April 23, 2026

କଳାହାଣ୍ଡି ଓ ରାୟଗଡ଼ା  ଜିଲ୍ଲାରେ ରାଷ୍ଟ୍ର ହିଂସା ବନ୍ଦ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଦାବି

IMG-20260408-WA0058
Share

 

 

ଲାଞ୍ଜିଗଡ଼ 07/04/26(ପୁରନ୍ଦର ଦଣ୍ଡସେନା)

ଗତ ରାତି (୬ ଅପ୍ରେଲ)ମଧ୍ୟ ଭାଗରୁ ଆଜି ସକାଳ ୭ଟା ପର୍ଯ୍ୟନ୍ତ ଉଭୟ ପୁଲିସ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କ ଉପସ୍ଥିତିରେ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ କଣ୍ଟାମାଳର ଗ୍ରାମବାସୀମାନଙ୍କ ଉପରେ ପୁଲିସର ବର୍ବରୋଚିତ ହିଂସାକାଣ୍ତଙ୍କୁ ସାମୁହିକ ଭାବେ ଦୃଢ଼ ନିନ୍ଦା କରିବା ସହ ଅତ୍ୟନ୍ତ ଉଦ୍‌ବିଗ୍ନ ଯେ ଏକ ଗଣତାନ୍ତ୍ରିକ ଦେଶରେ ବେଦାନ୍ତ ଓ ତା’ର ମୈତ୍ରୀ ନାମକ ଠିକା କମ୍ପାନୀ ଦ୍ୱାରା ବକ୍‌ସାଇଟ ଖଣି ଖନନକୁ ବିରୋଧ କରୁଥିବା ଆଦିବାସୀ ଓ ଦଳିତ ଜନସାଧାରଣ ୨୦୨୩ ଜୁଲାଇ-ଅଗଷ୍ଟରୁ ଲଗାତାର ପୁଲିସର ମନମୁଖି ଗିରଫ, ହିଂସା ଓ ଦମନ ଭୋଗି ଆସୁଛନ୍ତି ।

 

ଉଲ୍ଲେଖନୀୟ, ଏହି ସମଗ୍ର ଅଞ୍ଚଳଟି ଭାରତୀୟ ସମ୍ୱିଧାନର ପଞ୍ଚମ ଅନୁସୂଚୀ ଅଞ୍ଚଳର ଅଂଶବିଶେଷ ।

ପ୍ରକାଶ ଥାଉକି, ସ୍ଥାନୀୟ ଦଳିତ ଓ ଆଦିବାସୀ ସମୂହ ବେଦାନ୍ତର ବକସାଇଟ୍ ଖଣି ଖନନରୁ ଆପଣାର ମାଟି, ପାଣି, ପବନ ଓ ଜୀବିକାକୁ ରକ୍ଷା କରିବା ସହ ନିଜର ସାଂସ୍କୃତିକ ଅସ୍ମିତା ଓ ଧର୍ମୀୟ ଆସ୍ଥାର ମୂଳପୀଠ “ତିଜ ରଜାର ପବିତ୍ର ଆସ୍ଥାନ”କୁ ସୁରକ୍ଷିତ ରଖିବା ପାଇଁ “ମା ମାଟି ମାଳି ସୁରକ୍ଷା ମଞ୍ଚ” ନେତୃତ୍ୱରେ ଗଣତାନ୍ତ୍ରିକ ଉପାୟରେ ଲଢ଼େଇ କରିଆସୁଛନ୍ତି । ଖଣି ଖନନ ପ୍ରସ୍ତାବକୁ ବାତିଲ କରିବା ପାଇଁ ସେମାନେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ଏବଂ ସମ୍ପୃକ୍ତ କେନ୍ଦ୍ର ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଦେଶର ରାଷ୍ଟ୍ରପତିଙ୍କ ପର୍ଯନ୍ତ ସମସ୍ତଙ୍କୁ ନିବେଦନ କରିଆସିଛନ୍ତି । ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଦ୍ୱାରା ଅନୁଷ୍ଠିତ ଜନଶୁଣାଣିରେ ସେମାନେ ଏହାକୁ ସଂପୂର୍ଣ୍ଣ ଭାବେ ବାତିଲ୍ କରିବା ପାଇଁ ଦାବି କରି ଆସୁଛନ୍ତି। ସେହିଭଳି ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ଗ୍ରାମବାସୀଙ୍କ ଦ୍ୱାରା ଆୟୋଜିତ ହୋଇଥିବା ଗ୍ରାମସଭାରେ ଏହି ପ୍ରକଳ୍ପ ସେମାନଙ୍କ ଜୀବନଜୀବିକା ଓ ସାଂସ୍କୃତିକ ଅସ୍ମିତାକୁ ଧ୍ୱଂସ କରିବ ବୋଲି ଏହି ପ୍ରକଳ୍ପ ବିରୋଧରେ ସେମାନଙ୍କର ସ୍ପଷ୍ଟ ମତ ବ୍ୟକ୍ତ କରିଆସିଛନ୍ତି ।

