November 16, 2024
Share

*ଖବର ଆଜିର*
ତାରିଖ ୧୭/୦୫/୨୦୨୩ ବୁଧବାର ।

ସଂଘର୍ଷପୂର୍ଣ୍ଣ ମୁକାବିଲାରେ ମୁମ୍ବାଇକୁ ୫ ରନରେ ହରାଇଲା ଲକ୍ଷ୍ନୌ, ରୋଚକ ହେଲା ପ୍ଲେ ଅଫ ଦୌଡ଼ ।

ଆସନ୍ତାକାଲି ଦିନ ୧୦ଟାରେ ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ । ଛାତ୍ରଛାତ୍ରୀମାନେ ମାଧ୍ୟମିକ ଶିକ୍ଷା ପରିଷଦର ୱେବସାଇଟ www.bseodisha.ac.inକୁ ଯାଇ ନିଜର ମାଟ୍ରିକ ରେଜଲ୍ଟ ଜାଣି ପାରିବେ।

କୃଷି ସାମଗ୍ରୀର ସଠିକ୍‌ ଯୋଗାଣର ହେବ ତଦାରଖ, ଯାଞ୍ଚ ପାଇଁ ସ୍କ୍ୱାଡ୍‌ ଗଠନ ।

କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ମିଳିଲା ହତ୍ୟା ଧମକ, ଦିଲ୍ଲୀ ସରକାରୀ ବାସଭବନକୁ ଆସିଲା ଧମକପୂର୍ଣ୍ଣ କଲ।

ଏଥରକ ସାମାନ୍ୟ ବିଳମ୍ବରେ କେରଳରେ ପହଁଚିପାରେ ମୌସୁମୀ, ଜୁନ ୧ ନୁହେଁ ୪ରେ ରାଜ୍ୟକୁ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା ।

ଚର୍ଚ୍ଚାରେ ଯୁବ ନିର୍ବାଚନୀ ରଣନୀତିକାର ସୁନୀଲ କାନୁଗୋଲୁ । କର୍ଣ୍ଣାଟକରେ  ନିର୍ବାଚନରେ କଂଗ୍ରେସ ବିପୁଳ ବିଜୟ ପଛରେ ରଣନୀତିକାରଙ୍କ ମ୍ୟାଜିକ ଥିବା ଚର୍ଚ୍ଚା ।

ରୋଜଗାର ମେଳାର ୫ମ ସଂସ୍କରଣରେ ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ । ସାରା ଦେଶରେ ୭୧ ହଜାର ଯୋଗ୍ୟ ପ୍ରାର୍ଥୀଙ୍କୁ ମିଳିଲା ନିଯୁକ୍ତି ପତ୍ର ।

ଚାଲିଛି ବୈଠକ, ଜାରି ରହିଛି ସସପେନ୍ସ । ଛିଣ୍ଡୁନି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଦ୍ୱନ୍ଦର ଅଙ୍କ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟିଲେ ରାହୁଲ ଗାନ୍ଧୀ ।

ବିଏସକେୱାଇରେ ଉଲ୍ଲେଖନୀୟ ଅଗ୍ରଗତି, ସାମିଲ ହେଲେ ୬୮୧ ଘରୋଇ ସୁପର ସ୍ପେସାଲିଟି ହସ୍ପିଟାଲ ।

ଶ୍ରୀମନ୍ଦିରକୁ ହ୍ବିଲ ଚେୟାରରେ ଦିବ୍ୟାଙ୍ଗଙ୍କ ପ୍ରବେଶ ବ୍ୟବସ୍ଥା ପ୍ରସଂଗ: ହାଇକୋର୍ଟରେ ଦ୍ବିତୀୟ ଅଦାଲତ ଅବମାନନା ମାମଲା ଦାୟର।

