April 30, 2026

ଗ୍ୟାସ ଦରବୃଦ୍ଧି କୁ ନେଇ ପୁରୀଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ

IMG-20260314-WA0023
Share

 

 

ଆଜି ଦିନ ୧୧.୩୦ମି ସମୟରେ ଜିଲ୍ଲାପାଳ, ପୁରୀଙ୍କ, କାର୍ଯ୍ୟାଳୟ, କଚେରୀ ଛକ, ପୁରୀ ରେ ରନ୍ଧନ ଗ୍ୟାସ ର ଅହେତୁକ ଦରବୃଦ୍ଧି ଏବଂ ଖାଉଟିର ଆବଶ୍ୟକତା ଅନୁଯାୟୀ ଯୋଗାଣ ନହେବା ଓ ବିଳମ୍ବିତ ଯୋଗାଣ ବିରୁଦ୍ଧରେ ପୁରୀ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଡବଲ ଇଞ୍ଜିନ ସରକାର ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏଥିରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଇଂ ରାଜେଶ କୁମାର ମିଶ୍ର ଙ୍କ ନେତୃତ୍ବରେ ଶତାଧିକ କର୍ମୀ ଉପସ୍ଥିତ ରହି କଚେରୀ ଛକରୁ ଏକ ପଦଯାତ୍ରା ରେ ବାହାରି ସମୁଦ୍ର କୂଳ ଥାନା, ଆଚାର୍ଯ୍ୟ ହରିହର ଛକ ଦେଇ ଜିଲ୍ଲାପାଳ, ପୁରୀ ଙ୍କ କାର୍ଯ୍ୟାଳୟ ଠାରେ ଗ୍ୟାସ ସିଲିଣ୍ଡର ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ‌। ଇରାନ ଆମେରିକା ଇସ୍ରାଏଲ ଯୁଦ୍ଧ କାରଣରୁ ତଥା ଆମେରିକାର ର ସିଧାସଳଖ ଭାରତ ସରକାରଙ୍କୁ ତାଗିଦ କାରଣରୁ ଭାରତ ଅନ୍ୟ ରାଷ୍ଟ୍ରରୁ ତୈଳ ତଥା ଗ୍ୟାସ ଆମଦାନୀ ନ କରିବା ଆମ ଦୁର୍ବଳ ବୈଦେଶିକ ନୀତି କୁ ଦର୍ଶାଉଛି । ଘରୋଇ ଗ୍ୟାସ ଓ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ପ୍ରତି ଅହେତୁକ ଦରବୃଦ୍ଧି କାରଣରୁ ସିଧାସଳଖ ଗରିବ ନିମ୍ନ ମଧ୍ୟବିତ୍ତ ପରିବାରରେ ପ୍ରଭାବ ପକାଇଛି ଏବଂ ହୋଟେଲ, ଜଳଖିଆ ଦୋକାନ କରି ଗୁଜୁରାଣ ମେଣ୍ଟାଉଥିବା ମାଲିକ ତଥା କର୍ମଚାରୀଙ୍କ ପେଟକୁ ସରକାର ଦାନା ଦେବା ବଦଳରେ ଭାତହାଣ୍ଡି ଛଡ଼ାଇ ନେଇଛନ୍ତି । ଯଦି ଅନ୍ୟ ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ଯୁଦ୍ଧ ପାଇଁ ଏପରି ପରିସ୍ଥିତି ତେବେ ଆମ ଦେଶ ସହ ପଡୋଶୀ ଦେଶର ଯୁଦ୍ଧ ହେଲେ ଏଠାରେ ବିଭିସିଖା ପରିସ୍ଥିତି ସୃଷ୍ଟି ହେବ । ଏଣୁ ସରକାର ଆମେରିକାର ଚାଟୁକାରିତା ନ କରି ତୁରନ୍ତ ତୈଳ ତଥା ଗ୍ୟାସ ର ଆମଦାନୀ ଉପରେ ନୀତି ନିର୍ଦ୍ଧାରଣ କରନ୍ତୁ । ଏବଂ ଗ୍ୟାସ୍ ସିଲିଣ୍ଡର ସରଳ ଉପଲବ୍ଧ କରିବା ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ । ଆଜିର କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଶରତ ରଥ,‌ଉତ୍ତମ ଆଚାର୍ଯ୍ୟ, ଜୟନାରାୟଣ ପଟ୍ଟନାୟକ, ବିନାୟକ ଦାସମହାପାତ୍ର, ନିରଞ୍ଜନ ରଥ, ବିଶ୍ବଭୂଷଣ ଦାସ, ବିଶ୍ବକେସନ ହରିଚନ୍ଦନ ମହାପାତ୍ର, ଉମାକାନ୍ତ ବରାଳ,‌ପ୍ରମୋଦ କୁମାର ପ୍ରଧାନ, ପୁଷ୍କର ମହାପାତ୍ର, ବିଶ୍ବନାଥ ଦାଶ, ସୁକାନ୍ତ କୁମାର ପ୍ରଧାନ, ଗୋବିନ୍ଦ ମଲ୍ଲିକ, ନିର୍ମଳ ପରିଡ଼ା, ସୁଶାନ୍ତ ମହାପାତ୍ର, ସିତାକନ୍ତ ମହାନ୍ତି, ରାଧେଶ୍ୟାମ ସାହୁ, ଅମରେନ୍ଦ୍ର ପାଇକରାୟ ,ସ୍ବାଧୀନ କୁମାର ପଣ୍ଡା, ବିଦ୍ୟୁତଲତା ଆଚାର୍ଯ୍ୟ,‌ ସରସ୍ବତୀ ପାତ୍ର, ନିରୁପମା ସାହୁ, ସିଲା ପରିଡ଼ା, ପିଙ୍କି ପରିଡ଼ା, ରିତା ଦାସ, ଆର୍ତ୍ତତ୍ରାଣ ସାହୁ, ବିଶ୍ବରଂଜନ ମହାପାତ୍ର, ଅବିନାଶ ମିଶ୍ର, ରଜତ କୁମାର ସାହୁ, ଆଶୁତୋଷ ମିଶ୍ର, ବିଶ୍ବରଂଜନ ସାମନ୍ତରାୟ, କାଳନ୍ଦୀ ବାରିକ, ଅନ୍ତଯ୍ୟାମି ଦିକ୍ଷୀତ, ଜିତୁ ପ୍ରକାଶ ପରିଡା, ନିର୍ମଳ ପରିଡ଼ା, ଆଦର୍ଶ ମିଶ୍ର, ସୁଶାନ୍ତ ମହାପାତ୍ର, ମନୋଜ କୁମାର ମହାପାତ୍ର, ଦୁର୍ଗାପ୍ରସାଦ ସାମନ୍ତରାୟ,‌ଉମା ବେହେରା, ଅର୍ଜୁନ ସାହୁ, ଅମିୟ ମହାପାତ୍ର,‌ ସୌମ୍ୟକାନ୍ତ ପ୍ରଧାନ, କପିଳ ଷଡ଼ଙ୍ଗୀ, ବୈଦ୍ୟନାଥ ପାଣି, ପ୍ରମୋଦ ପାଣ୍ଡି, ଜିବେଶଚନ୍ଦ୍ର ରଥ, ସୁଧାକର ଦଳାଇ, ପ୍ରସନ୍ନ କୁମାର ପାତ୍ର, ରିଶାନ କୁମାର ଦାଶ, ସୁନିଲ କୁମାର ପ୍ରଧାନ, ଦେବାଶିଷ ସାହୁ, ସଦାଶିବ ରାଉତ, ଅରବିନ୍ଦ ଦାସ, ରଂଜନ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed