April 23, 2026

ବିକାଶଠୁ ବହୁଦୂରରେ ନିୟମଗିରି ତଳ ତାଡ଼ିଝୁଲା ଗାଁ ଶିକ୍ଷା, ସ୍ବାସ୍ଥ୍ୟ, ରାସ୍ତା କି ବିଜୁଳି ନାହିଁ; ରୋଗୀକୁ ଖଟିଆ ସାହା

IMG-20260405-WA0068
Share

ଲାଞ୍ଜିଗଡ଼, ୫/୪ (ପୁରନ୍ଦର ଦଣ୍ଡସେନା): ଆଦିବାସୀ ଅଧ୍ଯୁଷିତ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ତ୍ରିଲୋଚନପୁର ପଞ୍ଚାୟତର ନିୟମଗିରି ପାହାଡ଼ର ପାଦ ଦେଶରେ ରହିଛି ଏକ ଗାଁ ତାଡ଼ିଝୁଲା। ଏଠି ୨୪ ବନବାସୀ ପରିବାରରେ ୧୫୦ରୁ ଅଧିକ ଲୋକ ରହୁଛନ୍ତି । ହେଲେ ଗାଁରେ ବିଭିନ୍ନ ସମସ୍ୟା ଲାଗି ରହିଛି । ଗାଁ ଲୋକଙ୍କ ପାଇଁ ସ୍ବାସ୍ଥ୍ୟସେବା, ଶିକ୍ଷା, ଗମନାଗମନ ଓ ବିଜୁଳି ସମସ୍ୟା ଲାଗିରହିଛି। ଲାଞ୍ଜିଗଡ଼ ବ୍ଳକ ଅଫିସରୁ ୩୫ କିମି ଦୂର ଓ ପଞ୍ଚାୟତ ମୁଖ୍ୟାଳୟଠାରୁ ମାତ୍ର ୫ କିମି ଦୂରରେ ରହିଛି ଏହି ଗାଁ। ଏହି ଗ୍ରାମବାସୀଙ୍କ ପାଇଁ ରାସ୍ତା ମୁଖ୍ୟ ସମସ୍ୟା। ଫଳରେ ଲୋକେ ସରକାରଙ୍କ ପକ୍ଷରୁ ଘର ପାଇଥିଲେ ମଧ୍ୟ ନିର୍ମାଣ କରିବା ସମ୍ଭବ ହେଉ ନାହିଁ। ଏହି ୨୪ ବନବାସୀ ପରିବାର ମଧ୍ୟରୁ ୭ ଜଣଙ୍କୁ ଘର ମିଳିଛି ସେଥିମଧ୍ୟରୁ ବହୁ କଷ୍ଟରେ ୬ ଜଣଙ୍କ ଘର ସମ୍ପୂର୍ଣ୍ଣ ହୋଇଥିବା ବେଳେ ଗୋଟିଏ ନିର୍ମାଣଧୀନ ଅବସ୍ଥାରେ ରହିଛି। ଘର ନିର୍ମାଣ ସାମଗ୍ରୀ ବୋହିନେବା ପାଇଁ କୁଲିମଜୁରୀଙ୍କୁ ଅଧିକ ଟଙ୍କା ଦେବାକୁ ପଡୁଛି ବୋଲି ପ୍ରକାଶ କରିଛନ୍ତି। ଦୁଇ କିମି ଦୂର ଜଙ୍ଗଲ ପାଦଚଲା ରାସ୍ତାରେ ହିତାଧିକାରୀ ପଞ୍ଚାୟତ ପିଡିଏସ୍ ଚାଉଳ ଓ ଭତ୍ତା ପାଇଁ ନାହିଁ ନଥିବା ଅସୁବିଧା ଦେଖିବାକୁ ମିଳିଛି। ଗାଁରୁ ୨ କିମି ପାଦଚଲା ରାସ୍ତାରେ ଯିବା ପରେ ନିୟମଗିରି ପାହାଡ ତଳେ ଥିବା ଫୁଲଡୁମେର ଗାଁରୁ ଭଲ ରାସ୍ତା ପଡ଼େ ଗାଁ ଲୋକେ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ରହୁଛନ୍ତି। ପାଦଚଲା ରାସ୍ତା ଯୋଗୁ ସ୍ବାସ୍ଥ୍ୟକର୍ମୀ କେବେବି ଗାଁକୁ ଆସୁନଥିବା ଗାଁ ଲୋକେ ପ୍ରକାଶ କରିଛନ୍ତି। ପଞ୍ଚାୟତ ମୁଖ୍ୟାଳୟ ତ୍ରିଲୋଚନପୁରରେ ଥିବା ସ୍ବାସ୍ଥ୍ୟ ଉପକେନ୍ଦ୍ରଟି ୨୦୧୦ ମସିହାରୁ ବନ୍ଦ ପଡ଼ିଥିବା ଯୋଗୁଁ ବର୍ତ୍ତମାନ ତାହା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି |ସ୍ବାସ୍ଥ୍ୟକର୍ମୀ ଗାଁକୁ ଆସିବା ତ ଦୂରର କଥା ପଞ୍ଚାୟତକୁ କେବଳ ସପ୍ତାହରେ ଥରେ ଆସୁଥିବା କହିଛନ୍ତି। ଫଳରେ ଅନେକ ରୋଗୀ ପ୍ରାଥମିକ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଛନ୍ତି।

