April 30, 2026

ପୁରୀରେ ରାଜ୍ୟ ବସ ମାଲିକ ସମ୍ମିଳନୀ ଅନୁଷ୍ଠିତ

IMG-20260211-WA0036
Share

 

ଆଜି ପୁରୀ ଟାଉନହଲ ଠାରେ ରାଜ୍ୟ ବସ ମାଲିକ ସଙ୍ଘର ସମ୍ମିଳନୀ ମହାଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି l ଏହି ସମ୍ମିଳନୀ ଦୁଇଦିନ ଧରି ଚାଲୁ ରହିବ l ଆଜିର କାର୍ଯ୍ୟକ୍ରମ କୁ ସଙ୍ଘର ରାଜ୍ୟ ସଭାପତି ଲୋକନାଥ ପାଣିଙ୍କ ଅଧକ୍ଷତାରେ ମୁଖ୍ୟ ଅତିଥିଭାବେ ରାଜ୍ୟ ପରିବହନ ମନ୍ତ୍ରୀ ବିଭୁତିଭୂଷଣ ଜେନା, ସମ୍ମାନିତ ଅତିଥିଭାବେ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲ,ସ୍ଥାନୀୟ ବିଧାୟକ ସୁନୀଲ ମହାନ୍ତି, ବେଗୁନିଆ ବୋଲଗଡ ବିଧାୟକ ପ୍ରଦୀପ ସାହୁ, ରାଜ୍ୟର ସମସ୍ତ ଜିଲ୍ଲାର ସଙ୍ଘ ସଭାପତି ସମ୍ପାଦକ ମାନେ ମଞ୍ଚାସିନ ହୋଇ ପ୍ରଥମେ ମହାପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ପୁଷ୍ପ ଅର୍ପଣ କରିଥିଲେ l ପରେପରେ ମଞ୍ଚାସିନ ଅତିଥିମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା l ପରେପରେ ରାଜ୍ୟ ସଭାପତି ଲୋକନାଥ ପାଣି ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ l ପରେପରେ ଅତିଥିମାନେ ନିଜନିଜର ଅଭିଭାଷଣ ରଖିଥିଲେ l ଓଡ଼ିଶାର ବସ ମାଲିକମାନେ କମ ପଇସାରେ ଯାତ୍ରୀମାନଙ୍କୁ ଉତ୍ତମ ବ୍ୟବହାର ଦେଇ ଗନ୍ତବ୍ୟ ସ୍ଥାନରେ ପହଞ୍ଚାଇବାକୁ ନିଜର କର୍ମଚାରୀ ମାନଙ୍କୁ ଯେଉଁ ଶିକ୍ଷା ପ୍ରଦାନ କରିଛନ୍ତି ଏହାକୁ ପରିବହନ ମନ୍ତ୍ରୀ ନିଜର ଅଭିଭାଷଣ ରେ ରାଜ୍ୟ ବସ ମାଲିକ ମାନଙ୍କୁ ପ୍ରଶଂସା କରିବା ସହିତ ବିଭିନ୍ନ ସମସ୍ୟା ନେଇ ବିସ୍ତୃତ ଆଲୋଚନା କରିଥିଲେ l ଆସନ୍ତାକାଲି ସଂଘର ନୂତନ ପ୍ରତିନିଧି ବାଛିବା ନିମନ୍ତେ ନିର୍ବାଚନ କରାଯିବ ବୋଲି ରାଜ୍ୟ ସଭାପତି ଲୋକନାଥ ପାଣି ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l

You may have missed