March 18, 2026
ajiro khabar
Share

 

୧-ଭୁବନେଶ୍ୱର:କଳାବଜାରରେ ଗ୍ୟାସ୍ ସିଲିଣ୍ଡର ଦାମ୍ ୩ ହଜାର,ହାତ ମିଳାଇଛନ୍ତି ଏଜେନ୍ସି ଓ ଗ୍ୟାସ୍ ଦୋକାନୀ। ରାସ୍ତାକଡ଼ ଦୋକାନୀଙ୍କ ବେପାର ବନ୍ଦ।

 

୨-ଭୁବନେଶ୍ୱର:ଆଗାମୀ ୫ ଦିନ କାଳବୈଶାଖୀ, ୨୪ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି।

 

୩-ବିଧାନସଭାରେ ଏସ୍‌ସିବି ତାତି; ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ।

 

୪-ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନନ୍ଦନକାନନ ଆଗୁଆ ପଦକ୍ଷେପ, ପଶୁ ପକ୍ଷୀଙ୍କ ପାଖରେ ଲଗାଯିବ କୁଲର ଓ ଫ୍ୟାନ।

 

୫-ଭୁବନେଶ୍ୱର:ରେଳବାଇ ଚାକିରି ନାଁରେ ୧୦ ଲକ୍ଷ ଠକେଇ, ରାଉରକେଲାରୁ ଠକ ଗିରଫ।

 

୬-କ୍ରସ ଭୋଟିଂ ପରେ ଚାଲିଲା ଗୋହି ଖୋଳାଖୋଳି; କଂଗ୍ରେସରୁ ତିନି ବିଧାୟକ ନିଲମ୍ୱିତ।ବିଧାୟକ ରମେଶ ଜେନା, କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଓ ମୋହନା ବିଧାୟକ ଦାଶରଥି ଗମାଙ୍ଗ ସସ୍‌ପେଣ୍ଡ।

 

୭-ଭୁବନେଶ୍ୱର : କ୍ରସ ଭୋଟିଂ କରିଥିବା ୬ଜଣ ବିଜେଡି ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ। ନୋଟିସ ଜାରି କରି ଜବାବ ମାଗିଲେ ବିରୋଧୀ ଦଳ ମୁଖ୍ୟ ସଚେତକ।

 

୮-ବଡ଼ଚଣା,ମହାଦେଇ ପୁର:ଜଳିଗଲା ୫ ବଖରା ଘର, ସମସ୍ତ ଆସବାବପତ୍ର ସହ ବିଭିନ୍ନ ସାମଗ୍ରୀ ଜଳି ନଷ୍ଟ।

 

୯-ସୁନ୍ଦରଗଡ଼: ‘ଉଲ୍ଲାସ’କୁ ଉତ୍କଣ୍ଠା ଉଣା,ମାଗଣା ଶିକ୍ଷାଦାନକୁ କୁନ୍ଥୁକୁନ୍ଥୁ ଲୋକ।

 

୧୦-KISS ପିଲାଙ୍କ ଭଲପାଇବା ସବୁଦିନ ମନେରହିବ, KIIT-KISS ଦୁଇଟି ଅନୁଷ୍ଠାନ ଆମ ଦେଶ ପାଇଁ ଗର୍ବ : ନିତା ଅମ୍ବାନୀ।

 

୧୧-ରାୟଗଡ଼ା ସହର:ଡିକି ଭାଙ୍ଗି ଲୁଟିନେଲେ ୧୦ ଭରି ସୁନା ଅଳଙ୍କାର, ସିସିଟିଭି ଯାଞ୍ଚ୍ କରୁଛି ପୁଲିସ।

 

୧୨-କଳାହାଣ୍ଡି , କୋକସରା :ତାଣ୍ଡବ ରଚିଲା କାଳବୈଶାଖୀ ବର୍ଷା ସହ କୁଆ ପଥର ମାଡ଼, ଜନ ଜୀବନ ଅସ୍ତବ୍ୟସ୍ତ।

 

୧୩-ରାଜନଗର:ଗହୀରମଥାରେ ଅଲିଭରିଡଲେଙ୍କ ସାମୁହିକ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ, ସମୁଦ୍ର କୂଳରେ ସୁରକ୍ଷା ବ୍ୟବସ୍ଥା କଡାକଡି।

 

୧୪-ଉଦଳା: ଉତ୍ତର କହିପାରିଲା ନାହିଁ ବୋଲି ଶିକ୍ଷୟିତ୍ରୀଙ୍କ ମାଡ଼ରେ ନବମ ଶ୍ରେଣୀ ଛାତ୍ରଙ୍କ ଗୁରୁତର ଅଭିଯୋଗ, ମେଡିକାଲରେ ଭର୍ତ୍ତି ହେଲେ ଛାତ୍ର।

 

୧୫-ଭଦ୍ରକ:ମା’ ଭଦ୍ରକାଳୀଙ୍କ ପୀଠରେ ଅଗ୍ନିକାଣ୍ଡ, ଜଳିଗଲା ପୂଜା ସାମଗ୍ରୀ ଏବଂ ଅନ୍ୟାନ୍ୟ ଆସବାବପତ୍ର।

 

୧୬-ସାବଧାନ! ଗାଁରେ ବୁଲୁଛି ବାଘ, ମାରି ଖାଇଲା ବଳଦ। ମୋହନା ଚନ୍ଦ୍ରଗିରି ବନାଞ୍ଚଳ କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ। ଗୋଟିଏ ବଳଦ ମାରି ଖାଇବା ସହ ଆଉ ଦୁଇଟି ଗୋରୁ ଆହତ।

 

୧୭-ହର୍ମୁଜରୁ LPG ଜାହାଜକୁ ସୁରକ୍ଷିତ ଭାବରେ ଭାରତକୁ ଆଣିବାରେ ସଫଳ ହେଲେ ଓଡ଼ିଆ ପୁଅ; ଚର୍ଚ୍ଚାରେ ‘ନନ୍ଦାଦେବୀ’ର ସାରଥୀ ଧୀରଜ ଅଗ୍ରୱାଲ।

 

୧୮-ପବିତ୍ର ରମଜାନରେ ମରିଗଲା ପାକିସ୍ତାନର ମଣିଷପଣିଆ, ଆଫଗାନ ହସ୍ପିଟାଏଲରେ ଏୟାର ଷ୍ଟ୍ରାଇକରେ ୪ ଶହ ମୃତ।

 

୧୯-ନୂଆ ଦିଲ୍ଲୀ:ଆର୍ମେନିଆ, ଆଜରବୈଜାନ ଦେଇ ଇରାନ ଛାଡୁଛନ୍ତି ଭାରତୀୟ।

 

୨୦-ଇରାନ ଯୁଦ୍ଧକୁ ନେଇ ଟ୍ରମ୍ପ ପ୍ରଶାସନରେ ଫାଟ, ଇସ୍ତଫା ଦେଲେ ଶୀର୍ଷ ଗୁଇନ୍ଦା ଅଧିକାରୀ।

You may have missed