June 23, 2026

ମୋହନା ଥାନା ସମ୍ମୁଖରେ ପୋଲିସ ପକ୍ଷରୁ ଜଳ ଛତ୍ର ଆରମ୍ଭ

IMG-20260407-WA0058
Share

ମୋହନା(ଗଣେଶ ଚନ୍ଦ୍ର ବିଷୋୟୀ)ଆଜି ମୋହନା ଥାନା ସମୁଖରେ ସ୍ଥାନୀୟ ପୋଲିସ ପକ୍ଷରୁ ପ୍ରତି ବର୍ଷ ପରି ଚଳିତ ବର୍ଷ ଗ୍ରୀଷ୍ମ ଋତୁ ରେ ବାଟୋଇ ମାନଙ୍କ ପାଇଁ ଶୋଷ ରୁ ବଞ୍ଚିବା ନିମନ୍ତେ ପୋଲିସ ପ୍ରୟାସ ଆରମ୍ଭ କରିଛି। ଆଜି ମୋହନା ଥାନା ସମ୍ମୁଖରେ ଜଳ ଛତ୍ର ଖୋଲି ବାଟୋଇ ମାନଙ୍କୁ ପାନୀୟ ଜଳ ଯୋଗାଇଛନ୍ତି।

ଆର.ଉଦୟଗିରି ଉପ ଆରକ୍ଷୀ ଅଧିକ୍ଷକ ରାକେଶ କୁମାର ସାହୁ ସମସ୍ତ ଙ୍କ ଉପସ୍ଥିତିରେ ଜଳ ଛତ୍ର କୁ ଉଦଘାଟନ କରିଛନ୍ତି। ମୋହନା ଗ୍ରାମର ଛୋଟ ଝିଅ ରାଜେଶ୍ୱରୀ ରଥ ରିବନ କାଟି ଉଦଘାଟନ କରିଥିବା ବେଳେ ମୋହନା ଥାନା ଅଧିକାରୀ ଓମ ନାରାୟଣ ପାତ୍ର,ମୋହନା ସରପଞ୍ଚ ସୁନିତା ମଲ୍ଲିକ ଙ୍କ ସମେତ ମୋହନା ଥାନା ର ସମସ୍ତ ଅଧିକାରୀ ଙ୍କ ସହିତ ସମସ୍ତ କର୍ମଚାରୀଙ୍କ ଉପସ୍ଥିତିରେ ଜଳ ଛତ୍ର କୁ ଶୁଭାରମ୍ଭ କରିଥିଲେ। ଆଜି ପ୍ରଥମ ଦିନରେ ଥାନା ଅଧିକାରୀ ସ୍ୱତନ୍ତ୍ର ଭାବେ ଦହି ସରବତ ବଣ୍ଟନ କରିଥିବା ଦେଖିବାକୁ ମିଳିଥିଲା। ମୋହନା ଥାନା ଅଧିକାରୀ ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି କି ପୋଲିସ ସବୁ ସମୟରେ ଲୋକଙ୍କ ସହ ରହିଛି ଏବଂ ଆଗାମୀ ଦିନରେ ମଧ୍ୟ ଲୋକଙ୍କୁ ସାହାଯ୍ୟ କରିବ ବୋଲି ନିର୍ଭର ପ୍ରତିଶୃତି ଦେଇଛନ୍ତି।

You may have missed