ହାତୀ ଆକ୍ରମଣରେ ମା ଓ ପୁଅ ମୃତ
ଅନୁଗୋଳ – ହାତୀ ଆକ୍ରମଣରେ ମା ଓ ପୁଅ ମୃତ । ବିଳମ୍ବିତ ରାତିରେ ଅନୁଗୋଳ ଜିଲ୍ଲା ମଧୁପୁର ନିକଟରେ ଏଭଳି ଘଟଣା ଘଟିଛି। ସୂଚନା ଅନୁସାରେ ଆଠମଲ୍ଲିକ ଅଞ୍ଚଳରୁ କିଛି ଲୋକ ବନ୍ତଳା ଅଞ୍ଚଳକୁ ଆସି ସେଠାରେ ରହିବା ସହ ଶ୍ରମିକ ଭାବେ କାମ କରନ୍ତି। ଏହି ମା ଓ ପୁଅ ମଧ୍ୟ ସେଠାରେ ରହୁଥିଲେ। ଗତକାଲି ରାତିରେ ସେମାନେ ମଧୁପୁର ଅଞ୍ଚଳକୁ ଦଣ୍ଡ ନାଚ ଦେଖିବାକୁ ଯାଇ ବିଳମ୍ବିତ ରାତିରେ ଘରକୁ ଫେରୁଥିଲେ ହେଲେ ବାଟରେ ଉଭୟଙ୍କୁ ହାତୀ ଆକ୍ରମଣ କରିଥିଲ । ଯାହା ଫଳରେ ଘଟଣା ସ୍ଥଳରେ ହିଁ ଉଭୟଙ୍କୁ ମୃତ୍ୟୁ ହୋଇଥିଲା।ଖବର ପାଇ ବନ୍ତଳା ପୁଲିସ ବିଳମ୍ବିତ ରାତିରେ ଘଟଣା ସ୍ଥଳକୁ ଯାଇ ଉଭୟ ମୃତଦେହ ଜବତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।
