିଲ୍ଲାପରିଷଦ ରଞ୍ଜିତା ସିଂହ, ସୁନୀଲ କୁମାର ବେହେରା, ମହିଳା ସଭାପତି ଲୋରା ମହାପାତ୍ର ପ୍ରମୁଖ ବହୁ ନେତୃବୃନ୍ଦ ଉପସ୍ଥିତ ରହି ତିର୍ତ୍ତୋଲ ର ସ୍ୱାଭିମାନ କୁ ଅକ୍ଷୁର୍ଣ୍ଣ ରଖିବାକୁ ଶପଥ ନେଇଥିଲେ l ଆଗାମୀ ପଞ୍ଚାୟତ ନିର୍ବାଚନ ରେ ପଞ୍ଚାୟତ ରୁ ବ୍ଲକ ପର୍ଯ୍ୟନ୍ତ ସବୁଥିରେ ପ୍ରାର୍ଥୀ ମାନଙ୍କୁ ବିଜୟୀ କରାଇ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ ସମର୍ଥନ କୁ ଦୃଢ଼ କରିବାକୁ ନେତୃବୃନ୍ଦ ଆହ୍ୱାନ ଦେଇଥିଲେ l ଏକ ହଜାର ରୁ ଅଧିକ ସମର୍ଥକ ମାନେ ସମାବେଶ ରେ ଯୋଗ ଦେଇଥିବା ବେଳେ ଦୀର୍ଘ ଦିନର ବ୍ୟବଧାନ ପରେ ପୂର୍ବତନ ବିଧାୟକ ମାନଙ୍କୁ ଏକ ମଞ୍ଚରେ ପାଇ ବହୁତ ଖୁସୀ ଅନୁଭବ କରୁଥିବାର ଦେଖିବାକୁ ମିଳିଥିଲା l ବିଶେଷ କରି ଦଳୀୟ ନୀତି ବିରୁଦ୍ଧରେ କ୍ରସ ଭୋଟିଂ କରିଥିବା ରମାକାନ୍ତ ଭୋଇ ଙ୍କୁ ତିର୍ତ୍ତୋଲ ର କୌଣସି ପଞ୍ଚାୟତ ରେ ପ୍ରବେଶ କରାଇ ନଦେବାକୁ କର୍ମୀ ମାନେ ସପଥ ନେଇଥିବା ଦେଖିବାକୁ ମିଳିଥିଲା l