ରାଜ୍ୟସଭା ରେ କ୍ରସ ଭୋଟିଂ ପାଇଁ ବସ୍ତା ବିଧାୟିକା ସୁବାସିନି ଜେନ ଙ୍କ କୁଶ ପୁତ୍ତଳିକା ଦାହ କଲା ବାଲେଶ୍ବର ବିଜେଡ଼ି
ବାଲେଶ୍ବର ( ଦେବାଶିଷ ଦାଶ )
ଦଳ ବିରୋଧୀ କାର୍ଯ୍ୟ ପାଇଁ ବସ୍ତା ବିଧାୟିକା ସୁବାସିନୀ ଜେନାଙ୍କ କୁଶ ପୁତ୍ତଳିକା ଦାହ କଲା ବାଲେଶ୍ବର ବିଜେଡି
ରାଜ୍ୟସଭା ନର୍ବାଚନ ରେ ବସ୍ତା ବିଧାୟିକା ସୁବାସିନୀ ଜେନା କ୍ରସ ଭୋଟିଙ୍ଗ କରି ଥିଲେ। ଫଳରେ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ବିଜୟୀ ହୋଇଛନ୍ତି।ଏହି ପ୍ରସଙ୍ଗ କୁ ନେଇ ସାରା ରାଜ୍ୟରେ ବିଜେଡି ନେତା ଓ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀ ରେ ବାଲେଶ୍ଵର ବିଜୁ ଜନତା ଦଳ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପୂର୍ବତନ ବିଧାୟକ ସ୍ୱରୂପ କୁମାର ଦାସ ଙ୍କ ନେତୃତ୍ୱ ରେ ଆଜି ଅପରାହ୍ନ ପାଞ୍ଚଟା ରେ ସ୍ଥାନୀୟ ଷ୍ଟେସନ ଛକ ରେ ବସ୍ତା ବିଧାୟିକା ଶ୍ରୀମତୀ ଜେନା ଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି।
ଦଳ ବିରୋଧୀ ସୁବାଷିନୀ ହାୟ ହାୟ, ଶୁବାସିନୀ ତମେ ଇସ୍ତଫା ଦିଅ, ନବୀନ ପଟ୍ଟନାୟକ ଜିନ୍ଦାବାଦ, ଆଦି ବିଭିନ୍ନ ସ୍ଲୋଗାନ ନେତା ଓ କର୍ମୀ ଦେଇଥିଲେ।
କୁଶ ପୁତ୍ତଳିକା ଦାହ ବେଳେ ବରିଷ୍ଠ ନେତା ରଞ୍ଜନ ବାଗ, ଜିଲ୍ଲା ପରିଷଦ ର ପୂର୍ବତନ ସଭାପତି ଗିରିଶ ଚନ୍ଦ୍ର ଦାଶ, ଭାଇସଚେୟାର ମ୍ୟାନ କୈଳାଶ ଚନ୍ଦ୍ର ସେଠୀ, ଟାଉନ ସଭାପତି ମନୋଜ ରାଉତ,ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଧିରେନ ନାୟକ, କାଉନସିଲର ଶେଖ ଆୟୁବ, ମିତା ପଟ୍ଟନାୟକ, ସନ୍ଧ୍ୟା ରାଣୀ ଜେନା, ସବିତା ଦାସ, ରିତ୍ତିକ ଜୀ, ପୂର୍ବତନ କାଉନସିଲର ସଞ୍ଜୟ ବେହେରା, କାଉନସିଲର, ଶଶୀ ରେଖା ମହାନ୍ତି,ଶେଖ ଆଲାମ, ଦେବାଶିଷ ଦାସ, ସୁବୋଧ ମହାନ୍ତି, ଅଶୋକ ଆଢ୍ୟ, ବିଭୁ ଦତ୍ତ ପରିଡା, ପୂର୍ବତନ କାଉନସିଲର ଅବଦୁଲ ସାକିର ଖାନ, ଭରତ ଭୂଷଣ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ.