 

କଳେବଳେ ଓ କୌଶଳେ ଅନୁସୂଚିତ ଅଞ୍ଚଳର ଅଧିବାସୀ ମାନଙ୍କ ଉପରେ ଏହି ପ୍ରକଳ୍ପକୁ

ଲଦିଦେବା ପାଇଁ ସରକାରୀ କଳ ଦମନ ର ରାସ୍ତା ବାଛି ନେଇଛନ୍ତି। ତେଣୁ ବିରୋଧୀ ମାନଙ୍କୁ ଦମନ କରିବା ପାଇଁ ସେମାନଙ୍କ ଉପରେ ଶହ ଶହ ଅପରାଧିକ ମାମଲା ଲଦି ଦିଆଯାଇଛି । ପାଖାପାଖି ୧୦୦ ଜଣ ଜେଲ ଖଟି ସାରିଛନ୍ତି ଏବଂ ଆହୁରି ଅନେକ ଏବେ ବି ଜେଲରେ ଅଛନ୍ତି । ନିକଟ ଅତୀତରେ ମଞ୍ଚର ନେତୃତ୍ୱକୁ ଶରବ୍ୟ କରି ପୁଲିସ ଦମନ ଆହୁରି ତୀବ୍ରତର ହୋଇଛି । ଏହି ପରିପ୍ରେକ୍ଷୀରେ, କେତେକ ଘଟଣା ପ୍ରତି ଆମେ ଆପଣଙ୍କର ଧ୍ୟାନ ଆକର୍ଷଣ କରୁଛୁ :

 

• ମାର୍ଚ୍ଚ ୧୦ ତାରିଖ ରାତିରେ ତଳ ଆମପଦର ଗାଁରେ ଏକ ଗଣ୍ତଗୋଳକୁ କେନ୍ଦ୍ର କରି ରାତିଅଧିଆ ଶହ ଶହ ପୁଲିସ ଗାଁ ଉପରେ ଝାମ୍ପିପଡ଼ିଲେ ଏବଂ ୧୦ ଜଣ ମହିଳାଙ୍କ ସମେତ ୨୧ ଜଣ ଆଦିବାସୀଙ୍କୁ ଉଠେଇ ନେଲେ । ସେମାନଙ୍କ ଘର ଉପରେ ଚଢ଼ଉ କରି ଘରଦ୍ୱାର ଭାଙ୍ଗି ପକେଇଲେ । ମହିଳାଙ୍କ ଭିତରେ ଜଣେ ୧୯ ବର୍ଷୀୟା ମହିଳା ଗର୍ଭବତୀ ଥିଲେ ଏବଂ କେତେଜଣଙ୍କର ଛୋଟ ଛୁଆ ମଧ୍ୟ ଥିଲେ । ସେମାନେ ଏବେ ଭବାନୀପାଟଣା ଜିଲ୍ଲା ଜେଲରେ ଅଛନ୍ତି । ଏ‌ହି ଭଳି କ୍ଷେତ୍ରରେ ପୋଲିସ୍ ଏକ ଆଇନର ଗଣ୍ଡି ଭିତରେ କାମ କରିବା ବଦଳରେ ଏଭଳି ହିଂସ୍ର ଆଚରଣ କରୁଛି ଯେ ତାହା କମ୍ପାନୀ ଏଜେଣ୍ଟ ଭଳି କାମ କରୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ।

 

• “ମା ମାଟି ମାଳି ସୁରକ୍ଷା ମଞ୍ଚ”ର ନେତୃସ୍ଥାନୀୟ ସଭ୍ୟମାନଙ୍କ ଘର କାନ୍ଥରେ ରାୟଗଡ଼ା ସବ୍‌ଡିଭିଜନାଲ ମାଜିଷ୍ଟ୍ରେଟ ଓ କାଶୀପୁର ମୁନସିଫ କୋର୍ଟ ଦ୍ୱାରା ଜାରି କରାଯାଇଥିବା ଗିରଫ ପରଓ୍ୱାନା ଲଗେଇବା ପାଇଁ ଫେବୃଆରୀ ୨୬,୨୭ ଓ ୨୮ ତାରିଖରେ ପାଖାପାଖି ୨୦୦ ପୁଲିସ ଓ ଅର୍ଦ୍ଧସାମରିକ ବାହିନୀ ଯବାନ ତିନୋଟି ଗାଁରେ ପଇଁତରା ମାରିଲେ ।

• ସାଗବାରି, ବନ୍ତେଜୀ, ବଣ୍ଡେଲ, କଣ୍ଟାମାଳ ଓ ତଳଆମପଦର ଗାଁରେ ସଶସ୍ତ୍ର ପୁଲିସ ବଳର ବ୍ୟାପକ ଉପସ୍ଥିତି ଏବଂ ଗାଁ ଗାଁରେ ମଞ୍ଚର ନେତୃତ୍ୱ ମଣ୍ତଳୀକୁ ପୁଲିସ ଖୋଜିବୁଲୁଛି । ଆକାଶ ମାର୍ଗରେ ଡ୍ରୋନ ଉଡ଼ିବା ସହ ପ୍ରାୟ ୧୮ରୁ ୨୫ ଗାଡ଼ିରେ ସଶସ୍ତ୍ର ପୁଲିସ ସହ ଅଣପୁଲିସ ବ୍ୟକ୍ତି ବିଶେଷ ସମଗ୍ର ଅଞ୍ଚଳରେ ପଇଁତରା ମାରୁଛନ୍ତି ।

 

• ଆଦିବାସୀ ଚାଷୀ ଓ ଦିନ ମଜୁରିଆମାନେ ଚାଷବାସ ଓ କାମଧନ୍ଦାକୁ ଯାଇ ନପାରି ରୋଜଗାର ହରାଉଛନ୍ତି । ଯେହେତୁ ଡ୍ରୋନ ଦ୍ୱାରା ତୀକ୍ଷ୍ଣଣ ନଜର ରଖାଯାଉଛି, ଲୋକମାନେ ନିତିଦିନିଆ କାମ ପାଇଁ ଜଙ୍ଗଲ ଓ ନଦୀକୁ ଯିବା ଅସମ୍ଭବ ହୋଇପଡ଼ିଛି । ଔଷଧ ଓ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କିଣିବା ପାଇଁ ଲୋକେ ଭୟରେ ଦୋକାନକୁ ମଧ୍ୟ ଯାଉନାହାନ୍ତି ।

 

