ଉମରକୋଟ ଠାରେ ମହିଳା ଦିବସ ରେ ବେକାରୀ ଯୁବକ ଯୁବତୀ ଙ୍କୁ ରିତୁ ଓ ଶୀଳ୍ପାରାଣୀ ଙ୍କ ବାର୍ତ୍ତା…….

IMG-20260309-WA0087
Share

ବବାରର୍କୋଟ:-(ଏମ୍.ଦୀନା°ଶୁ ଆଚାରୀ)

କୃଷି ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ଚାକିରି ପଛରେ ନ ଦୌଡ଼ି ନିଜେ କିଛି କରିବା ପାଇଁ ରିତୁ ଚେଷ୍ଟା ଆରମ୍ଭ କରିଥିଲେ । ବାପାଙ୍କ ପ୍ରେରଣାରେ ସେ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା କରି ପ୍ଲାଷ୍ଟିକ୍‌ମୁକ୍ତ କ୍ୟାରି ବ୍ୟାଗ୍ ପ୍ରସ୍ତତ କରୁଛନ୍ତି । ପ୍ରଦୂଷଣ ମୁକ୍ତ ଏହି ପ୍ଲାଣ୍ଟ ଦୈନିକ ୮ଘଣ୍ଟା ପ୍ଲାଣ୍ଟ ଚାଲୁଥିବା ବେଳେ ପ୍ରତିଦିନ ୨ ରୁ ୩ କ୍ସିଣ୍ଟାଲ ପର୍ଯ୍ୟନ୍ତ କ୍ୟାରି ବ୍ୟାଗ୍ ଉତ୍ପାଦନ ହେଉଛି । ପଲିଥୁନ ମୁକ୍ତ ପରିବେଶ ଗଠନ ପାଇଁ ସରକାର ଚତନତା ବାର୍ଭା ଦେଉଛନ୍ତି ତାହାକୁ ସାକାର କରିବା ଲକ୍ଷ୍ୟରେ ପ୍ରୟାସ କରିଛନ୍ତି ରିତୁ ମହନ୍ତ । ନବରଙ୍ଗପୁର ଜିଲ୍ଲା ଉମରକୋଟ ୱାର୍ଡ ନଂ ୧୨ ଡଙ୍ଗରିଗୁଡ଼ା ଠାରେ ସ୍ଥାପିତ ବାୟୋ ଡିଗ୍ରେଡେବଲ କ୍ୟାରି ବ୍ୟାଗ୍ ଉତ୍ପାଦନ ୟୁନିଟ୍ କେବଳ ପରିବେଶ ସୁରକ୍ଷାରେ ନୁହେଁ ସ୍ଥାନୀୟ ଲୋକଙ୍କ ପାଇଁ ରୋଜଗାରର ନୂଆ ସୁଯୋଗ ମଧ୍ଯ ସୃଷ୍ଟି କରୁଛି । ଏହି ୟୁନିଟ୍‌ରେ ପ୍ରସ୍ତତ ହେଉଥୁବା ବାୟୋ –ଡିଗ୍ରେଡେବଲ କ୍ୟାରି ବ୍ୟାଗ୍ ପଲିଥିନ ର ବିକଳ୍ପ ଭାବେ ବଜାରରେ ବ୍ୟବହୃତ ହେଉଛି ଯାହା ପରିବେଶକୁ ଦୂଷିତ କରେନାହିଁ ଓ ସହଜରେ ମାଟି ସହ ମିଶିଯାଏ । ଏହା ଫଳରେ ପଲିଥିନ ଦ୍ଵାରା ସୃଷ୍ଟି ହେଉଥ‌ିବା ପରିବେଶ ପ୍ରଦୂଷଣ କମାଇବାରେ ଏହା ଏକ ଦୃଢ଼ ପଦକ୍ଷେପ । ଏହି ଉତ୍ପାଦନ ୟୁନିଟ୍‌ରେ ହେବା ଦ୍ବାରା ସ୍ଥାନୀୟ ଯୁବକ ଓ ମହିଳାଙ୍କୁ କାମର ସୁଯୋଗ ମିଳୁଥୁବାରୁ ରୋଜଗାରକୁ ମଧ୍ୟ ଉତ୍ସାହିତ କରୁଛି। ପରିବେଶ ସୁରକ୍ଷା