March 10, 2026

ବୋଲଗଡ଼ ବ୍ଲକରେ ମାଟ୍ରିକ ପରୀକ୍ଷା ଦେଲେ୧୪୪୬ ଜଣ ପରୀକ୍ଷାର୍ଥୀ

IMG-20260219-WA0083
Share

 

 

ବୋଲଗଡ଼ ,୧୯/୦୨(ସୁଶାନ୍ତ କୁମାର ପ୍ରଧାନ):ଫେବୃୟାରୀ ୧୯ ରୁ ଆରମ୍ଭ ହୋଇ ଯାଇଛି ମାଟ୍ରିକ ପରୀକ୍ଷା। ଏହା ମାର୍ଚ୍ଚ ୨ରେ ସମାପନ ହେବ। ଏହାର ସୁପରିଚାଳନା ପାଇଁ ପୋଲିସ, ପ୍ରଶାସନ ଓ ଶିକ୍ଷା ବିଭାଗ ପୁରା ଦମରେ ଲାଗି ପଡିଛନ୍ତି। ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକରେ ୨୮ଗୋଟି ହାଇସ୍କୁଲ ରହିଥିବା ବେଳେ ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷା ପାଇଁ ୧୦ଗୋଟି ପରୀକ୍ଷା କେନ୍ଦ୍ର କରାଯାଇଛି। ୧୦ଗୋଟି ପରୀକ୍ଷା କେନ୍ଦ୍ରରେ ମୋଟ ୧୪୮୩ଜଣ ପରୀକ୍ଷାର୍ଥୀ ମଧ୍ୟରୁ ୧୪୪୬ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବା ବେଳେ ୩୭ ଜଣ ଅନୁପସ୍ଥିତ ରହିଥିଲେ ବୋଲି ବୋଲଗଡ଼ ଗୋଷ୍ଠି ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି। ପରୀକ୍ଷାର୍ଥୀ ଓ ଅଭିଭାବକ ଯେମିତି ହଇରାଣ ନହୁଅନ୍ତୁ ସେଥିପାଇଁ ରାଜ୍ୟ ସରକାର ଯତ୍ନବାନ ରହି ଥିବା ଜଣାପଡିଛି। ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା ସାଙ୍ଗକୁ ଅନ୍ୟାନ୍ୟ ଆନୁସଙ୍ଗୀକ ବ୍ୟବସ୍ଥା କରାଯାଇ ପରୀକ୍ଷାରେ ସ୍ବଚ୍ଛତା ଆଣିବା ପାଇଁ ସରକାର ପୂର୍ଣ୍ଣ ଚେଷ୍ଟିତ ରହିଥିଲେ । ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ଼ ଦ୍ବାରା ପ୍ରତି ପରିକ୍ଷା କେନ୍ଦ୍ରରେ ଜଣେ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଥିଲେ।