April 24, 2026

ମା ସାରଳା ଙ୍କ ମାର୍ଜନାପାଇଁ କ୍ଷୀରଦେଇଆସୁଥିବା ଧର୍ମପ୍ରାଣା ମହିଳା ଙ୍କ ପରଲୋକ ..

IMG-20260416-WA0021
Share

ତିର୍ତ୍ତୋଲ ତା 15/4/2026 ବର୍ଷବର୍ଷ ଧରି ମା ସାରଳା ଠାକୁରାଣୀ ଙ୍କ ପ୍ରାତଃ ମାର୍ଜ୍ଜନା ନିମନ୍ତେ ସୁଦ୍ଧ ଗାଈକ୍ଷୀର ଯୋଗାଇ ଆସୁଥିବା, ଧର୍ମପ୍ରାଣା ମହିଳା ରଙ୍ଗଲତା ଦାସ (92) ଙ୍କର ଗତ ପବିତ୍ର ପଣାସଂକ୍ରାନ୍ତି ଦିନ ମଧ୍ୟାହ୍ନ ର କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ ରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଯାଇଛି l ତାଙ୍କର ମରଶରୀର ଜନ୍ମମାଟି କନକପୁର ଠାରେ ପହଞ୍ଚିବାପରେ ଏକ ଶୋକାକୁଳ ପରିବେଶ ମଧ୍ୟରେ, ବସନ୍ତବଗିଚା ସ୍ଥିତ ଗ୍ରାମ୍ୟଶ୍ମାଶନ ରେ ଅନ୍ତେଷ୍ଟକ୍ରିୟା ସମ୍ପନ୍ନ ହୋଇଥିଲା l ବଡ଼ପୁଅ ସତ୍ୟାନନ୍ଦ ଦାସ ( ବୁଗୁଲି ) ମୁଖାଗ୍ନି ଦେଇଥିଲା ବେଳେ ଶବଶୋଭାଯାତ୍ରା ରେ ନିରଞ୍ଜନ ଦାସ, ପ୍ରଦୀପ୍ତ ଦାସ, ରବି ଦାସ, ବିନୋଦ ବେହେରା, ରାକେଶ କୁମାର ଦାସ, ଆଶିଷ ଦାସ, ବ୍ରଜକିଶୋର ଦାସ, ଲକ୍ଷ୍ମୀଧର ଦାସ, ବୈଷ୍ଣବ ଚରଣ ସାହୁ, ପ୍ରଣୟ କୁମାର ମହାନ୍ତି, ବସନ୍ତ କୁମାର ସାହୁ, ଶରତ ସାହୁ, ନିଲୁଆ, ଛବି, ଜିତୁ, ଆଦର୍ଶ ଓ ବାବୁଲା ଙ୍କ ସମେତ ଆତ୍ମୀୟସ୍ୱଜନ ଓ ଗ୍ରାମବାସୀ ମାନେ ଅଂଶଗ୍ରହଣ କରି ବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର

You may have missed