*କୋରାପୁଟ ଠାରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ରେ ୩୩ ଜଣ କନ୍ୟା ଙ୍କୁ ସାମୁହିକ ବିବାହ ଉତ୍ସବ ପାଳନ..
(ଗୁପ୍ତେଶ୍ୱର ରଥ) କୋରାପୁଟ ଜିଲ୍ଲାରେ ଆଜି ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ଅଧିନରେ ଦକ୍ଷତା ବିକାଶ ତାଲିମ କେନ୍ଦ୍ର,କୋରାପୁଟ ପରିସରରେ ସାମୁହିକ ବିବାହ ଉତ୍ସବ ଆୟୋଜନ କରାଯାଇଛି।ଏହି ଅବସରରେ କୋରାପୁଟ ଜିଲ୍ଲାର ୩୩ ଜଣ କନ୍ୟାଙ୍କ ସାମୁହିକ ବିବାହ ଉତ୍ସବ ପାଳନ କରାଯାଇଛି। ଏହି ସାମୁହିକ ବିବାହ ଉତ୍ସବ ରେ କୋରାପୁଟ ଜିଲ୍ଲାପାଳ ଶ୍ରୀ ମୋନାଜ୍ ସତ୍ୟବାନ, କୋରାପୁଟ ବିଧ୍ୟାୟକ ଶ୍ରୀ ରଘୁରାମ ମାଛ ଓ ବହୁ ମାନ୍ୟ ଗନ୍ୟ ବ୍ୟକ୍ତି ମନେ ଉପସ୍ଥିତ ଥିଲେ। ଏହି ବିବାହ ଉତ୍ସବ ରେ ପ୍ରତି କନ୍ୟାଙ୍କୁ ୪୫,୦୦୦/- ଟଙ୍କା ପ୍ରଦାନ କରାଯାଇଥିଲା।
