November 16, 2024

ଗୋଲାମୁଣ୍ଡୁଳାରେ ଶ୍ରୀ ଲୋକନାଥେଶ୍ବରଙ୍କ ମନ୍ଦିର ପ୍ରତିଷ୍ଠା ଓ ୨୪ ପ୍ରହର ଅଖଣ୍ଡ ନାମଯଜ୍ଞ

Share


ବୁଗୁଡ଼ା : ତା ୨୨/୦୫/୨୩ : ବୁଗୁଡ଼ା ଏନ୍‌ଏସି ଅନ୍ତର୍ଗତ ଗୋଲାମୁଣ୍ଡୁଳା ଗ୍ରାମରେ ଶ୍ରୀ ଲୋକନାଥେଶ୍ବରଙ୍କ ମନ୍ଦିର ପ୍ରତିଷ୍ଠା ସହ ଲଛିପୁର , ବାଦୁଆ., ଆଜ୍ଞାପ୍ରସାଦ , ମାଳ ତେନ୍ତୁଳିଆ ଓ ଗୋଲାମୁଣ୍ଡୁଳା ଆଦି ଗ୍ରାମର ନାମ ସଂକୀର୍ତ୍ତିନ ଦଳକୁ ନେଇ ୨୪ ପ୍ରହର ଅଖଣ୍ଡ ନାମଯଜ୍ଞ, ଘୃତଯଜ୍ଞ ଓ ଅନ୍ନଯଜ୍ଞ ଆଦି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବ ଅବସରରେ ଦୀକ୍ଷା ଗ୍ରହଣ , ଜଳଯାତ୍ରା , ମହାଦୀପ ସ୍ଥାପନ , ମଣ୍ଡଳକରଣ , ବନଯାଗ , ଅଙ୍କୁରାରୋପଣ ଓ ଅଧିବାସ , ଶାଲା ପୂଜା ଓ ଅଗ୍ନି ସ୍ଥାପନ , ଶ୍ରୀ ଲୋକନାଥେଶ୍ବରଙ୍କ ସ୍ନାନ ଓ ଜୀବନ୍ୟାସ ଆଦି କାର୍ଯ୍ୟକ୍ରମ ପୂର୍ବକ ଠାକୁରଙ୍କ ସିଂହାସନ ଆରୋହଣ, ଧ୍ବଜ ଭ୍ରମଣ , ପୂର୍ଣ୍ଣାହୁତି ଆଦି କାର୍ଯ୍ୟ ସାଙ୍ଗକୁ ଦଧିଭାଣ୍ଡ ଭଞ୍ଜନ , ନଗର ଭ୍ରମଣ ଓ ଯମୁନା ସ୍ନାନ ଆଦି କାର୍ଯ୍ୟକ୍ରମ ପାରମ୍ପରିକ ବିଧିରେ ଅନୁଷ୍ଠିତ ହୋଇଯାଇଛି । ଠାକୁରଙ୍କ ବିଗ୍ରହ ସ୍ଥାପନ ଓ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ପୁରୋହିତ ପ୍ରମୋଦ କୁମାର ହୋତା , ଗୋଦାବରୀଶ ହୋତା , ନାରାୟଣ ଦାଶ , ଟୁନା ଦାଶ , ଶଶାଙ୍କ ଭୂଷଣ ହୋଡା , ଗୌରୀ କୁମାର ଦାଶ ଓ ଚିତ୍ତରଞ୍ଜନ ଦାଶ ପ୍ରମୁଖଙ୍କ ଦ୍ବାରା ଯଥା ରୀତିନୀତି ପ୍ରକାରେ ପୂଜାପାଠ ପୂର୍ବକ ସମ୍ପାଦିତ ହୋଇଥିଲା ବେଳେ ହୋମକର୍ତ୍ତା ଓ କର୍ତ୍ତ୍ରୀ ଭାବେ ଯଥାକ୍ରମେ ତୁଷାର ରଞ୍ଜନ ରାଉତ ଓ ସୁକାନ୍ତି ରାଉତ ଦାୟିତ୍ବ ନିର୍ବାହ କରିଥିଲେ । ନାମଯଜ୍ଞ ଓ ଅନ୍ନଯଜ୍ଞରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାବେଶ ହୋଇଥିଲା ବେଳେ ଗ୍ରାମରେ ପରିବେଷିତ ଜଗନ୍ନାଥ ମେଢ , ରାଧାକୃଷ୍ଣ ମେଢ ଓ ପର୍ଶୁରାମ ମେଢ ଲୋକଙ୍କ ମନ ମୋହୁଥିଲା । ଗ୍ରାମବାସୀଙ୍କ ସକ୍ରିୟ ସହଯୋଗରେ ଆୟୋଜିତ ଉକ୍ତ ଉତ୍ସବକୁ ସଭାପତି ଗୌର ଚରଣ ପ୍ରଧାନ ଓ ସମ୍ପାଦକ ଲକ୍ଷ୍ମଣ ସ୍ବାଇଁଙ୍କ ସମେତ ଅନ୍ୟ କାର୍ଯ୍ୟକର୍ତ୍ତାମାନେ ସୂଚାରୁ ରୂପେ ପରିଚାଳନା କରିଥିଲେ ।