April 25, 2026

ଲୋକ କଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ, “ସମ୍ବର୍ଦ୍ଧିତ ହେଲେ ବରିଷ୍ଠ କଳାକାର “

IMG-20260411-WA0005
Share

 

ରାୟଗଡ଼(ରବି ରାଜ ବୈଦ୍ୟ)ଓଡ଼ିଆ ପକ୍ଷ ପାଳନ ଅବସରରେ “ଲୋକକଳା ପାଇଁ ଦିନଟିଏ” ପାଳନ ଭିତ୍ତିରେ ଜିଲ୍ଲା ସ୍ତରୀୟ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ସ୍ଥାନୀୟ ସଂସ୍କୃତି ଭବନ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛିlରାୟଗଡ଼ ସହରାଞ୍ଚଳର କଳା ସଂସ୍କୃତି ସଂଘର ଉପସଭାପତି ଓ ସାଂସ୍କୃତିକ ଅନୁଷ୍ଠାନ ମାନଙ୍କର ମୁଖ୍ୟ ଓ ସହ କଳାକାର ମlନେ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେlଏହି ଉତ୍ସବ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସୁସ୍ମିତା ବାଉରୀଙ୍କ ଅଧ୍ୟକ୍ଷତlରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ମୁଖ୍ୟ ଅତିଥି,ନଗର କଳା ସଂସ୍କୃତି ସଂଘର ଉପସଭାପତି ଜେ.ସୁକାନ୍ତ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିବା ସହିତ ବରିଷ୍ଠ କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରି କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ।

ମହାଆଡମ୍ବରରେ ପାଳନ କରାଯିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ଉକ୍ତ ଦିନ ଜିଲ୍ଲାର ବିଭିନ୍ନ ବ୍ଲକରେ ଏହି ଦିବସ ଟି ପାଳିତ ହୋଇଥିଲା।ଏହା ସହିତ ଲୋକକଳା କଳାକାର ଏବଂ ବରିଷ୍ଠ ଗୁରୁ ମାନଙ୍କୁ ସମ୍ମାନିତ କରାଯାଇଥିଲଲା।ଏହା ଦ୍ୱାରା ଲୋକକଳା ଅଧିକରୁ ଅଧିକ ମାତ୍ରାରେ ଯୁବ ପିଢ଼ି ଙ୍କ ଦ୍ୱାରା ଆଦୃତ ହୋଇ ପାରିବ ବୋଲି ଅତିଥି ମାନେ କହିଥିଲେ। କାର୍ଯ୍ୟକ୍ରମରେ ବରିଷ୍ଠ ନୃତ୍ୟ ଗୁରୁ ତ୍ରିଲୋଚନ ସାହୁ,ଶିବା ଭାସ୍କର,ପିଙ୍କି ରଥ,ଦେବୀ ପ୍ରସାଦ,ଉଷା ଦେବୀ, ଗୁପ୍ତ ଶିଖା,ଏନ.ବିବେକାନନ୍ଦ, ମାନସୀ ମେଲାକା ଓ ଅନ୍ୟାନ୍ୟ କଳାକାର ମାନେ ଲୋକକଳା ସମ୍ବନ୍ଧରେ ନିଜ ନିଜ ମତ ବ୍ୟକ୍ତ କରିଥିଲେ।ଏହି କାର୍ଯ୍ୟକ୍ରମକୁ ସଙ୍ଗୀତଜ୍ଞ ପ୍ରଶାନ୍ତ କୁମାର ନାୟକ ସଂଯୋଜନା କରିଥିଲେ।