ଗାଁକୁ ଆମ୍ବୁଲାନ୍ସ ଯାଇ ନପାରିବାରୁ ଗର୍ଭବତୀ ଓ ଗୁରୁତର ରୋଗୀଙ୍କୁ ଖଟିଆରେ ବୋହି ୨ କିମି ଦୂର ମୁଖ୍ୟ ରାସ୍ତା ଫୁଲଡୁମେର ଗାଁ ପର୍ଯ୍ୟନ୍ତ ଆଣିବାକୁ ହୋଇଥାଏ। ବାରମ୍ବାର ଅଭିଯୋଗ ସତ୍ତ୍ବେ ମଧ୍ୟ ଗାଁକୁ ବିଜୁଳି ସଂଯୋଗ ହୋଇ ପାରିନଥିବା ବେଳେ କିଛି ବର୍ଷ ହେଲା ଏନ୍‌ଜିଓ ମାଧ୍ୟମରେ ସୌରଶକ୍ତି ଚାଳିତ ଲାଇଟ୍ ବନବାସୀଙ୍କୁ ଯୋଗାଇ ଦିଆଯାଇଥିଲା। କିନ୍ତୁ ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ସବୁ ଅଚଳ ହୋଇ ପଡ଼ିରହିଛି। ସିଜାଡ଼ିବା ପାଇଁ ଗ୍ରାମବାସୀ ବାରମ୍ବାର ଦାବି କରିଥିଲେ ମଧ୍ୟ କେହି ଶୁଣୁନଥିବା କହିଛନ୍ତି। ଯାହା ଫଳରେ ଅନ୍ଧାରରେ ରହୁଥିବା କହିଛନ୍ତି। ଗାଁଠାରୁ ଫୁଲଡୁମେର ଅଙ୍ଗନବାଡ଼ି କେନ୍ଦ୍ର ୨ କିମି ଓ ଖେମୁଣ୍ଡିପଦର ପ୍ରାଥମିକ ବିଦ୍ୟାଳୟ ୫ କିମି ଦୂରରେ ରହିଥିବା ବେଳେ ଜଙ୍ଗଲ ପାଦ ଚଲା ରାସ୍ତା ଓ ବନ୍ୟ ହିଂସ୍ରଜନ୍ତୁଙ୍କ ଭୟ ରହିଛି।

ଏହାକୁ ଦୃଷ୍ଟିରେ ରଖି ଗତ ୨୦୨୫ ମାର୍ଚ୍ଚ ୧୧ ତାରିଖରେ ନିକଟସ୍ଥ ଗାଁ କୁନ୍ନାକାତୁର କାଣୁ ମାଝୀଙ୍କ ୫ ବର୍ଷର ପୁଅ ରବି ମାଝୀଙ୍କ ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିଲେ ତେଣୁ ପରିବାର ଲୋକେ ସାଙ୍ଗରେ ନଗଲେ ଗାଁ ପିଲାମାନେ ଯାଇ ନପାରି ଶିକ୍ଷାରୁ ବଞ୍ଚିତ ରହୁଥିବା କହିଛନ୍ତି। ପୂର୍ବରୁ ପାନୀୟଜଳର ସଙ୍କଟ ଲାଗି ରହିଥିଲା ନିୟମଗିରି ପାହାଡ଼ରୁ ସିଧା ସଳଖ ଆସୁଥିବା ଝରଣା ପାଣିକୁ ବ୍ୟବହାର କରି ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ବେଳେ ବ୍ଲକ ପ୍ରଶାସନ
ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ । ଏହାକୁ ପ୍ରଶାସନ ପକ୍ଷରୁ ଗାଁରେ ନନ୍ଦିକୂଅ କରି ପାନୀୟ ଜଳ ଯୋଗାଣ ହେଉଥିବାରୁ ଗାଁରେ ଜଳ ସଲ ସଙ୍କଟ ଦୂର ହୋଇଛି ଗାଁର ବିଭିନ୍ନ ସମସ୍ୟା ନେଇ ପ୍ରଶାସନକୁ ବାରମ୍ବାର ଜଣାଇବା ପରେ ବି କୌଣସି ସୁଫଳ ମିଳୁ ନଥିବା ଗ୍ରାମବାସୀ କହିଛନ୍ତି | ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

*ଲାଞ୍ଜିଗଡ଼ ରୁ ପୁରନ୍ଦର ଦଣ୍ଡସେନା ଙ୍କ ରିପୋର୍ଟ ନିଉଜ ଉପାନ୍ତ ଖବର*

You may have missed