ଉମରକୋଟ ମେଡିକାଲ ମୁଖ୍ୟ ରାସ୍ତାରେ ଗଦା ହେଇଛି ପୁଳା ପୁଳା ବାଲି ଗଦା, ସୃଷ୍ଟି କରୁଛି ବାଧା ପ୍ରାପ୍ତ ଜରୁରୀ କାଳୀନ ସ୍ୱାସ୍ଥ୍ୟ ସେବା ପରିବହନ, ଦୁର୍ଘଟଣା ର ଶିକାର ହେଉଛିନ୍ତି ଛୋଟ ଗାଡି………
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଉମରକୋଟ ସହର ମୁଖ୍ୟ ରାସ୍ତାରୁ ଉପଖଣ୍ଡିୟ ଚିକିତ୍ସାଳୟକୁ ସଂଯୋଗ କରୁଥିବା ରାସ୍ତା ପାଲିଟିଛି ମରଣ ଯନ୍ତା।ରାସ୍ତା ଉପରେ ଗଦା ହେଇଛି ପୁଳା ପୁଳା ବାଲି ବିଶେଷ କରି ଏହି ରାସ୍ତା ଉପରେ ଦୈନ ଦିନ ସହ ସହ ରୋଗୀ ନିର୍ଭର କରନ୍ତି। ଖାଲି ରୋଗୀ ନୁହେଁ ଏହି ରାସ୍ତା ଟି ଉମରକୋଟ ପେଣ୍ଡ୍ରାଣୀ କଲେଜ, ବହୁ ସରକାରୀ କାର୍ଯ୍ୟାଳୟ ଓ ସହରାଞ୍ଚଳ ର କିଛି ସାହି କୁ ମୁଖ୍ୟତଃ ସଂଯୋଗ କରିଥାଏ। ବାଲି ଗଦା ହେଇ ରହିବା ଦ୍ୱାରା ଗୁରୁତର ରୋଗୀ ବହନ କରୁଥିବା ଆମ୍ବୁଲାନ୍ସ, ଜନନୀ ଏକ୍ସପ୍ରେସ କୁ ସାମ୍ନା ପଟୁ ଆସୁଥିବା ଗାଡି ପାଇଁ କିଛି ସମୟ ଅଟକି ବାକୁ ପଡେ। ଖାଲି ସେତିକି ନୁହେଁ ରାସ୍ତା ମଝିରେ ଏକ ଗାତ ସୃଷ୍ଟି ହେଇଥିବା ବେଳେ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବାର ନଜିର ଥିବା ଲୋକେ ଅଭିଯୋଗ କରିଛନ୍ତି। ଯେଉଁଥି ପାଇଁ ଗୁରୁତର ରୋଗୀ ସେବା ବ୍ୟାହତ ହେଉଥିବା ନଜରକୁ ଆସୁଛି। ସ୍କୂଲ ପିଲା ମାନେ ସାଇକେଲ ନେଇଯାଉଥିବା ବେଳେ ବାଲି ଗଦା ଉପରେ ପଡୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ଆମେ ଏ ବିଷୟରେ ଉମରକୋଟ ପୂର୍ତ୍ତ ବିଭାଗ ଅଧିକାରୀ ବିଶ୍ୱରଂଜନ ଦେହୁରୀ ଙ୍କୁ ପଚାରିବାରୁ ଏ ରାସ୍ତା ଟି ବର୍ତମାନ ପର୍ଯ୍ୟନ୍ତ ସମ୍ପୂର୍ଣ ହେଇନାହିଁ। ଯେଉଁ ଠିକା ସଂସ୍ଥା ଏହି କାମ ନେଇଥିଲା ସେ ସଠିକ ଭାବେ କାମ ନକରିବାରୁ ତାକୁ ନୋଟିସ ସହ ଜୋରିମାନା ମଧ୍ୟ ହେଇଛି। କାମ ର ସମୟ ଅବଧି ସରିଥିଲେ ମଧ୍ୟ ଏଯାବତ ସଂସ୍ଥା ବିଳମ୍ବ କରିବାରୁ ଶୀଘ୍ର କାମ ସାରିବାକୁ ନୋଟିସ ଯାଇଛି। ରାସ୍ତାରୁ ବହୁ ଶୀଘ୍ର ବାଲି କଢ଼ାଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି,
