April 24, 2026
ajiro khabar
Share

 

 

ଆଜି ଆକାଶ ଆଂଶିକ ଖରାଟିଆ ରହିବ, ତାପମାତ୍ରା ୩୧ ଏବଂ ୨୦ ଡିଗ୍ରୀ ମଧ୍ୟରେ ରହିବ, ଆଦ୍ରତା ୪୪ ପ୍ରତିଶତ ରହିବ, ରାତିରେ ଆକାଶ ନିର୍ମଳ ରହିବ।

 

ରାଜ୍ୟରେ ୧୧ ଏପ୍ରିଲ ପର୍ଯ୍ୟନ୍ତ ବର୍ଷା ହେବ, ମୟୂରଭଞ୍ଜ ଏବଂ ବାଲେଶ୍ୱର ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ହେବ। କନ୍ଧମାଳ ଏବଂ କଳାହାଣ୍ଡି ଜିଲ୍ଲାରେ ଘଣ୍ଟା ପ୍ରତି ୪୦-୫୦ କିମି ବେଗରେ ପବନ ବହିପାରେ।

 

ରାଜ୍ୟପାଳ ତଥା କୁଳାଧିପତିଙ୍କ ଅନୁମୋଦନ କ୍ରମେ ରାଜ୍ୟ ସରକାର ରାଜ୍ୟର ୧୪ଟି ବିଶ୍ବବିଦ୍ୟାଳୟରେ କୁଳପତି ନିଯୁକ୍ତି କରିଛନ୍ତି।

 

ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମୀରେ ୯ମ ବ୍ୟାଚ୍‌ ଡିଏସପି ପ୍ରୋବେସନରଙ୍କ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଛି।

 

ରାଜ୍ୟ ସରକାର ମେଟ୍ରୋ ପ୍ରକଳ୍ପକୁ ବନ୍ଦ କଲାପରେ ସାଂସଦ ସସ୍ମିତ ପାତ୍ର ତାକୁ ପୁଣି ଆରମ୍ଭ କରିବା ପାଇଁ କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଲେ।

 

ଓଡ଼ିଶା ଖଣି ନିଗମ ୨୦୨୫-୨୬ ଆର୍ଥିକ ବର୍ଷରେ ରେକର୍ଡ ୪୪.୮୨ ନିୟୁତ ଟନ ଖଣିଜ ଉତ୍ପାଦନ କରିଛି।

 

ପୁରୀ ସହରରେ ପର୍ଯ୍ୟଟକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

 

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଜେପି ପ୍ରତିଷ୍ଠା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶଂସା କରିଛନ୍ତି।

 

ରାଜ୍ୟସଭାରେ ତିନିଜଣ ନୂତନ ଓଡ଼ିଆ ସାଂସଦ ଶପଥ ଗ୍ରହଣ କରିଛନ୍ତି।

 

ଚିଲିକା ହ୍ରଦ ଉପରେ ଶୀଘ୍ର ବ୍ରିଜ ନିର୍ମାଣ ହେବା ସହ ଗାଡ଼ି ଚଳାଚଳ କରିବାର ଯୋଜନା ହୋଇଛି।

 

ମଧୁବାବୁ ପେନସନ ଯୋଜନାରେ ଅନିୟମିତତା ରୋକିବାକୁ ସରକାରୀ ସ୍ତରରେ କଡ଼ା ପଦକ୍ଷେପ ନେବେ ସରକାର।

 

୫ କିଲୋ ଗ୍ୟାସ୍ ସିଲିଣ୍ଡର କଟକଣା ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀ ପଲଟିଗଲେ। ଛାତ୍ରଛାତ୍ରୀ ମାନଙ୍କ ପାଇଁ ଲାଗୁହେବନି କଟକଣା। ପରିଚୟପତ୍ର ଦେଖାଇଲେ ମିଳିବ ଗ୍ୟାସ୍ ସିଲିଣ୍ଡର, ସ୍ପଷ୍ଟୀକରଣ ଦେଲା ଯୋଗାଣ ବିଭାଗ ।

 

ସାମାଜିକ ସୁରକ୍ଷା ପେନସନ ପାଣ୍ଠିରୁ ୧୧.୨୮ ଲକ୍ଷ ଟଙ୍କା ଲୁଟିନେବା ଅଭିଯୋଗରେ ଖୋର୍ଦ୍ଧାର ସରକାରୀ ବାବୁ ଗିରଫ।

 

