April 24, 2026

ନର୍ଦ୍ଦମା ପାଣି ରେ ଭାସୁଛି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କ କାର୍ଯାଳୟ 

IMG-20260417-WA0057
Share

 

 

ଖୋରଧା -( ପ୍ରିୟଙ୍କା ମହାପାତ୍ର)- ବ୍ୟବସ୍ଥାପକ ଭାବରେ ଖୋରଧା ସହର ମଧ୍ୟ ରେ ଖୋରଧା ପୌର ପରିଷଦ ପକ୍ଷରୁ ଡ୍ରେନ୍ ଗୁଡିକ ନିର୍ମାଣ କରାଯାଇ ନଥିବାରୁ ଜଳ ନିଷ୍କାସନ ହୋଇନପାରି ଏହା ଏକ ଉତ୍କଟ ରୂପ ଧାରଣ କରିଛି l ଖୋରଧା ପୌରପରିଷଦ ର ୨୨ ଗୋଟି ୱାର୍ଡ ମଧ୍ଯ ରୁ ଅନେକ ୱାର୍ଡ ରେ ନିୟମିତ ଭାବରେ ଡ୍ରେନ ଗୁଡିକ ସଫା କରାଯାଉ ନାହିଁ l ଫଳରେ ଜଳ ନିଷ୍କାସନ ହୋଇନପାରି ଏକ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି l ପୌରାଞ୍ଚଳ ମଧ୍ୟ ରେ ବାସକରୁଥିବା ଅନେକ ଅଧିବାସୀ ନିଜ ନିଜ ର ଆବର୍ଜନା ପାଣି ଗୁଡିକ ପୌର ପରିଷଦ ପକ୍ଷରୁ ନିର୍ମାଣ କରାଯାଇଥିବା ଡ୍ରେନ ଗୁଡିକ ରେ ଅତି ଚତୁରତାର ସହିତ ସଂଯୋଗ କରିଦେଇଥିବା ରୁ ସେହି ଆବର୍ଜନା ପାଣି ଡ୍ରେନ ଦେଇ ନିଷ୍କାସନ ହୋଇ ନପାରି ରାସ୍ତା ଉପର ଦେଇ ପ୍ରବାହିତ ହେବା ଫଳରେ ଏକ ପୂତି ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି l ପୌର ପରିଷଦ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ଡ୍ରେନ୍ ନିର୍ମାଣ ଦାୟିତ୍ୱ ଠିକାଦାର ମାନଙ୍କୁ ପ୍ରଦାନ କରି ନିଜ ର ଦାୟିତ୍ବ ସାରି ଦେଇଥିବା ବେଳେ ଡ୍ରେନ ର ସ୍ଥାୟୀତ୍ୱ ଏବଂ ଜଳ ନିଷ୍କାସନ କିପରି ହେବ ସେଥିପ୍ରତି ଦୃଷ୍ଟି ଦିଆଯାଇ ନାହିଁ l ଫଳରେ ଖୋରଧା ସହରବାସି ଏକ ଭୟଙ୍କର ପରିସ୍ଥିତି ର ସମ୍ମୁଖୀନ ହେବାକୁ ଯାଉଛନ୍ତି l ବର୍ଷାଋତୁ ଖୁବ କମ ଦିନ ମଧ୍ୟରେ ଆସିବାକୁ ବାକି ଥିବା ବେଳେ ଏବେଠାରୁ ସଚେତନ ମୂଳକ ପଦକ୍ଷେପ ଗ୍ରହଣ କରାନଗଲେ ଡ୍ରେନ ପାଣି ଗୁଡିକ ନିଷ୍କାସନ ହୋଇନପାରି ଘର ଗୁଡିକ ଭିତରେ ପଶି ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେବ l ଖୋରଧା ଜିଲ୍ଲା ମୁଖ୍ୟ ଚିକିତ୍ସlଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଡ୍ରେନ ଉପରେ କ୍ୟାବିନ ଗୁଡିକ ଆବଦ୍ଧ କରି ରହିଥିବାରୁ ଡ୍ରେନ ଭିତର ଦେଇ ପ୍ରବାହିତ ହେଉଥିବା ଜଳ ସଠିକ ଭାବରେ ନିଷ୍କାସନ ହୋଇନପାରି ଖୋରଧା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କ କାର୍ଯାଳୟ ସମ୍ମୁଖ ଗେଟ ନିକଟରେ ଲହଡି ମାରୁଛି, ଫଳରେ ଦୈନିକ ଶହ ଶହ ସଂଖ୍ୟାରେ ଲୋକ ଜିଲ୍ଳା ମୁଖ୍ୟ ଚିକିତ୍ସାଧିକାରୀ ଙ୍କ କାର୍ଯ୍ୟାଳୟ କୁ ଯିବା ଆସିବା କରିବା ସମୟରେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଏବଂ ସେଠାରେ ଏକ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି l ଏଥିପ୍ରତି ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଏବଂ ଖୋରଧା ପୌର କର୍ତ୍ତୃପକ୍ଷ ଙ୍କ କୌଣସି ନିଘା ନାହିଁ l ଫଳରେ ସାଧାରଣ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି l

You may have missed