ଆଜିର ଖବର..
ଆସନ୍ତା କାଲି ପାଗ ମେଘୁଆ ରହିବ, ବିଜୁଳି ଓ ଘଡଘଡି ସହ ବର୍ଷାର ସମ୍ଭାବନା।
ରାଜ୍ୟସଭା ନିର୍ବାଚନ ପାଇଁ ଜୋର ଧରିଲା ଛକାପଞ୍ଝା। ନିଜ ବିଧାୟକଙ୍କ ଗତିବିଧି ଉପରେ ଦଳର ନଜର।
ରାଜ୍ୟରେ ଏପ୍ରିଲ ୧ ତାରିଖରୁ SIR ଆରମ୍ଭ ହେବ ବୋଲି ନିର୍ବାଚନ ଅଧିକାରୀଙ୍କ ସୂଚନା। ୯୦% ମ୍ୟାପିଂ ସରିଛି।
ଅଶାନ୍ତ ଭୁବନେଶ୍ୱରରେ ୨୪ ଘଣ୍ଟାରେ ୩ ଶିଶୁ ନିଖୋଜ ହେଲେ। ଖବର ଦେଲେ ୨୫ ହଜାର ଟଙ୍କା ମିଳିବ ବୋଲି ଘୋଷଣା କଲା ଅସହାୟ ପୋଲିସ।
ଭୁବନେଶ୍ୱର କଣ୍ଟାବାଡ଼ ପଞ୍ଚାୟତର ଭଗବତୀପୁର ଗାଁ ଗଣ୍ଡଗୋଳ ପରେ ପୁରୁଷ ଶୂନ୍ୟ। ପୁଲିସ ଆଚରଣକୁ ନିନ୍ଦା।
ଢେଙ୍କାନାଳ ୫୫ନ ଜାତୀୟ ରାଜପଥରେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରାଙ୍କ ଗାଡି ଧକ୍କାରେ ଜଣେ ଯୁବକ ଆହତ।
ରାୟଗଡା ଜିଲ୍ଲା ଚନ୍ଦ୍ରପୁର ଢ଼େପସାହିରେ ଅଗ୍ନିକାଣ୍ଡରେ ପୋଡ଼ିଗଲା ମେଗା ଜଳପ୍ରକଳ୍ପର ୫୦ ଲକ୍ଷ ଟଙ୍କାର ପାଇପ।
କୋରାପୁଟ ହୀରାଖଣ୍ଡ ଏକ୍ସପ୍ରେସ ଟ୍ରେନରୁ ମୃତଦେହ ଉଦ୍ଧାର। ମୃତକ ମନୀଷ ଦାସ, ଘର କଟକ କଣ୍ଟିଲୋ।
ନୟାଗଡ଼ ଜିଲ୍ଲା ବୋଦସାରେ ମର୍ମନ୍ତୁଦ ବାଇକ ଦୁର୍ଘଟଣାରେ ୨ ଜଣ ଯୁବକଙ୍କ ଅକାଳ ମୃତ୍ୟୁ।
ଢେଙ୍କାନାଳ ଜିଲ୍ଲା କରମୂଳ ହାତିବାରୀ ଗ୍ରାମରେ ଟ୍ରାକଟରକୁ ଧକ୍କାଦେଇ ଅଠର ଚକିଆ ଟ୍ରକ ଏକ କୋଠା ଘରେ ପଶିଯିବାରୁ ଜଣେ ମୃତ।
ପୁରୀ ଜିଲ୍ଲା ଗୋପ କଲେଜରେ ଯୁକ୍ତ ୨ ପରୀକ୍ଷା ଦେବାକୁ ଗଲାବେଳେ ବ୍ଲେଡରେ କଲେଜ ଛାତ୍ରୀଙ୍କୁ ଆକ୍ରମଣ।
କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଘରେ ନିଆଁ ଲାଗି ଘର ଭିତରେ ଶୋଇଥିବା ଯୁବକ ଜୀବନ୍ତ ଜଳିଗଲେ।
ପୁରୀ ପିପିଲିରେ ଦାଣ୍ଡମୁକୁନ୍ଦପୁର ନିକଟରେ ବାଇକକୁ ଧକ୍କା ଦେଲା ହାଇୱା, ଦୁଇ ଜଣ ମୃତ, ଜଣେ ଗୁରୁତର।
ଯାଜପୁର ବିଂଝାରପୁର ବାଳମକୁଳି ଛକରେ ଦୁଇ ହୋଟେଲ ବ୍ୟବସାୟୀ ଗଣ୍ଡଗୋଳରେ ଭୁଜାଲି ମାଡ, ଜଣେ ଗୁରୁତର।
ଢେଙ୍କାନାଳ ହାତିବାରୀ ଗାଁରେ ଗୁଗୁଲ ମ୍ୟାପ ଦେଖି ଘରେ ପଶିଗଲା ଟ୍ରଲର, ନଷ୍ଟ ହୋଇଗଲା ଘର।
ଯାଜପୁର କୋରେଇ ଶିକ୍ଷାଧିକାରୀ ଅଫିସରେ ୫ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ, ତଦନ୍ତ ନିର୍ଦ୍ଦେଶ ଦେଲେ ଶିକ୍ଷା ବିଭାଗ ସଚିବ।
ଦିନିକିଆ ଓଡିଶା ଗସ୍ତରେ ଅମିତ ଶାହା କହିଲେ, ଗୁଜରାଟ ଭଳି ଓଡ଼ିଶାର ବିକାଶ ହେବ।
ରାଜ୍ୟସଭା ପ୍ରାର୍ଥୀଙ୍କ ସମ୍ପତ୍ତି ଘୋଷଣା। ଡାକ୍ତର ଦତ୍ତେଶ୍ବର ହୋତା ୧୨.୫ କୋଟି, ଦିଲୀପ ରାୟ ୪୩୬ କୋଟି, ଚାକିରିଆ ଥିବା ସଂତୃପ୍ତ ମିଶ୍ରଙ୍କର ୫୯୫ କୋଟି।
