April 24, 2026

ଝଙ୍କଡ଼ ସାରଳା ପୀଠରେ ଭାଗବତ ପରାୟଣ ପ୍ରବଚନ ସମାରୋହ ଉପଲକ୍ଷେ ପ୍ରସ୍ତୁତି ବୈଠକ..

IMG-20260406-WA0053
Share

ତିର୍ତ୍ତୋଲ ତା 5/4/2026 ଆସନ୍ତା ଏପ୍ରିଲ 24 ତାରିଖ ଠାରୁ ମେ 1 ତାରିଖ ପର୍ଯ୍ୟନ୍ତ, ବାଣୀକ୍ଷେତ୍ର ଝଙ୍କଡ଼ ସାରଳା ପୀଠରେ ହେବାକୁ ଯାଉଥିବା ଶ୍ରୀମଦ ଭାଗବତ ପରାୟଣ ପ୍ରବଚନ ସମାରୋହ ଉପଲକ୍ଷେ ଏକ ପ୍ରସ୍ତୁତିବୈଠକ, ଶ୍ରୀଜଗନ୍ନାଥ ସଂସ୍କୃତି ର ରାଷ୍ଟ୍ରୀୟ ପ୍ରଚାରକ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ଙ୍କ ମାର୍ଗଦର୍ଶନ ରେ, ବାବାଜୀ ନୀଳାଚଳ ଦାସମହାରାଜ ଙ୍କ ଅଧ୍ୟକ୍ଷତା ରେ ଓ ପରିଚାଳନା ନିର୍ଦ୍ଦେଶକ ପଣ୍ଡିତ ପଣ୍ଡିତ ବିଶ୍ୱନାଥ ଶତପଥୀ ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ରେ ଅନୁଷ୍ଠିତ ହୋଇଯାଇଛି l ଏଥିନିମନ୍ତେ ସାରଳା ମଣ୍ଡଳ ଭାଗବତ ପରିଚାଳନା ପର୍ଯ୍ୟବେକ୍ଷକ ମଣ୍ଡଳୀ ର କାର୍ଯକାରିଣୀ ସଦସ୍ୟ ଭାବରେ, ସାରଳା ମନ୍ଦିରର ମୁଖ୍ୟପୂଜକ ରଞ୍ଜନ କୁମାର ପଣ୍ଡା, ଅମରେଶ ରାଉତରାୟ, ଅଶୋକ କୁମାର ମହାନ୍ତି, ଲକ୍ଷ୍ମୀଧର ମହାପାତ୍ର, ବିଶ୍ୱରଞ୍ଜନ ରାଉଳ, କ୍ଷୀରୋଦ କୁମାର ରାଉଳ, ହରେକୃଷ୍ଣ ରାଉଳ, ନୃସିଂହ ଚରଣ ରାଉଳ, ହରେକୃଷ୍ଣ ନାୟକ, ବିଜୟ ନାୟକ , ସୁମିତ ଦାସ, ଅନନ୍ତ ଚରଣ ରାଉଳ, ଦେବୀ ପ୍ରସାଦ ରାଉଳ, ବ୍ରଜକିଶୋର ମଲ୍ଲିକ, ବିଳାସ ଚନ୍ଦ୍ର ବେହେରା, ସାରଦା ପ୍ରସାଦ ରାଉଳ, ତ୍ରିଲୋଚନ ରାଉଳ, ରମେଶ ଚନ୍ଦ୍ର ରାଉଳ, ସତ୍ୟଭୂଷଣ ଦାସ, ପ୍ରଶାନ୍ତ କୁମାର ସାହୁ, ଯୁଗଳ ଖୁଣ୍ଟିଆ, ନାରାୟଣ ପଣ୍ଡା, ଦେବୀପ୍ରସାଦ ତ୍ରିପାଠୀ ଓ ରମାକାନ୍ତ ରାଉଳ ଙ୍କୁ ନେଇ ପରିଚାଳନା ପର୍ଯ୍ୟବେକ୍ଷକ ମଣ୍ଡଳୀ ର ସଦସ୍ୟ ଭାବରେ ସର୍ବସମ୍ମତିକ୍ରମେ ଗ୍ରହଣ କରାଗଲା l ଏହି ମହାନ ଆଧ୍ୟାତ୍ମିକ ସାରସ୍ୱତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ସରସ ସୁନ୍ଦର ଓ ସଫଳ କରିବା ପାଇଁ ଉପସ୍ଥିତ ସଦସ୍ୟ ମାନେ ନିଜନିଜର ସୁଚିନ୍ତିତ ମତବ୍ୟକ୍ତ କରିଥିଲେ l ଦୀର୍ଘ ଆଠଦିନ ବ୍ୟାପି ଏହି କାର୍ଯ୍ୟକ୍ରମ ରେ ବହୁ ସାଧୁ ସନ୍ଥ ମହାତ୍ମା, ଜ୍ଞାନୀ ଗୁଣୀ, ପଣ୍ଡିତ, ପ୍ରଶାସନିକ ପଦାଧିକାରୀ ଓ ଜନପ୍ରତିନିଧି ମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି, ଅନୁଷ୍ଠାନ ର ପରିଚାଳନା ନିର୍ଦ୍ଦେଶକ ପଣ୍ଡିତ ବିଶ୍ୱନାଥ ଶତପଥୀ ସୂଚନା ପ୍ରଦାନ କରିଅଛନ୍ତି lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର

You may have missed