• ଅପ୍ରେଲ ୩ ତାରିଖରେ ପୁଲିସ ଓ ପ୍ରଶାସନ ମାଇକ ସାହାଯ୍ୟରେ ନିଷେଧାଦେଶ ଘୋଷଣା କଲେ । ଖଣି ଅଞ୍ଚଳକୁ ତିଆରି ହେଉଥିବା ରାସ୍ତାର ୧୦୦ ମିଟର ମଧ୍ୟରେ ଚାରି ଜଣରୁ ଅଧିକ ଲୋକ ଏକତ୍ରିତ ହୋଇ ପାରିବେ ନାହିଁ ବୋଲି କୁହାଗଲା । ଯେତେବେଳେ ବ୍ୟାପକ ପୁଲିସ ଉପସ୍ଥିତିରେ ରାସ୍ତା ନିର୍ମାଣ କାମ ଆରମ୍ଭ କରିବା ପାଇଁ ଉଦ୍ୟମ କରାଗଲା, ଲୋକମାନେ ସ୍ଥାନ ଛାଡ଼ିଲେ ନାହିଁ ଏବଂ ଅପ୍ରେଲ ୪ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ପ୍ରବେଶ ପଥରେ ଜଗି ରହିଲେ । ନିଷେଧାଦେଶକୁ ଶାନ୍ତିପୂର୍ଣ୍ଣ ଉପାୟରେ ତିନି ଧରି ଅମାନ୍ୟ କଲାପରେ ପୁଲିସ ହିଂସା ଆଚରଣ କରି ଅପ୍ରେଲ ୬ ତାରିଖ ମଧ୍ୟ ରାତ୍ରରେ କଣ୍ଟାମାଳ ଗାଁରେ ପ୍ରବେଶ କଲା । ଲୁହବୁହା ବାଷ୍ପ ପ୍ରୟୋଗ କରାଗଲା ଏବଂ ଗୋଟିଏ ଗାଈକୁ ମାରିଦିଆଗଲା । ପୁଲସିର ଲାଠିମାଡ଼ ହେତୁ ବହୁ ଲୋକ ଆହତ ହୋଇଛନ୍ତି । ଦୁଇ ଜଣ ମହିଳାଙ୍କ ମୁଣ୍ତରେ ଆଘାତ ହୋଇଛି । ଲୋକମାନେ ଡାକ୍ତରୀ ଚିକିତ୍ସା ପାଇଁ ଯାଇ ପାରୁନାହାନ୍ତି ।

 

ମହାଶୟ, ସ୍ଥାନୀୟ ଆଦିବାସୀ ଓ ଦଳିତ ଯେତେବେଳେ ଏପରି ଆତଙ୍କ, ଭୟ ଓ ଅଶାନ୍ତିରେ ବାସ କରୁଛନ୍ତି, ସେତେବେଳେ ପରିସ୍ଥିତିକୁ ସ୍ୱାଭାବିକ କରିବା ନିମନ୍ତେ ଆମେ ନିମ୍ନଲିଖିତ ଦାବିଗୁଡ଼ିକ ଉପରେ ଆଶୁ ପଦକ୍ଷେପ ଗ୍ରହଣ କରିବା ପାଇଁ ଆପଣଙ୍କୁ ନିବେଦନ କରୁଅଛୁ :

 

୧. ରାୟଗଡା ଉପଜିଲ୍ଲାପାଳଙ୍କ ଦ୍ୱାରା ଜାରି କରାଯାଇଥିବା ଧାରା ୧୬୩(ବି.ଏନ୍.ଏସ୍) ଓ ଧାରା ୧୪୪(ଭାରତୀୟ ଦଣ୍ଡବିଧି ସଂହିତା)ଧାରାକୁ ତୁରନ୍ତ ପ୍ରତ୍ୟାହାର କରାଯାଉ।

୨. ସିଜିମାଳି ଅଞ୍ଚଳରେ ଆଦିବାସୀମାନଙ୍କ ଜଳ, ଜମି, ଜଙ୍ଗଲ ଓ ଜୀବନ ଜୀବିକାର ସୁରକ୍ଷା ସୁନିଶ୍ଚିତ କରାଯାଉ ଓ ଖଣି ଖନନ ପ୍ରକଳ୍ପ ସଂପୂର୍ଣ୍ଣ ବାତିଲ କରାଯାଉ ।

୩. ବେଦାନ୍ତ କମ୍ପାନୀ ପାଇଁ ହେଉଥିବା ରାସ୍ତା ନିର୍ମାଣ କାମକୁ ତୁରନ୍ତ ବନ୍ଦ କରାଯାଉ।

୪. ସିଜିମାଳି ଅଞ୍ଚଳରେ ମୁତୟନ ହୋଇଥିବା ପୋଲିସ ପ୍ରତ୍ୟାହାର କରାଯାଉ ଏବଂ ପୋଲିସ ପ୍ରଶାସନଙ୍କ ଜୋର-ଜୁଲୁମକୁ ବନ୍ଦ କରାଯାଉ।