ବାଲେଶ୍ବର ସୋରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ରାଜପଥରେ ଠିଆ ହୋଇଥିବା ଟ୍ରକଜୁ ପଛପଟୁ ପିଟିଲା ଟ୍ରକ୍, ୩ ଜଣଙ୍କର ମୃତ୍ୟୁ।

 

ରାଉରକେଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ଯୁବତୀ ଓ ଦୁଇ ଯୁବକ ମୃତ।

 

କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରାରେ ଅପହୃତ କଲେଜ ଛାତ୍ରୀଙ୍କୁ ଦୁଇ ଘଣ୍ଟା ମଧ୍ୟରେ ଉଦ୍ଧାର କଲା ପୋଲିସ, ଦୁଇଜଣ ଅଭିଯୁକ୍ତ ଗିରଫ।

 

ଗଜପତି ମହେନ୍ଦ୍ରଗିରିରେ ନିଖୋଜ ଯୁବକଙ୍କ ମୃତଦେହ ଠାବ, ବଜ୍ରାଘାତରେ ମୃତ୍ୟୁ ଅନୁମାନ।

 

କଟକରେ ତିନି ରକ୍ତ ଦଲାଲ୍‌ଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି। ବାରି ଅଞ୍ଚଳର ଶିବ ମହାନ୍ତି, କେନ୍ଦ୍ରାପଡ଼ାର ଅବିନାଶ ରାଉତ ଓ ଜଗତସିଂହପୁରର ଧନେଶ୍ବର ମହାନ୍ତି।

 

କଟକ ମେଡ଼ିକାଲର ଲଜ୍ଜ୍ୟା। ସ୍ତ୍ରୀ ଓ ପ୍ରସୂତି ବିଭାଗରେ ୧୬ ଜଣ ଅସହାୟ ତଥା ମାନସିକ ବିକାରଗ୍ରସ୍ତ ମହିଳାଙ୍କ ସନ୍ତାନ ପ୍ରସବ। ଦୁଇ ଶିଶୁଙ୍କ ମୃତ୍ୟୁ, ୧୪ ଶିଶୁଙ୍କ ପତ୍ତା ମିଳୁନାହିଁ। ବିକ୍ରି ହୋଇଥିବା ସନ୍ଦେହ।

 

ମାଲକାନଗିରି ଜିଲ୍ଲା ପେରମାରାଶି ଓ ସିଙ୍ଗରାଜକୋଣ୍ଡା ଠାରେ ଘଟିଥିବା ପୃଥକ ଟ୍ରାକ୍ଟର ଦୁର୍ଘଟଣାରେ ଜଣକର ମୃତ୍ୟୁ ଘଟିଛି ଓ ଅନ୍ୟ ୨୨ ଜଣ ଆହତ।

 

କେନ୍ଦୁଝର ଜିଲ୍ଲାରେ ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଅଭିଯୁକ୍ତ ଫେରାର, ମୁର୍ଗାଗୋଠ ଗ୍ରାମରେ ଉତ୍ତେଜନା।

 

ଝାରସୁଗୁଡ଼ା ଏବଂ ସମ୍ବଲପୁରରେ ତାପମାତ୍ରା ବଢୁଥିବାରୁ ଜଳକଷ୍ଟ ଦେଖାଦେଇଛି।

 

ଭଦ୍ରକ-ଧାମରା ସ୍ବତନ୍ତ୍ର ରାଜପଥ ନିର୍ମାଣକୁ ମିଳୁନି ସବୁଜ ସଙ୍କେତ। ଡବଲ ଇଞ୍ଜିନ ସମସ୍ୟା।

 

ଝାଡ଼ଖଣ୍ଡ ସାରଣ୍ଡା ଜଙ୍ଗଲରେ ଲାଣ୍ଡ ମାଇନ ବିସ୍ଫୋରଣ, ସିଆରପିଏଫ ଯବାନ ଆହତ।

 

ଦିଲ୍ଲୀ ବିଧାନସଭା ସୁରକ୍ଷାରେ ବଡ଼ ତ୍ରୁଟି, ୟୁପି ପଞ୍ଜିକରଣ ନମ୍ବର ଥିବା କାର୍ ଭିତରକୁ ପଶିଗଲା।

 

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଡାଟା ସୁରକ୍ଷା ଏବଂ ସାର୍ବଭୌମତ୍ୱ ନେଇ କେନ୍ଦ୍ରକୁ ସମାଲୋଚନା କରିଛନ୍ତି।

