April 23, 2026

ବିଜେପିର ୪୭ତମ ସ୍ଥାପନା ଦିବସ ପାଳିତ 

IMG-20260406-WA0054
Share

 

ବୁଗୁଡ଼ା : ତା ୦୬/୦୪/୨୬ : ସ୍ଥାନୀୟ ବିରଞ୍ଚି ନାରାୟଣ କଲ୍ଯାଣୀ ମଣ୍ଡପ ପରିସରରେ ବୁଗୁଡା ନଗର ମଣ୍ଡଳ ପକ୍ଷରୁ ବିଜେପିର ୪୭ତମ ସ୍ଥାପନା ଦିବସ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନଗର ମଣ୍ଡଳ ସଭାପତି କେଦାରନାଥ ମହାରଣାଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ଦଳୀୟ ପତାକା ଉତ୍ତୋଳନ ସାଙ୍ଗକୁ ଦଳର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ

ଭାରତୀୟ ଜନତା ପାର୍ଟିର ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ମହାପାତ୍ର, ମଣ୍ଡଳ ପ୍ରଭାରୀ ପ୍ରଦୀପ କୁମାର ଦାସ , ପ୍ରାକ୍ତନ ମଣ୍ଡଳ ସଭାପତି ହରପ୍ରସାଦ ଦାସ , ବିଧାୟକ ପ୍ରତିନିଧି ୟୁ.ଯଜ୍ଞ ନାରାୟଣ ପାତ୍ର , ମହିଳା ମୋର୍ଚ୍ଚା ସଭାନେତ୍ରୀ ଡି.ରେଶ୍ମା ପାତ୍ର , ଯୁବମୋର୍ଚ୍ଚା ସଭାପତି କେ.ମାନସ ରଞ୍ଜନ ସୁବୁଦ୍ଧି ଓ ମଣ୍ଡଳ ସଧାରଣ ସମ୍ପାଦକ ଆଲୋକ କୁମାର ଦାସ,ମଣ୍ଡଳ ଉପସଭାପତି ସୁଜନ କୁମାର ଦାସ, ବିଚିତ୍ର ପାଣିଗ୍ରହୀଙ୍କ ସମେତ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଏବଂ କର୍ମୀ ଯୋଗ ଦେଇଥିଲେ।