April 25, 2026

ଫ୍ରିଡମ’ଅନୁଷ୍ଠାନର ଦ୍ୱାରା ଜଳବାୟୁ ପରିବର୍ତ୍ତନର କାରଣ ଓ ନିରାକରଣ ସମ୍ପର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ —

IMG-20260416-WA0019
Share

ରା.ଉଦୟଗିରି(ଗଣେଶ ବିଷୋୟୀ )ବୁଧବାର ଦିନ କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟ ପରିସରରେ ଫ୍ରିଡ଼ମ ଅନୁଷ୍ଠାନ ତରଫରୁ ଜଳବାୟୁ ପରିବର୍ତ୍ତନର କାରଣ ଓ ନିରାକରଣ ବିଷୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅତିଥି ବୃନ୍ଦ ପ୍ରଦୀପ ପ୍ରଜ୍ବଳନ କରିଥିବା ବେଳେ ସଂସ୍କୃତ ଶିକ୍ଷକ ଶ୍ରୀ ପ୍ରସନ୍ନ କୁମାର ଦାସ ମନ୍ତ୍ର ଉଚ୍ଚାରଣ କରିଥିଲେ ଓ ଅନୁଷ୍ଠାନ ର ସଦସ୍ୟ ଶ୍ରୀ ଧନୁର୍ଦ୍ଧର ରଇତ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ।ଏହି ଅବସରରେ ମାନ୍ୟବର ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ରା.ଉଦୟଗିରି ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ଲଷ୍ମୀ ନାରାୟଣ ଶବର ମୁଖ୍ୟବକ୍ତା,ମହେନ୍ଦ୍ରଗଡ଼ ସରପଞ୍ଚ ଶ୍ରୀମତି କୁମୁଦିନୀ ଗମାଙ୍ଗ,ରା.ଉଦୟଗିରି ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ବୀରେନ୍ଦ୍ର କୁମାର ମଣ୍ଡଳ,ଛେଳିଗଡ଼ ହେଡମାଷ୍ଟର ଶ୍ରୀ ବନମାଳୀ ବଡ଼ରଇତ,କେ.ଏମ. ଭାଲିଆସାହି ପ୍ରଧାନ ଶିକ୍ଷକ ଶ୍ରୀ ପ୍ରହଲ୍ଲାଦ ସିଅଳ,ଛେଳିଗଡ଼ ବନପାଳ ଶ୍ରୀ ବିଭୀଷଣ ଭୂୟାଁ, ମହେନ୍ଦ୍ରଗଡ଼ ବନପାଳ ଶ୍ରୀ ମୋଜେସ ଶବର ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ।କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଲୋକନାଥ ନାହାକ ସଭାପତି ଆସନ ଅଳଙ୍କୃତ କରିଥିଲେ।ମୋହନା ବ୍ଲକ ଓ

ରା.ଉଦୟଗିରି ବ୍ଲକର ୧୦ ଟି ବିଦ୍ୟାଳୟର ନବମ ଶ୍ରେଣୀରେ ସର୍ବୋଚ୍ଚ ନମ୍ବର ରଖିଥିବା ଦଶ ଜଣ ଛାତ୍ର ଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ସହ ସିଲଡ଼ ପ୍ରଦାନ କରାଯାଇଥିଲା।ବାସ୍ତବରେ ବର୍ତ୍ତମାନ ସମୟରେ ଜଙ୍ଗଲ ସମ୍ପଦର ଅବକ୍ଷୟ,ଜଙ୍ଗଲ ପୋଡି ଅତ୍ୟଧିକ ଜନସଂଖ୍ୟା ଓ କଳକାରଖାନା ବୃଦ୍ଧି ଯାନବାହାନ ବୃଦ୍ଧି ଯୋଗୁଁ ଜଳବାୟୁ ପରିବର୍ତ୍ତନର ମୁଖ୍ୟ କାରଣ ବୋଲି ଛାତ୍ର ଛାତ୍ରୀ ଓ ଅତିଥି ବୃନ୍ଦ ମତ ପ୍ରକାଶ କରିଥିଲେ।ତେଣୁ ବହୁ ମାତ୍ରାରେ ଗଛ ଲଗାଇବା ଓ ସଚେତନତା ସୃଷ୍ଟି ପାଇଁ ଉଦ୍ୟମ କରିବା ପାଇଁ ଅତିଥି ବୃନ୍ଦ ପରାମର୍ଶ ଦେଇଥିଲେ। ଜଙ୍ଗଲ ବିଭାଗ ତରଫରୁ ଆସନ୍ତା ଜୁଲାଇ ମାସରେ ହେଉଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ବିଭିନ୍ନ ପ୍ରକାର ଚାରା ପିଛା ଏକ ଟଙ୍କା ଦରରେ କିଣି ବାଡ଼ି ବଗିଚାରେ ଲଗାଇବା ପାଇଁ ପରାମର୍ଶ ଦିଆ ଯାଇଥିଲା।ରାଜ୍ୟ ପୁରସ୍କୃତ ଶିକ୍ଷକ ଶ୍ରୀ ସୁବାସ ଚନ୍ଦ୍ର ସାହୁ ସଂଯୋଜନା କରିଥିବା ବେଳେ ଫ୍ରିଡ଼ମର କାର୍ଯ୍ୟକାରୀ ସଭାପତି ଶ୍ରୀ ତ୍ରିନାଥ ବିଷୋୟୀରତ୍ନ ଧନ୍ୟବାଦ ଅର୍ପଣ କରିଥିଲେ।