ସହ ବେକାରୀ ଯୁବକ ଯୁବତୀଙ୍କ ରୋଜଗାର ସୃଷ୍ଟିର ଏହି ପ୍ରୟାସକୁ ବୁଦ୍ଧିଜୀବୀ ମହଲ ରେ ସ୍ବାଗତ କରିଛନ୍ତି । ଏଭଳି ଉଦ୍ୟମ ଯଦି ସମସ୍ତ ବେକାରୀ ଯୁବକ ଯୁବତୀ କରନ୍ତେ ତେବେ ପଲିଥୁନ ମୁକ୍ତ ସ୍ଵଚ୍ଛ ପରିବେଶ ଗଠନର ସରକାର ଙ୍କ ଲକ୍ଷ୍ୟ ସାକାର ହେବା ସହ ସ୍ଥାନୀୟ ଅଞ୍ଚଳରେ ଅର୍ଥନୈତିକ ଉନ୍ନତିର ନୂଆ ଦ୍ଵାର ଖୋଲିପାରିବ ବୋଲି କହିଛନ୍ତି ରିତୁ ମହନ୍ତ । ସେଭଳି ଉମରକୋଟ ପୈରପରିଷ ୱାର୍ଡ ନମ୍ବର ୧୨ ୟୂଭି ୩ ଡଙ୍ଗରିଗୁଡା ର ସ୍ବର୍ଗତ ସଦାନନ୍ଦ ବିଶ୍ଵାସ ଙ୍କ ଝିଅ ଶିଳ୍ପୀରାଣୀ ବିଶ୍ବାସ । ଶିଳ୍ପୀରାଣୀ ବିଶ୍ବାସ ଜଣେ ଉଚ୍ଚ ଶିକ୍ଷିତ ଯୁବତୀ। କୋରାପୁଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରୁ ଅର୍ଥଶାସ୍ତ୍ରରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି I ଦିନେ ୟୁ ଟ୍ୟୁବ୍‌ରୁ ମଣ୍ଡଳା ଆର୍ଟ ସମ୍ପର୍କରେ ଜାଣି ତାହାକୁ ଶିଖୁବା ପରେ ପରୀକ୍ଷା ମୂଳକଭାବେ ଏକ ଚିତ୍ର କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ , ଯାହା ଅନେକ ପ୍ରଶଂସା ସାଉଣ୍ଟିଥ୍‌ଲା ସେହି ସୋସିଆଲ ମିଡିଆର ପୋଷ୍ଟ I ଅନେକ ଲୋକ ନିଜ ଘର ପାଇଁ ଅର୍ଡର ଦେଇଥିଲେ। ଧୀରେ ଧୀରେ ଲୋକଙ୍କ ଅର୍ଡର ସଂଖ୍ୟା ବଢ଼ିବାରେ ଲାଗିଲା। ବର୍ତମାନ ସୁଦ୍ଧା ଶିଳ୍ପୀରାଣୀ ୮୦୦ ରୁ ଉର୍ଦ୍ଧ ଲୋକଙ୍କୁ ଚିତ୍ର କରି ବିକ୍ରି କରିସାରିଲେଣି ସେ ଆଉ ପଛକୁ ଫେରି ଚାହିଁନାହାନ୍ତି ।ଶିଳ୍ପୀରାଣୀଙ୍କ ହାତ ତିଆରି ଜଗନ୍ନାଥ ଚିତ୍ରର କାନାଡା, ଅଷ୍ଟ୍ରେଲିଆ ଓ ଦୁବାଇରେ ବେଶ୍ ଚାହିଦା ରହିଛି। ମହିଳା ଦିବସ ରେ ସମସ୍ତ ବେକାରୀ ଯୁବକ ଯୁବତୀ ଙ୍କୁ ଚାକିରି ପଛରେ ଗୋଡ଼ାଇ ନିଜେ ରୋଜଗାର କ୍ଷମ ହେବାକୁ କହିଛନ୍ତି ଶିଳ୍ପାରାଣୀ ବିଶ୍ଵାସ ଓ ରିତୁ ମହନ୍ତ ।

You may have missed