୫. ଜଳ, ଜମି ଓ ଜଙ୍ଗଲ ସୁରକ୍ଷା ପାଇଁ ବେଦାନ୍ତ କମ୍ପାନୀ ବିରୋଧୀ ଆନ୍ଦୋଳନରେ ସମସ୍ତ ସାଥୀମାନଙ୍କ ନାମରେ ଥିବା ମକଦ୍ଦମା ପ୍ରତ୍ୟାହାର କରାଯାଉ ଏବଂ ଜେଲରେ ଥିବା ସମସ୍ତ ସାଥୀମାନଙ୍କୁ ତୁରନ୍ତ ମୁକ୍ତ କରାଯାଉ ।

୬. ପଞ୍ଚମ ଅନୁସୂଚିତ ଅଞ୍ଚଳରେ ଆଦିବାସୀମାନଙ୍କ ଅଧୀକାର ରକ୍ଷା ପାଇଁ ପେଶା (PESA) ଓ ଜଙ୍ଗଲ ଅଧିକାର ଆଇନ (FRA) କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯାଉ।

ଏହି ପରିପ୍ରେକ୍ଷୀରେ ରାୟଗଡ଼ା ଜିଲ୍ଲା ତଥା ସିଜମାଳି ଅଞ୍ଚଳ ସମ୍ବିଧାନର ୫ମ ଅନୁଚ୍ଛେଦ ଅନୁଯାୟୀ ଅନୁସୂଚିତ କ୍ଷେତ୍ର ହୋଇଥିବାରୁ ଆପଣ ମୁଖ୍ୟମନ୍ତ୍ରୀ ତଥା ଆଦିବାସୀ ଉପଦେଷ୍ଟା ପରିଷଦ (TAC)ର ମୁଖ୍ୟ ଭାବେ ଅବିଳମ୍ବେ ଏହି ଘଟଣାରେ ହସ୍ତକ୍ଷେପ କରି ସେହି ଅଞ୍ଚଳରେ ଲୋକମାନଙ୍କର ସାମ୍ବିଧାନିକ ଓ ଗଣତାନ୍ତ୍ରିକ ଅଧିକାର ସୁରକ୍ଷିତ କରିବାକୁ ଆମେ ନିବେଦନ କରୁଅଛୁ ।

 

ଆପଣଙ୍କର,

ସଚେତନ ନାଗରିକ ମଞ୍ଚ, ଓଡ଼ିଶା

 