କର୍ଣ୍ଣାଟକ ସରକାର ୧୬ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସାମାଜିକ ଗଣମାଧ୍ୟମ ବ୍ୟବହାର ଉପରେ ପ୍ରତିବନ୍ଧ ଲଗାଇବେ।
ଆନ୍ଧ୍ର ସରକାର ଏବେ ଦ୍ବିତୀୟ ଓ ତୃତୀୟ ସନ୍ତାନ ପାଇଁ ୨୫ ହଜାର ଟଙ୍କାର ଆର୍ଥିକ ପ୍ରୋତ୍ସାହନ ଦେବେ।
ଟେଲିଭିଜନ ବ୍ୟବସାୟ: ୪ ସପ୍ତାହ ପାଇଁ ଟିଭି ରେଟିଂ ସ୍ଥଗିତ ରଖିଲା ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ।
ସିଭିଲ୍ ସର୍ଭିସ୍ ପରୀକ୍ଷାଫଳ: ଟପ୍ପର ଅନୁଜ ଅଗ୍ନିହୋତ୍ରୀ, ଦ୍ବିତୀୟରେ ରାଜେଶ୍ବରୀ ସୁଭେ, ତୃତୀୟରେ ଅକାଂକ୍ଷା ଧୁଲ।
ଇଂଲଣ୍ଡକୁ ୭ ରନ୍ରେ ହରାଇ ଭାରତ ଚଳିତ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ର ଫାଇନାଲ୍ରେ ପହଞ୍ଚିଲା।
ଯୁଦ୍ଧ ଅଧିକ ଦିନ ଲାଗିଲେ ଭାରତରେ ଖରିଫ ଋତୁରେ ସାର ଯୋଗାଣ ଗୁରୁତର ଭାବେ ବାଧାପ୍ରାପ୍ତ ହେବା।
ସେୟାର ବଜାର ଉପରେ ଯୁଦ୍ଧର ପ୍ରଭାବ, ସେନ୍ସେକ୍ସ ୧୦୯୭ ପଏଣ୍ଟ୍ ଖସିଲା। ନିବେଶକଙ୍କ ୩ ଲକ୍ଷ କୋଟି ଟଙ୍କା ବୁଡ଼ିଗଲା।
ଭାରତୀୟ ବାୟୁସେନାର ସୁଖୋଇ ଏସ୍ୟୁ-୩୦ ଏମ୍କେଆଇ ଯୁଦ୍ଧ ବିମାନ ଆସାମର କାର୍ବି ଆଙ୍ଗଲଙ୍ଗ ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ, ଦୁଇଜଣ ପାଇଲଟଙ୍କ ମୃତ୍ୟୁ।
ସଫ୍ଟୱେର ସଂସ୍ଥା ଓରାକଲ୍ ରେ ବ୍ୟାପକ ଛଟେଇ କରିବା ପାଇଁ ଯୋଜନା।
ଋଷରୁ ତେଲ କିଣିବା ପାଇଁ ଭାରତକୁ ଅନୁମତି ଦେଲା ଆମେରିକା।
ଗତବର୍ଷ ଏଇ ସମୟରେ
ସ୍ବାସ୍ଥ୍ୟ ସେବାରେ ଜାତୀୟ ହାରଠୁ ବହୁ ପଛରେ ଓଡ଼ିଶା ରହିଲା ବୋଲି ରିପୋର୍ଟ
ଆଜି ଜନଔଷଧୀ ଦିବସ
ଆଜି ଜନ୍ମଦିନ: ଅନୁପମ ଖେର, ଗୁଲାମ ନବୀ ଆଜାଦ, ଅର୍ଣ୍ଣବ ଗୋସ୍ୱାମୀ, ସାଧନା ସରଗମ, ହାଇଦ୍ରାବାଦ ନିଜାମ୨, ଇନ୍ଦୁଲତା ଶୁକ୍ଳା (ଗଣିତଜ୍ଞ, ବାରିପଦା)
ଆଜି ତିରୋଧାନ: ପରମହଂସ ଯୋଗାନନ୍ଦ, ଗୋବିନ୍ଦ ବଲ୍ଲଭ ପନ୍ଥ
ଇତିହାସରେ ଆଜି: (୧୮୭୫) ଟେଲିଫୋନ ପାଇଁ ପେଟେଣ୍ଟ ପାଇଲେ ଗ୍ରାହମ ବେଲ/ (୨୦୦୬) ବାରାଣସୀ ସଙ୍କଟ ମୋଚନ ମନ୍ଦିର ଓ ଷ୍ଟେସନରେ ବୋମା ବିସ୍ଫୋରଣ, ୨୮ ମୃତ/ (୧୯୧୨) ଦକ୍ଷିଣ ମେରୁ ଆବିଷ୍କୃତ ବୋଲି ଘୋଷଣା କଲେ ରୋନାଲଡ଼ ଆମୁଣ୍ଡସେନ/ (୧୯୮୭) ସୁନୀଲ ଗାଭାସ୍କର ୧୦,୦୦୦ ରନ କରିବା ପ୍ରଥମେ ବ୍ୟାଟ୍ସମ୍ୟାନ ହେଲେ/ (୧୯୬୮) ବିବିସି ଦ୍ୱାରା ରଙ୍ଗୀନ ଟିଭିରେ ଖବର ପ୍ରସାରଣ ଆରମ୍ଭ
==============
*ବନ୍ଦେ ଉତ୍କଳ ଜନନୀ*
