ଚାଳ ଘର ପୋଡ଼ି ଭଷ୍ମିଭୂତ l
କୋରାପୁଟ ଜିଲା କୁନ୍ଦୁରା ବ୍ଲକ ତା 19 /5. କୁନ୍ଦୁରା ବ୍ଲକ ସ୍ଥିତ କୁନ୍ଦୁରା ପଞ୍ଚାୟତ ର ବାଘଗୁଡ଼ା ଗାଁ ରେ ଗତ କାଲି ରାତି ରେ ଘଟିଛି ଅଗ୍ନିକାଣ୍ଡ l କର୍ଣ୍ଣ ଗଣ୍ଡା ପି ସୁରୀ, ଗତ କାଲି 18/5 ରିଖ ଦିନ ଘରେ ସ ପରିବାର ଶୋଇଥିବା ବେଳେ ରାତ୍ର 1 ଘଣ୍ଟା ସମୟରେ ଚାଳ ଛପର ଘର ଉପରୁ ଲାଗିଥିଲା ନିଆଁ l ସ୍ତ୍ରୀ ସୁକ୍ରି ଗଣ୍ଡା ନିଆଁ ଲାଗିବାର ଦେଖି ପରିବାରର ସମସ୍ତଙ୍କୁ ବାହାରକୁ ଆଣିଥିଲେ l ପରିବାରର ସମସ୍ତ ସଦସ୍ଯ ସୁରକ୍ଷିତ ଅଛନ୍ତି l ଆଗକୁ ବର୍ଷା ରୁତୁ ଥିବାରୁ ଘରକୁ ନୂଆ ଛପର କରିଥିଲେ ତେଣୁ ନିଆଁର ବେଗ ଏତେ କ୍ଷିପ୍ର ଥିଲା ଯେ, ଘର ଭିତରୁ କୌଣସି ସମାଗ୍ରୀ ଉଦ୍ଧାର କରିବା ସମ୍ଭବପର ହେଲା ନାହିଁ l ଖୁବ୍ କମ୍ ସମୟ ମଧ୍ୟରେ ନିଆଁ ଦୁହୁଦୁହୁ ହୋଇ ଜଳିବାରେ ଲଗିଲା l ସଙ୍ଗେ ସଙ୍ଗେ ଦମକଳବାହିନୀକୁ ଖବର ଦେବା ପରେ ଦମକଳ ଗାଡ଼ି ଆସି ନିଆଁକୁ ଆୟତ୍ତ କରିଥିଲେ l ସେତେବେଳକୁ ଘରର ଟି ଭି, ଖଟ, ସମସ୍ତ ଆସବାବ ପତ୍ର, ଖାଦ୍ୟ ସାମଗ୍ରୀ, ଲୁଗାପଟା,ରାସନ କାର୍ଡ, ଆଧାର କାର୍ଡ, ଭୋଟର ପରିଚୟ ପତ୍ର, ବ୍ଯାଙ୍କ ଖାତା, ଭଳି ମୂଲ୍ୟବାନ ନଥିପତ୍ର ସମେତ ପଇସା ପାଞ୍ଚ ହଜାର ଟଙ୍କା ଆଦି ପୋଡ଼ି ପାଉଁଶ ହୋଇଯାଇଛି l ପରିବାର ଏବେ ଭାଇ ଧନୁର୍ଯୟ ଗଣ୍ଡା ଙ୍କ ଘରେ ଆଶ୍ରୟ ନେଇଛନ୍ତି l ଆଜି ସରକାରୀ ଭାବେ ଛୁଟି ଦିବସ ଥିଲେ ସୁଦ୍ଧା ରାଜ୍ଵସ ନିରୀକ୍ଷକ ଧୀରେନ୍ ଚାଳlନା ଙ୍କୁ ଯୋଗାଯୋଗର କରିବାରୁ ସେ ଘଟଣା କୁ ଗୁରୁତ୍ତର ସହ ନେଇ ଘଟଣା ସ୍ଥଳରେ ଆସି ସ୍ଥିତି ନିରୀକ୍ଷଣ କରି ଯାଇଛନ୍ତି l
କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ୍ କୁମାର ପଟ୍ଟନାୟକଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଓଡ଼ିଶା l