୧. ଅନନ୍ତ ଲୋକମୁକ୍ତି ସଂଗଠନ, ଝାରସୁଗୁଡ଼ା

୨. ଅର୍ଚ୍ଚନା ରଥ, ବିଶ୍ଳେଷକ

୩. ଆକାଂକ୍ଷା ମହାପାତ୍ର, ଲେଖିକା ଏବଂ ଗବେଷକ

୪. ଆଶୁତୋଷ ପରିଡ଼ା, କବି, ଭୁବନେଶ୍ୱର

୫. ଦେବ ପ୍ରସାଦ ରାୟ, ଲୋହିଆ ଏକାଡେମୀ

୬. ବଳଭଦ୍ର ମଲ୍ଲିକ, ଚାଷୀ ମୂଲିଆ ସୁରକ୍ଷା ସମିତି, କନ୍ଧମାଳ

୭. ବ୍ରିଟିଶ କୁମାର, ଖଣ୍ଡୁଆଳମାଳୀ ସ୍ଥାୟୀ ସୁରକ୍ଷା ସମିତି, କଳାହାଣ୍ଡି

୮. ଡ଼ଃ. ବିଜୟ ବହିଦାର, ଅବସରପ୍ରାପ୍ତ ପ୍ରଫେସର, ଭୁବନେଶ୍ୱର

୯. ଡ଼ଃ. ବିରେନ୍ଦ୍ର ନାୟକ, ଅବସରପ୍ରାପ୍ତ ପ୍ରଫେସର, ଭୁବନେଶ୍ୱର

୧୦. ଗୌରାଙ୍ଗ ମହାପାତ୍ର, CFSHR

୧୧. ବିଚିତ୍ର, TUCI

୧୨. ବିଭ୍ରାନ୍ତ ବିଶ୍ୱଜିତ୍, ମୂଳନିବାସୀ ଛାତ୍ର ଓ ଯୁବ ସାମ୍ମୁଖ୍ୟ, ଓଡ଼ିଶା

୧୩. ବିଶ୍ୱପ୍ରିୟ କାନୁନଗୋ, ଅଧିବକ୍ତା

୧୪. ଡ଼ଃ. ସ୍ୱାଧୀନ ପଟ୍ଟନାୟକ, ଅବସରପ୍ରାପ୍ତ ପ୍ରଫେସର, ଭୁବନେଶ୍ୱର

୧୫. ଡ଼ଃ. ସୁମିତ୍ରା ପଟେଲ, ଅବସରପ୍ରାପ୍ତ ପ୍ରଫେସର, ଭୁବନେଶ୍ୱର

୧୬. ଦାମୋଦର ବେହେରା, ଦଳିତ ଅଧିକାର ଆନ୍ଦୋଳନ, କଳାହାଣ୍ଡି

୧୭. ଡ୍ରେଞ୍ଜୁ କୃଷିକା, ନିୟମଗିରି ସୁରକ୍ଷା ସମିତି

୧୮. ଦଣ୍ଡପାଣି ମହାନ୍ତି, ରାଜନୈତିକ କର୍ମୀ

୧୯. ଦେବରଞ୍ଜନ, ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ, ଭୁବନେଶ୍ୱର

୨୦. ମହେନ୍ଦ୍ର ପରିଡ଼ା,AICCTU

୨୧ . ଡ଼ା. ରାଣ୍ଡାଲ୍ ସେକ୍ୟୁରା, ଭବାନୀପାଟଣା

୨୨. ଡା. ବିଶ୍ୱଜିତ୍, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଓଡ଼ିଶା

୨୩. ଗୋଲକ ନାଥ, ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଘଠନ

୨୪. ହେନା ରାଣୀ, ଅଖିଳ ଭାରତୀୟ କ୍ରାନ୍ତିକାରୀ ମହିଳା ସଂଗଠନ

୨୫ . ଯମେଶ୍ୱର ସାମନ୍ତରାୟ, ଓଡ଼ିଶା କୃଷକ ସଭା

୨୬. ଜୟନ୍ତ ଦାସ, AITUC, ଓଡ଼ିଶା

୨୭. ଲଦ ସିକକା, ନିୟମଗିରି ସୁରକ୍ଷା ସମିତି

୨୮. ଲେନିନ କୁମାର, କବି ଏବଂ ରାଜନୈତିକ କର୍ମୀ

୨୯. ଲିଙ୍ଗରାଜ, ଜୟ କିସାନ ଆନ୍ଦୋଳନ, ବରଗଡ଼

୩୦. ମନୋରଞ୍ଜନ ସ୍ୱାଇଁ, ସାମାଜିକ କର୍ମୀ

୩୧. ନରେନ୍ଦ୍ର ମହାନ୍ତି, ମିଥ୍ୟା ମକଦ୍ଦମା ବିରୋଧୀ ଅଭିଯାନ, ଓଡ଼ିଶା

୩୨. ନିଗମାନନ୍ଦ ଷଢ଼ଙ୍ଗୀ , ଲେଖକ ଏବଂ ସକ୍ରିୟକର୍ମୀ

୩୩. ପ୍ରଦୀପ୍ତ ନାୟକ, ମାନବାଧିକାର କର୍ମୀ

୩୪. ପ୍ରଦ୍ୟୁମ୍ନ ବେହେରା

୩୫. ପ୍ରଫୁଲ୍ଲ ସାମନ୍ତରା, ଲୋକ ଶକ୍ତି ଅଭିଯାନ

୩୬. ପ୍ରକାଶ କୁମାର ସାମନ୍ତସିଂହାର, RTI କର୍ମୀ

୩୭.ପ୍ରମିଳା, ବସ୍ତି ସୁରକ୍ଷା ମଞ୍ଚ

୩୮. ପ୍ରଶାନ୍ତ ପାଇକରାୟ, ଜିନ୍ଦାଲ-ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତି, ଢ଼ିଙ୍କିଆ