ମୀରୱେଜ ଫାରୁକ୍‌ଙ୍କ ହତ୍ୟାର ୩୩ ବର୍ଷ ପରେ, ୨ ଅଭିଯୁକ୍ତ ହିଜବୁଲ ଆତଙ୍କବାଦୀ ଗିରଫ ।

ଭାରତ ସମେତ ବିଶ୍ବର ବିଭିନ୍ନ ଦେଶରେ ଟେଲିକମ୍ ସେବା ପ୍ରଦାନ କରୁଥିବା ବ୍ରିଟେନ୍‌ର ଟେଲିକମ୍ କଂପାନି ଭୋଡାଫୋନ୍ ୧୧ ହଜାର କର୍ମଚାରୀଙ୍କୁ ଛଟେଇ କରିବ।

ଧାର୍ମିକ ସ୍ବାଧୀନତା ମାମଲା: ଆମେରିକାର ଅଭିଯୋଗକୁ ଭାରତର ପ୍ରତ୍ୟାଖ୍ୟାନ ।

କାଳ ବୈଶାଖୀ ପ୍ରଭାବ: ଚିଲିକା ମଝିରେ ବୁଡ଼ି ୬ଟି ଡଙ୍ଗା; ଜଣେ ମତ୍ସ୍ୟଜୀବୀ ନିଖୋଜ ।

EWSଙ୍କ ପାଇଁ ଜାରି ରହିବ ସଂରକ୍ଷଣ, ସମ୍ୱିଧାନ ପୀଠ ନିଷ୍ପତ୍ତି ବିରୋଧରେ ଦାଖଲ ଆବେଦନ ସୁପ୍ରିମକୋର୍ଟରେ ଖାରଜ ।

ପ୍ରଧାନ ବିଚାରପତି ଡି.ଓ୍ଵାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟର କଲେଜିୟମ ସୁପ୍ରିମକୋର୍ଟର ଜଜ୍ ଭାବେ ଆନ୍ଧ୍ର ପ୍ରଦେଶ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ପ୍ରଶାନ୍ତ କୁମାର ମିଶ୍ର ଏବଂ ବରିଷ୍ଠ ଆଡଭୋକେଟ୍ କେ.ଭି.ବିଶ୍ଵନାଥନଙ୍କ ନାଁ ସୁପାରିସ କରିଛନ୍ତି।

ଆସାମ ପୋଲିସର ଲେଡି ସିଙ୍ଘମ୍ SI ଜୁନମୋନିଙ୍କ ଦୁର୍ଘଟଣାରେ ମୃତ୍ୟୁ, ଭାବି ସ୍ୱାମୀଙ୍କୁ ଗିରଫ କରି ଆସିଥିଲେ ଚର୍ଚ୍ଚାକୁ ।

ଆଗାମୀ ୧୮ରୁ ଗଡ଼ିବ ପୁରୀ-ହାୱଡ଼ା ବନ୍ଦେ ଭାରତ ରେଳଗାଡ଼ି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସିରେ ଏହାର ଶୁଭାରମ୍ଭ କରିବେ।

ଏଣିକି ହ୍ବାଟସ୍‌ଆପ୍‌ରେ ପଠାଯାଇଥିବା ମେସେଜ୍‌ କୁ ବି ଏଡିଟ୍‌ କରିହେବ, ଆସନ୍ତା ସପ୍ତାହରୁ ମିଳିବ ଏହି ସୁବିଧା l

ଭାରତର ସର୍ବବୃହତ୍ ଶିକ୍ଷା ପ୍ଲାଟ୍‌ଫର୍ମ ଅନ୍‌ଏକାଡେମି ପକ୍ଷରୁ ଓଡିଶାର ଭୁବନେଶ୍ୱରଠାରେ ଏହାର ପ୍ରଥମ ଅନ୍‌ଏକାଡେମି ଷ୍ଟୋର୍‌ର ହେଲା ଉଦ୍‌ଘାଟନ l

ଖୁସି ଖବର, ଓଡିଶାରେ ଖୋଲିବାକୁ ଯାଉଛି ୪୫୦ ନୂଆ ଡାକ ଘର l ଏ ନେଇ ସୂଚନା ଦେଲେ ମୁଖ୍ୟ ମହା ଡାକପାଳ ଶୁଭେନ୍ଦୁ ସ୍ୱାଇଁ l

ସୁପ୍ରଭାତ ,ଶୁଭ ସକାଳ ।