May 11, 2026

ଉମରକୋଟ ସଫେଇ କର୍ମଚାରୀ ଙ୍କ ଦରମା ବିଳମ୍ବ ହେବାରୁ ରାଜରାସ୍ତା ଓ ପୈରପରିଷ ସମ୍ମୁଖ ରେ ଅଳିଆ ଆବର୍ଜନା ପକାଇ ପ୍ରତିବାଦ……..

IMG-20260319-WA0061
Share

 

ଉମରକୋଟ:- (ଏମ.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ପୈରପରିଷ ଠାରେ ସଫେଇ କର୍ମଚାରୀମାନଙ୍କ ମଧ୍ୟରେ ତ୍ରିବ୍ର ଅସନ୍ତୋଷ ଦେଖାଦେଇଛି। ଦିର୍ଘ ଦିନ ଧରି ଦରମା ମିଳିନଥିବାରୁ ପୈରପରିଷ ସମ୍ମୁଖ ରେ ଓ ଉମରକୋଟ ସହର ର ମୂଖ୍ୟ ରାସ୍ତା ରେ ଅଳିଆ ଆବର୍ଜ୍ଜନା ପକାଇ ତୀବ୍ର ପ୍ରତିବାଦ କରିଛନ୍ତି। ଉମରକୋଟ ପୈରପରିଷ ଠାରେ ସଫେଇ କାର୍ଯ୍ୟ କରୁଥିବା କର୍ମଚାରୀମାନେ ଦିନ ହେଲା ଦରମା ମିଳିନଥିବା ଜଣାଇ ଆସୁଛନ୍ତି।ଏହା ଫଳରେ ସେମାନଙ୍କ ର ପରିବାର ଚଳାଇବାରେ ସମସ୍ୟା ହେଉଛି । ବାରମ୍ଵାର ଜଣାଇବା ସର୍ତ୍ତେ ପ୍ରଶାସନ ପକ୍ଷରୁ ସମାଧାନ ନହେବାରୁ ରାଜରାସ୍ତାରେ ଅନାଇଛନ୍ତି । ସକାଳୁ ସଫେଇ କର୍ମଚାରୀ ମାନେ ଏକଜୁଟ ହୋଇ ପୈରପରିଷ ସମ୍ମୁଖ ରେ ଧାରଣା ଦେଇଛନ୍ତି। ପରେ ମୂଖ୍ୟ ରାସ୍ତା ରେ ଆବର୍ଜନା ପକାଇ ପ୍ରତିବାଦ ଜଣାଇଥିଲେ। କିଛି ସମୟ ପାଇଁ ଯାନବାହାନ ଯାତାୟତ ପାଇଁ ସମସ୍ୟା ସୃଷ୍ଟି ହୋଇଥିଲା । ସଫେଇ କାର୍ଯ୍ୟ ବନ୍ଦ ହେଲେ ସହରର ପରିବେଶ ଉପରେ ପ୍ରଭାବ ପଡ଼ିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ଦେଖିବାକୁ ବାକି ରହିଲା କେବେ ସମସ୍ୟାର ସମାଧାନ ହେବ ।