୩୯. ପ୍ରମୋଦିନୀ ପ୍ରଧାନ, PUCL, ଓଡ଼ିଶା

୪୦. ପ୍ରଣବ ଜେନା, CPDRS

୪୧. ପ୍ରତାପ ଚନ୍ଦ୍ର ପ୍ରଧାନ, IFTU, ଓଡ଼ିଶା

୪୨. ପ୍ରତାପ ନାୟକ, AIKMS, ଓଡ଼ିଶା

୪୩. ରାଧାକାନ୍ତ ସେଠୀ, AIPF, ଭୁବନେଶ୍ୱର

୪୪. ରାଜକିଶୋର ସୁନାନୀ, ସମାଜବାଦୀ ଜନ ପରିଷଦ, କଳାହାଣ୍ଡି

୪୫. ରଞ୍ଜନା ପାଢ଼ୀ, ଲେଖିକା ଏବଂ ନାରୀବାଦୀ

୪୬. ରୁମିତା କୁଣ୍ଡୁ, ସାମାଜିକ କର୍ମୀ

୪୭. ସଂଘମିତ୍ରା ଜେନା, AISF, ଓଡ଼ିଶା

୪୮. ସଙ୍କଳ୍ପ ମହାନ୍ତି, ଚଳଚ୍ଚିତ୍ର ନିର୍ମାତା

୪୯. ଶରତ ବରାଳ, AICCTU, ଖୋର୍ଦ୍ଧା

୫୦. ସରୋଜ ମହାନ୍ତି, ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ୱୟ ସମିତି

୫୧. ଶଙ୍କର, AIKKS

୫୨. ଶରଣ୍ୟା ନାୟକ, ସଂହତି କର୍ମୀ

୫୩. ସିଦ୍ଧାର୍ଥ, ସକ୍ରିୟକର୍ମୀ ଏବଂ ଡିଜାଇନର

୫୪. ସୋନିଆ ଚାନ୍ଦ, ଚଳଚ୍ଚିତ୍ର ନିର୍ମାତା

୫୫. ଶ୍ରୀକାନ୍ତ ମହାନ୍ତି, ଚାଷୀ ମୂଲ୍ୟ ସଂଘ, ଓଡ଼ିଶା, AIKMKS

୫୬. ଶ୍ରୀମନ୍ତ ମହାନ୍ତି, ରାଜନୈତିକ କର୍ମୀ

୫୭. ସୁଧୀର ପଟ୍ଟନାୟକ, ଗଣମାଧ୍ୟମ କର୍ମୀ

୫୮. ସୁଶ୍ରୀ ରାଜଲକ୍ଷ୍ମୀ, ଛାତ୍ରୀ

୫୯. ସ୍ୱାତି ଆଜାଦ, ସକ୍ରିୟକର୍ମୀ, ଭୁବନେଶ୍ୱର

୬୦. ଟୁନା ମଲ୍ଲିକ, ଆଦିବାସୀ ଭାରତ ମହାସଭା

୬୧. ଭେଙ୍କେଟେଶ ଏମ୍‌, ପ୍ୟାରାଲିଗାଲ୍ କର୍ମୀ, ଭୁବନେଶ୍ୱର

 

*ଲାଞ୍ଜିଗଡ଼ ରୁ ପୁରନ୍ଦର ଦଣ୍ଡସେନା ଙ୍କ ରିପୋର୍ଟ ନିଉ ଜ ଉପାନ୍ତ ଖବର*

You may have missed