April 24, 2026
ajiro khabar
Share

 

ଆଜି ତାପମାତ୍ରା ୩୮° ଓ ୨୪° ଭିତରେ ରହିବ।

 

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି ଏବଂ ଟିଟିଲାଗଡ଼ ୪୨° ସହ ସବୁଠାରୁ ଉତ୍ତପ୍ତ ସହର ପାଲଟିଛି।

 

ଓଡିଶାରେ ସୀମା ନିର୍ଦ୍ଧାରଣ ବିଲ୍ ପ୍ରସଙ୍ଗରେ ନବୀନ ପଟ୍ଟନାୟକ ଏକ ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ପାଇଁ ଦାବି କରିଛନ୍ତି।

 

ପାରାଦୀପରେ ଭାରତୀୟ ତଟରକ୍ଷୀ ବାହିନୀ ଦ୍ୱାରା ବିପୁଳ ପରିମାଣର ବେଆଇନ ଗୁଆ ଜବତ କରାଯାଇଛି।

 

ଗଜପତି ଜିଲ୍ଲାରେ ବିଦ୍ୟାଳୟର ପାଚେରୀ ପଡି ଦୁଇ ଜଣ ଛାତ୍ରୀଙ୍କ ମୃତ୍ୟୁ ଘଟିଛି।

 

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମୃତକଙ୍କ ପରିବାର ପାଇଁ ୩ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।

 

ଓଡିଶାର ସହରାଞ୍ଚଳ ଶାସନରେ ଓସୱାସ ମାଧ୍ୟମରେ କାଗଜବିହୀନ ବ୍ୟବସ୍ଥା ଆରମ୍ଭ ହୋଇଛି।

 

ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ଓଡିଶାର ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ଶ୍ରେଷ୍ଠ ପ୍ରଦର୍ଶନ କରିଛି।

 

ଢେଙ୍କାନାଳରେ ଟ୍ରକ-ବାଇକ ମୁହାଁମୁହିଁ ଧକ୍କା ଫଳରେ ଜଣଙ୍କର ମୃତ୍ୟୁ ଘଟିଛି।

 

ବ୍ରହ୍ମପୁର ପିତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ଜାମିନ ଆବେଦନ ଉପରେ ହାଇକୋର୍ଟ ଶୁଣାଣି ସଂରକ୍ଷିତ ରଖିଛନ୍ତି।

 

ରାଜ୍ୟରେ ବିଭିନ୍ନ ସ୍ଥାନରେ କୋଇଲା ଚୋରା ଚାଲାଣ ରୋକିବା ପାଇଁ ଇଡି ପକ୍ଷରୁ ତଦନ୍ତ ଜାରି ରହିଛି।

 

ଓଡିଶାରେ ରୁପା ମୂଲ୍ୟ କିଲୋଗ୍ରାମ ପିଛା ୫,୨୦୦ ଟଙ୍କା ବୃଦ୍ଧି ପାଇଛି।

 

ସାମ୍ବାଦିକଙ୍କୁ ସୁରକ୍ଷା ଦାବିରେ ଅପ୍ରିଲ୍‌ ୨୯ରେ ରାଜ୍ୟବ୍ୟାପୀ ସାମ୍ବାଦିକଙ୍କ ବିକ୍ଷୋଭ।

 

ଗଜପତି ପାଚେରୀ ଦୁର୍ଘଟଣାର ତଦନ୍ତ ପାଇଁ ଆରଡିସିଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

 

ସୀମା ନିର୍ଦ୍ଧାରଣ ବିଲ୍ ଦ୍ୱାରା ଓଡିଶାର ରାଜନୈତିକ ଅଧିକାର କ୍ଷୁଣ୍ଣ ହେବା ନେଇ ବିରୋଧୀ ଦଳ ଚିନ୍ତା ପ୍ରକଟ କରିଛନ୍ତି।

 

ବାଣିଜ୍ୟ ବିଭାଗ ପାଇଁ ୨୨ଟି ଭାଷାରେ ନୂତନ ୱେବସାଇଟ୍ ଓ ମୋବାଇଲ୍ ଆପ୍ ଲୋକାର୍ପିତ ହୋଇଛି।

 

ଭୁବନେଶ୍ୱରରେ ଖୋଲିଲା ସିଏଜି ପୂର୍ବାଞ୍ଚଳ କାର୍ଯ୍ୟାଳୟ। ଚାରିଟି ରାଜ୍ୟର ‌ଦାୟିତ୍ବ ତୁଲାଇବ।

 

ମାଲକାନଗିରିରେ ଚୋରି ଉଦ୍ୟମ ବେଳେ ଗୁଳି ବିନିମୟ ହୋଇଛି ଏବଂ ଦୁଇ ଜଣ ଚୋର ଗିରଫ ହୋଇଛନ୍ତି।

 

ଓଡିଶାର ବିଭିନ୍ନ ଜିଲ୍ଲାରେ ସ୍ୱାସ୍ଥ୍ୟ ଏବଂ ଶିକ୍ଷା ଭିତ୍ତିଭୂମିର ଉନ୍ନତି ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି।

 

ଭୁବନେଶ୍ୱର ଏମ୍ସରେ ନର୍ସିଙ୍ଗ ସେବା ବନ୍ଦ କଲେ ନର୍ସ। ସଭାପତିଙ୍କୁ ଆକ୍ରମଣ ଘଟଣାରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଶତାଧିକ ନର୍ସ।

 

ସୁବର୍ଣ୍ଣପୁରରୁ ବିପୁଳ ପରିମାଣର ନକଲି ନୋଟ୍ ଜବତ। କଳା ସ୍କୋର୍ପିଓ, ଦୁଇଟି ମୋବାଇଲ ସହ ଦୁଇ ଜଣ ଗିରଫ।

