April 28, 2026

ଜନଗଣନା-୨୦୨୭ ପାଇଁ ପ୍ରଥମ ପର୍ଯ୍ୟାୟ ତାଲିମ୍ ଶିବିର

IMG-20260324-WA0073
Share

 

 

ବେଲଗୁଣ୍ଠା,୨୪/୦୩, ସମଗ୍ର ଦେଶରେ ଅରମ୍ଭ ହେବାକୁ ଯାଉଛି ଜନଗଣନା – ୨୦୨୭ I ଏହା ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହାର ପ୍ରଥମ ପର୍ଯ୍ୟାୟରେ ଚଳିତ ବର୍ଷ ଅପ୍ରେଲ ମାସ ଏକ ତାରିଖ ଠାରୁ ପନ୍ଦର ତାରିଖ ମଧ୍ୟରେ ସ୍ୱଗଣନା ଏବଂ ଅପ୍ରେଲ୍ ଷୋହଳ ତାରିଖ ଠାରୁ ମଇ ପନ୍ଦର ତାରିଖ ପର୍ଯ୍ଯନ୍ତ ଗୃହ ତାଲିକା ଏବଂ ଗୃହ ଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ I ଏହି ପ୍ରରିପ୍ରେକ୍ଷୀରେ ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବ୍ଳକ୍ ର ଜନ ସଂଖ୍ୟା ଗଣନାକାରୀ ଏବଂ ସୁପରଭାଇଜର୍ ମାନଙ୍କ ପାଇଁ ଘୁମୁସର ବୈଷୟିକ ନୋଡ଼ାଲ୍ ଉଚ୍ଚ ବିଦ୍ୟାଳୟ ଏବଂ ବ୍ଳକ୍ ପରିସର ସ୍ଥିତ ରାଜୀବଗାନ୍ଧୀ ସେବା କେନ୍ଦ୍ରରେ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି I ଚଳିତ ମାର୍ଚ୍ଚ ୨୩ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ତାଲିମ୍ ଶିବିରରେ ବ୍ଳକ୍ ର ୨୫୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ତାଲିମ୍ ପ୍ରଦାନ କରାଯିବ ବୋଲି ତହସିଲଦାର କଳାକୃଷ୍ଣ ପ୍ରଧାନ ସୂଚନା ଦେଇଛନ୍ତି I ଏହା ଭାରତର ପ୍ରଥମ ଡିଜିଟାଲ୍ ଜନ ଗଣନା କାର୍ଯ୍ୟକ୍ରମ ହୋଇଥିବା ବେଳେ ଏହି ତାଲିମ୍ ଶିବିରରେ ଗଣନାକାରୀ ଏବଂ ସୁପରଭାଇଜର୍ ମାନଙ୍କୁ ଗୃହ ତାଲିକା ଏବଂ ଗୃହ ଗଣନା ପାଇଁ ତାଲିମ୍ ପ୍ରଦାନ କରାଯାଉଛି I କ୍ଷେତ୍ର ପ୍ରଶିକ୍ଷକ ଭାବେ ବେଲଗୁଣ୍ଠା ଏବିଡିଓ ସନ୍ତୋଷ କୁମାର ମନ୍ତ୍ରୀ, ଆର୍ଯ୍ୟକନ୍ୟା ଗୁରୁକୂଳ ପ୍ରଧାନ ଶିକ୍ଷକ ସୂର୍ଯ୍ୟ ନାରାୟଣ ସେଠୀ,ଏବିଇଓ ପ୍ରଶାନ୍ତ କୁମାର ପଟ୍ଟନାୟକ,ଶିକ୍ଷକ ସୁମନ୍ତ କୁମାର ସେଠୀ ପ୍ରମୁଖ ତାଲିମ୍ ପ୍ରଦାନ କରୁଛନ୍ତି I ଏହି ଅବସରରେ ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା ଏବଂ ଆଡିସନାଲ୍ ସବକଲେକ୍ଟର୍ ପ୍ରଧାନ ଟୁଲିଆମା ତାଲିମ୍ ଶିବିର ଗୁଡ଼ିକୁ ପରିଦର୍ଶନ କରି ତାଲିମ୍ ଗ୍ରହଣ କରୁ୍ଥିବା ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହିତ ଆଲୋଚନା କରିବା ସହିତ କାର୍ଯ୍ୟକ୍ରମର ଶତପ୍ରତିଶତ ସଫଳତା କାମନା କରିଛନ୍ତି I

 

ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ

You may have missed