April 24, 2026
IMG-20260416-WA0066
Share

 

ବୁଗୁଡା : ତା ୧୬/୦୪/୨୬ : ବୁଗୁଡ଼ା ବ୍ଲକ ବାଲିପଦର ଗ୍ରାମସ୍ଥ ନୀଳକଣ୍ଠ ମନ୍ଦିର ନିକଟରେ ଜନୈକ ବୃଦ୍ଧ ଷଣ୍ଢ ଆକ୍ରମଣରେ ଆହତ ହୋଇ ବୁଗୁଡା ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାଯାଇଛି। ଆହତ ବୃଦ୍ଧ ଜଣକ ହେଲେ ଜଗନ୍ନାଥପ୍ରସାଦ ବ୍ଲକ ଭୂଷଣ୍ଡପାଳ ଗ୍ରାମର ମଦନ ନାୟକ(୭୦) । ପ୍ରକାଶ ଯେ, ଗୁରୁବାର ଅପରାହ୍ନରେ ମଦନ ବାଲିପଦର ଗାଁର ନୀଳକଣ୍ଠ ମନ୍ଦିର ନିକଟରେ ଛିଡାହୋଇଥିବା ବେଳେ ଏକ ଷଣ୍ଢ ତାଙ୍କୁ ହଠାତ୍ ଆକ୍ରମଣ କରିଥିଲା। ଆକ୍ରମଣରେ ଷଣ୍ଢର ଶିଙ୍ଗ ପଶି ମଦନଙ୍କ ଡାହାଣ ପଟ ଜଙ୍ଘରେ ଗଭୀର ଆଘାତ ଲାଗି ପ୍ରବଳ ରକ୍ତସ୍ରାବ ହୋଇଥିଲା । ସ୍ଥାନୀୟ ଲୋକେ ତାଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବୁଗୁଡା ମେଡିକାଲକୁ ପଠାଇଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କର ଅବସ୍ଥା ସ୍ଥିର ରହିଥିବା ଜଣାଯାଇଛି।

You may have missed