 

ସୁନ୍ଦରଗଡରେ ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟିଗଲା କୁକୁଡ଼ା ବୋଝେଇ ଗାଡ଼ି। ମଣିଷକୁ ବଞ୍ଚାଇବା ଛାଡ଼ି କୁକୁଡ଼ା ବୋହିନେଲେ ଲୋକେ ।

 

ଗଜପତି ଜିଲ୍ଲା ନୁଆଁଗଡ ରୁବୁଡି ସିଂ ବିଦ୍ୟାଳୟରେ ଥିବା ଫାଟକ ଗଳି ପଡିଛି, ଦୁଇ ଜଣ ଛାତ୍ରୀ ମୃତ।

 

କଳାହାଣ୍ଡି ଜିଲ୍ଲାରେ ଏଆଇ ସ୍ମାର୍ଟ ଅଙ୍ଗନବାଡି ସମାଧାନ ପାଇଁ ଟେଣ୍ଡର ଜାରି କରାଯାଇଛି।

 

ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏୟାର କଣ୍ଡିସନର ସ୍ଥାପନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।

 

ଭବାନୀପାଟଣା ପୌରପାଳିକା ପକ୍ଷରୁ ବିଭିନ୍ନ ସମ୍ପତ୍ତିର ଲିଜ୍ ପାଇଁ ନୋଟିସ୍ ଦିଆଯାଇଛି।

 

କଳାହାଣ୍ଡି ଜିଲ୍ଲା ମୁଖ୍ୟାଳୟରେ ବିଭିନ୍ନ ସରକାରୀ କାର୍ଯ୍ୟ ପାଇଁ ଗାଡି ଭଡା ସୂଚନା ଦିଆଯାଇଛି।

 

କଟକରେ ଐତିହାସିକ ବାଲିଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।

 

🇳🇪

ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ନିଜ ପାଖରେ ୨୯ଟି ବିଭାଗ ରଖିଛନ୍ତି।

 

ଆମ୍ ଆଦମୀ ପାର୍ଟିର ସାଂସଦ ଅଶୋକ ମିତ୍ତଲଙ୍କ ବାସଭବନରେ ଇଡି ଚଢାଉ କରିଛି। ହୀନ ରାଜନୈତିକ ପଦକ୍ଷେପ ବୋଲି କହିଲେ ବିରୋଧୀ।

 

ଆମେରିକାର ଚାପ ବିରୋଧରେ କ୍ୟୁବାକୁ ଚୀନ ସମ୍ପୂର୍ଣ୍ଣ ସମର୍ଥନ ଦେବ ବୋଲି ଘୋଷଣା କରିଛି।

 

ଲାଲ ସମୁଦ୍ରରେ ବାଣିଜ୍ୟିକ ପଥ ବନ୍ଦ କରିବାକୁ ଧମକ ଦେଇଛି ଇରାନ ନୌସେନା।

 

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହ ସଂଘର୍ଷ ଶେଷ ହେବା ନେଇ ସୂଚନା ଦେଇଛନ୍ତି।

 

ବିଶ୍ୱ ବଜାରରେ ତୈଳ ଏବଂ ସେୟାର ବଜାରରେ ସ୍ଥିରତା ଦେଖାଦେଇଛି।

 

ମହାକାଶରୁ ଚୀନ୍‌ର ‘ଗୁପ୍ତଚର ଆଖି’ ଇସାରାରେ ଆମେରିକା ଘାଟି ଉପରେ ଆକ୍ରମଣ କରିଛି ଇରାନ: ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ।

 

🏏🏀🚴🏼‍♂️🏸

ଆଇପିଏଲ କ୍ରିକେଟରେ ଲକ୍ଷ୍ନୌ ବିପକ୍ଷରେ ବେଙ୍ଗାଲୁରୁର ସହଜ ବିଜୟ, ୫ ୱିକେଟ୍‌ରେ ଜିତିଲା ମ୍ୟାଚ୍‌।

 

*ଗତବର୍ଷ ଏଇ ସମୟରେ*

ନିୟମ କରିଥିଲେ ସରକାର। ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେବେ ଏସଏଚଜି ମହିଳା, ସୁଧ ଦେବେ ନାହିଁ।

 

କନକ ବର୍ଦ୍ଧନଙ୍କ ଅଞ୍ଚଳ ବଲାଙ୍ଗୀର ପାଟଣାଗଡ଼ରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଜାଳିଥିଲେ।

 

*ମାଗଣାରେ ଟିଭି ଦେଖନ୍ତୁ। ପ୍ଲେ ଷ୍ଟୋରରୁ “mera channel” ଡାଉନଲୋଡ କରନ୍ତୁ*

=======================

ଆଜି ବିଶ୍ୱ ସ୍ୱର ଦିବସ

 

ଆଜି ଜନ୍ମଦିନ: ଚାର୍ଲି ଚାପଲିନ, କୂଳଭୂଷଣ ଯାଦବ, ଲାରା ଦତ୍ତ

 

ଇତିହାସରେ ଆଜି ଦିନ: (୧୮୫୩) ଦେଶର ପ୍ରଥମ ରେଳ ମୁମ୍ବାଇ ଥାନେ ମଧ୍ୟରେ ଚାଲିଲା/ (୧୯୪୫) ଜର୍ମାନ ଶରଣାର୍ଥୀ ଜାହାଜକୁ ଋଷିଆ ବୁଡାଇଲା, ୭୦୦୦ ମୃତ/ (୨୦୦୪) ରାଓଲପିଣ୍ଡି କ୍ରିକେଟ ଟେଷ୍ଟରେ ଭାରତର ବିଜୟ

You may have missed