 

ଭାରତ ଏବଂ ଆମେରିକା ମଧ୍ୟରେ ଡିଜିଟାଲ ବାଣିଜ୍ୟ ବୁଝାମଣାକୁ ନେଇ ସଂସଦରେ ଉଠିଲା ପ୍ରଶ୍ନ।

 

ସୁପ୍ରିମକୋର୍ଟ ବ୍ୟକ୍ତିଗତ ଡାଟା ସୁରକ୍ଷା ଆଇନର ବିଭିନ୍ନ ଦିଗ ଉପରେ ଶୁଣାଣି କରିବେ।

 

ଦେଶର ବୈଷୟିକ ଅଭିବୃଦ୍ଧି ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ଗୁରୁତ୍ୱାରୋପ କଲେ କେନ୍ଦ୍ର ସରକାର।

 

କେନ୍ଦ୍ର ସରକାରଙ୍କ ଡିଜିଟାଲ ଇଣ୍ଡିଆ ଅଭିଯାନର ନୂତନ ରୂପରେଖ ପ୍ରକାଶ।

 

ଭାରତୀୟ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟର ସମୀକ୍ଷା ବୈଠକ।

 

ଦେଶରେ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇଁ ନୂତନ ଶିଳ୍ପ ନୀତି ଉପରେ ସରକାରଙ୍କ ଚର୍ଚ୍ଚା।

 

ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ କେନ୍ଦ୍ର ମନ୍ତ୍ରୀ ନିର୍ଦ୍ଦେଶ ଦେଲେ।

 

ଦେଶର ବିଭିନ୍ନ ରାଜ୍ୟରେ ଏପ୍ରିଲ ମାସରେ ପ୍ରବଳ ଗ୍ରୀଷ୍ମ ପ୍ରବାହର ସତର୍କ ସୂଚନା ଦେଲେ ପାଣିପାଗ ବିଭାଗ।

 

ନିର୍ବାଚନ ପୂର୍ବରୁ ଡଲାର ତୁଳନାରେ ଟଙ୍କାକୁ ସବଳ କରିବା ପାଇଁ ବିଭିନ୍ନ ବ୍ୟାଙ୍କରୁ ବୈଦେଶିକ ମୁଦ୍ରା ବଳପୂର୍ବକ ବାହାର କରାଇଲେ କେନ୍ଦ୍ର ସରକାର।

 

ଇରାନୀ କ୍ଷେପଣାସ୍ତ୍ରରେ ଉତ୍ତର କୋରିଆ ପ୍ରଯୁକ୍ତିବିଦ୍ୟା। କିମ୍‌ଙ୍କ ସହାୟତାରେ ଇସ୍ରାଏଲରେ ବିନାଶ ଘଟାଉଛି ତେହେରାନ।

 

ଗତବର୍ଷ ଏଇ ସମୟରେ

 

ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତ ସ୍କିମାଟିକ୍ ଶିକ୍ଷକ ରାସନ କାର୍ଡ ପାଇବେ ବୋଲି ସରକାରୀ ନିଷ୍ପତ୍ତି।

 

ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ

 

ଆଜି ଜନ୍ମଦିନ: ଜାକି ଚାନ, ପଣ୍ଡିତ ରବିଶଙ୍କର, ଜିତେନ୍ଦ୍ର, ମମତାଜ, ଜୟନ୍ତୀ ପଟନାୟକ

 

ଆଜି ତିରୋଧାନ: ହେନେରୀ ଫୋର୍ଡ, ଗୁରୁ କେଳୁଚରଣ ମହାପାତ୍ର

 

ଇତିହାସରେ ଆଜି ଦିନ: (୧୫୦୯) ଭେନିସ ଉପରେ ଫ୍ରାନସ ଆକ୍ରମଣ/ (୧୯୪୬) ଫ୍ରାନସ କବଳରୁ ସିରିଆ ସ୍ୱାଧୀନ/ (୧୯୬୯) ଆମେରିକା ସେନା ପାଇଁ ଇଣ୍ଟରନେଟ ସେବାର ଜନ୍ମ ହେଲା / (୨୦୦୩) ଇରାକର ବାଗଦାଦ ଅକ୍ତିଆର କଲା ଆମେରିକା ସେନା/ (୧୭୯୮) ମିସିସିପି ଅଞ୍ଚଳ ତିଆରି ହେଲା

===================

*ବନ୍ଦେ ଉତ୍କଳ ଜନନୀ*