April 25, 2026

ନାଲକୋ ମୂଖ୍ୟ ଫାଟକ ସମ୍ମୁଖରେ କୋରାପୁଟ କଂଗ୍ରେସ କର୍ମୀ ଦ୍ୱାରା ଧାରଣ

IMG-20260208-WA0004
Share

        କୋରାପୁଟ ଗତକାଲି ପଟାଙ୍ଗୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦାମନଯୋଡ଼ି ଶିଳ୍ପାଞ୍ଚଳ ସ୍ଥିତ ନାଲକୋର ମୁଖ୍ୟ ଫାଟକ ସମ୍ମୁଖରେ LDP, LAP, SAP ଏବଂ ସ୍ଥାନୀୟ ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ପ୍ରଦାନରେ ହେଉଥିବା ବୈମାତୃକ ମନୋଭାବ ବିରୋଧରେ ଗତ କାଲି ଧାରଣା ସହିତ ଘେରାଉ ହୋଇଥିଲା । ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ରୂପକ ତୁରୁକଙ୍କ ଆହ୍ୱାନକ୍ରମେ ଆୟୋଜିତ ଏହି ଆନ୍ଦୋଳନରେ ମାନ୍ୟବର ଲକ୍ଷ୍ମୀପୁର ବିଧାୟକ ଶ୍ରୀ ପବିତ୍ର ସାଉନ୍ତା, ମାଲକାନଗିରିର ପୂର୍ବତନ ବିଧାୟକ ଶ୍ରୀ ନିମାଇଁ ସରକାର, କୋରାପୁଟ ବିଧାୟକ ପ୍ରାର୍ଥୀ ଶ୍ରୀ କୃଷ୍ଣ କୁଲଦୀପ ଏବଂ କୋରାପୁଟ ବ୍ଲକ କଂଗ୍ରେସ ସଭାପତି ଶ୍ରୀ ମିହିର କୁଲଦୀପ ପ୍ରମୁଖ ଯୋଗଦେଇଥିଲେ। ସ୍ଥାନୀୟ ଯୁବଶକ୍ତିଙ୍କ ଅଧିକାର, ସମନ୍ତୁଳିତ ନିଯୁକ୍ତି ନୀତି ଓ ନ୍ୟାୟସଙ୍ଗତ ବ୍ୟବସ୍ଥା ପାଇଁ ଏହି ଆନ୍ଦୋଳନ ହୋଇଥିଲା  (ଗୁପ୍ତେଶ୍ୱର ରଥ କୋରାପୁଟ)

You may have missed