November 14, 2024

ସର୍ବଭାରତୀୟ ମା ବାଶୁଳି କପ୍ ୟୁନାଇଟେଡ ବ୍ରହ୍ମପୁର ଚମ୍ପିୟାନ

Share

ସର୍ବଭାରତୀୟ ମା ବାଶୁଳି କପ୍ ୟୁନାଇଟେଡ ବ୍ରହ୍ମପୁର ଚମ୍ପିୟାନ ।

 

ହାଟଡିହି ବ୍ଳକ ଅନ୍ତର୍ଗତ ମଠ କପୁଣ୍ଡି ମିନି ଷ୍ଟାଡିୟମ ହାଟଡିହି ଠାରେ ସର୍ବଭରତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଞ୍ଚ ଦିନ ଧରି ଚାଲିଥିବା ବେଳେ। ରବି ବାର ଦିନ ଫାଇନାଲ ମ୍ୟାଚ ରେ ପ୍ରୋଗ୍ରେଶିଭ ଝାରସୁଗୁଡ଼ା ଓ ୟୁନାଇଟେଡ ବରହମ୍ପୂର୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଟଚ୍ ଜିତି ବରହମ୍ ପୂର ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅପର ପକ୍ଷରେ ଝାରସୁଗୁଡ଼ା ବ୍ୟାଟିଂ କରିଥିଲା। ବରହମ୍ପୂର୍ ୨୦ଓଭର ରେ୨୧୯ରନ୍ ସଂଗ୍ରହ କରିଥିଲେ।। ଦଳ ପକ୍ଷରୁ ଅଙ୍କିତ ରାଜ ସିଂହ ସର୍ବାଧିକ ୪୩ବଲ ରେ ୧୦୫ରନ୍ ସଂଗ୍ରହ କରିଥିବା ବେଳେ ୩ଚୌକା ୪ଛକା ମାରିଥିଲେ। ଜବାବ ରେ ଦ୍ୱିତୀୟ ଇନୀଙ୍ଗସ ରେ ଝାରସୁଗୁଡ଼ା ୧୫.୨ ଓଭର ଖେଳି ୧୦ୱିଇକେଟ ହରାଇ ୧୪୯ ରନ୍ କରି ରନ୍ ସଂଗ୍ରହ କରିଥିଲା। ଝାରସୁଗୁଡ଼ା ପକ୍ଷରୁ ସୁଜଲ୍ ସିଂ ସର୍ବାଧିକ ୩୦ବଲ ରେ ୬୫ରନ୍ ସଂଗ୍ରହ କରିଥିଲେ। ଏହି ଖେଳରେ ଇଲୁ ଗୋଛାୟତ ସର୍ବାଧିକ ୱିକେଟ ନେଇ ମ୍ୟାନ ଅଫ ଦି ମ୍ୟାଚ୍ ହୋଇଥିଲା ବେଳେ ଅଙ୍କିତ ରାଜ ମ୍ୟାନ ଅଫ ଦି ସିରିଜ୍ ହୋଇଥିଲେ। ଏହି ଖେଳ କୁ ବରିଷ୍ଠ ଆମ୍ପାୟାର ଶାନ୍ତନୁ କୁମାର ରାଉତ, ସଞ୍ଜୀବ ବେହେରା,ସ୍କୋର ର ଜ୍ୟୋତି ରଞ୍ଜନ ଜେନା , ରଶ୍ମି ରଞ୍ଜନ ବେହେରା, ମଣ୍ଟୁ ଜେନା, ଏମଡି ବାବୁ,ଭାଷ୍ୟକାର ତପନ ମଜୁମଦାର, ସୁଧାଂଶୁ ଶେଖର ମହାନ୍ତି ରହି ଥିଲେ। ଏହି ଖେଳରେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ବିଧାୟକ ଶ୍ରୀଯୁକ୍ତ ଭାଗିରଥି ସେଠୀ, ଏଲିନା ଦାସ (ସାଧାରଣ ସମ୍ପାଦକ ରାଜ୍ୟବିଜୁ ଜନତା ଦଳ) ଶ୍ରୀଯୁକ୍ତ ଜଗନ୍ନାଥ ନାୟକ (ବିଧାୟକ ପାଟଣା), ଶ୍ରୀମତି ସାବିତ୍ରୀ ସେଠୀ (ଅଧ୍ୟକ୍ଷା ହାଟଡିହି ବ୍ଲକ), ପଙ୍କଜ କୁମାର ମହାପାତ୍ର (ବରିଷ୍ଠ ଚାଟାର୍ଡ ଆକାଉଣ୍ଟାଟ)ଚିନ୍ମୟ ନାୟକ (ଆଞ୍ଚଳିକ ଯୁବ ପରିଷଦ ହାଟଡିହି ତଥା ହାଟଡିହି ସରପଞ୍ଚ) ଚିତ ରଞ୍ଜନ ପାତ୍ର (ସମ୍ପାଦକ ଆଞ୍ଚଳିକ ଯୁବ ପରିଷଦ ହାଟଡିହି) ରହିଥିଲେ। ଏହି ଖେଳ ରେ , କୋଷାଧ୍ୟକ୍ଷ ମନୋଜ ପାତ୍ର,ଗଣେଶ କୁମାର କୁଅଁର, ଦାଶରଥି ଦେବତା, ପ୍ରଫୁଲ ସ୍ୱାଇଁ, ଉପ ଦେଷ୍ଟା ଧବଳେଶ୍ୱର ପଟନାୟକ, ଅମିୟ ରଞ୍ଜନ ନାୟକ, ପଦ୍ମନାଭ ସାମଲ, ଦେବାଶିଷ ବାରିକ୍, ପ୍ରଦୀପ ଜେନା, ନିରାକାର ଜେନା, ବିଜୟ ମଲ୍ଲିକ,ପ୍ରମୁଖ ରହି ଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ସୁଶାନ୍ତ ଜେନା, ମାନସ ଜେନା, ଅଜୟ କୁମାର ଜେନା, ପ୍ରଦୀପ ଜେନା, ବିଜୟ ମଲିକ, ରବୀନ୍ଦ୍ର କୁଅଁର, ଏମଡି ବାବୁ, ଭଗବାନ ନାୟକ, ପଙ୍କଜ ଗୁପ୍ତା, ବିପିନ ଜେନା, ବିଦା ଧର ମୁଦୁଲି, ହାଡିବନ୍ଧୁ ଭୂୟାଁ, ଟିକୁ ପଢ଼ିଆରି, ସୀତାରାମ ଜେନା, ଅଜୟ କୁମାର ଜେନା, ଜିତୁନ ଧଳ, ମାନସ ଜେନା, ଅନନ୍ତ କୁଅଁର, ବଳରାମ ବେହେରା, , ଚିତ ରଞ୍ଜନ ନାୟକ ଙ୍କ ସହୋଯୋଗ ରେ ଖେଳ ପରିଚାଳନା ହୋଇ ଥିଲା।(ଫଟୋ)