April 30, 2026

ଗଞ୍ଜାମ କଳା ସାଂସ୍କୃତିକ ମଞ୍ଚ ପକ୍ଷରୁ “ତୁ ବୋଧେ ମୋ ଗାଗ୍ୟରେ ନାହୁଁ “ନାଟକ ମଞ୍ଚସ୍ଥ 

IMG-20260130-WA0005
Share

 

ଗଞ୍ଜାମ – ପ୍ରଦୀପ କୁମାର ପଣ୍ଡା

 

ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟାପୀଠ ମିନିଷ୍ଟାଡିୟମ ରେ ଗଂଜାମ ପ୍ରେସ କ୍ଲବ ବା ଗଞ୍ଜାମ କଳା ସାଂସ୍କୃତିକ ମଞ୍ଚ ପକ୍ଷରୁ ନାଟ୍ୟଗୁରୁ ଡ଼ଃ ଗୌରୀ ଶଙ୍କର ଶତପଥୀ ଙ୍କ ନିର୍ଦ୍ଧେଶନା ନାଟକ “ତୁ ବୋଧେ ମୋ ଭାଗ୍ୟରେ ନାହୁଁ” ସାମାଜିକ ନାଟକ ମଞ୍ଚସ୍ଥ ହୋଇଯାଇଛି l ପରିବେଷଣ ଉଦ୍ଘାଟନୀ ସମାବେଶ ରେ ମୁଖ୍ୟ ଅତିଥିଭାବେ ଓଡ଼ିଶାର ଜନ ନାୟକ ଗରୀବର ବନ୍ଧୁ ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଯୋଗଦେଇ କାର୍ଯ୍ୟକ୍ରମ କୁ ଶୁଭ ଉଦଘାଟନ କରି ସ୍ଥାନୀୟ ଗଞ୍ଜାମ ପ୍ରେସ କ୍ଳବର ସାମ୍ବାଦିକ ଓ ଅନୁଷ୍ଠାନର ଏପରି କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିବା ସହ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ l ମୁଖ୍ୟ ବକ୍ତା ଭାବେ ପିସିସି ସଦସ୍ୟ ଡ଼ଃ ଶମ୍ଭୁ ପାଣିଗ୍ରାହି, ଗଞ୍ଜାମ ବିଜ୍ଞାପିତଅଞ୍ଚଳ ପରିଷଦ କାଉନସିଲ ର ୫ ନମ୍ବର ୱାର୍ଡ଼ସଂଯୁକ୍ତା ଦାସ, ୯ନମ୍ବର ୱାର୍ଡ଼ ମହାଲକ୍ଷ୍ମୀ ନାୟକ ୧୦ନମ୍ବର ୱାର୍ଡ଼ ସୁଜାତା ମହାନ୍ତି ୧୨ନମ୍ବର ୱାର୍ଡ଼ ପି.ଚନ୍ଦ୍ରଶେଖର ରେଡ୍ଡୀ,ଖଲିକୋଟ ବିଧୟକ ପାର୍ଥି ଚିତ୍ରସେନ ବେହେରା ଏନ.ୟୁ. ଏସ.ଆଇ.ସାଧାରଣ ସମ୍ପାଦକ ମହେଶ ଗୌଡ.ଯୁବନେତା ପିଣ୍ଟୁ ଜେନା, ଯୁବନେତା ଆଶିଷ ପାଣିଗ୍ରାହୀ ,ଆଇନଜୀବୀ କୈଳାସ ପଲାଇ, ପୂର୍ବତନ ସରପଞ୍ଚ ଦିଲ୍ଲୀପ ଛୋଟରାୟ, ଦୁର୍ଗାଦେବୀ ଆଇ ଟି ଆଇ ମୁଖ୍ୟ ପ୍ରମୋଦ କୁମାର ପଣ୍ଡା, ଦିଗପହଣ୍ଡି କାର୍ଯ୍ୟ ନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ଗଞ୍ଜାମ ଏକ କଳା ର ମାଟି ତାକୁ ଅନୁଷ୍ଠାନ ଉଜ୍ଜୀବିତ କରି ରଖିଥିବା ପରି ପ୍ରକାଶ କରିଥିଲେ l

ଅନୁଷ୍ଠାନର ସଭାପତି ଶବର କୁମାର ତରାଇ ଙ୍କ ସଭାପତିତ୍ୱରେ ଉପଦେଷ୍ଟା ଉମାକାନ୍ତ ବେହେରାଙ୍କ

ସଂଯୋଜନାରେ ସମାବେଶ ଅନୁଷ୍ଠିତ ହୋଇଥିଲା l ଶେଷରେ ଅନୁଷ୍ଠାନର ଉପସଭାପତି ବିଦ୍ୟାଧର ସାହୁ ଧନ୍ୟବାଦ

ଅର୍ପଣ କରିଥିଲେ l

ମୁଖ୍ୟ ପରିଚାଳକ ରାକେଶ ରଞ୍ଜନ ଦାସ,ନାଟ୍ୟ ନିର୍ଦ୍ଧେଶକ ତଥା ଖଳନାୟକ ଭୁମିକାରେ ଅବିନୟ କରୁଥିବା ପ୍ରଦୀପ କୁମାର ପଣ୍ଡା, ଉପଦେଷ୍ଟା ସୁଧିର କୁମାର ପାଢ଼ୀ,ସମ୍ପାଦକ ଅକ୍ଷୟ କୁମାର ସ୍ୱାଇଁ, ସହ ସମ୍ପାଦକ ନିରଞ୍ଜନ ପରିଡା, ମନୋଜ ପ୍ରଧାନ, ପପୁ ପଣ୍ଡା, ବାସୁଦେବ ଗୌଡ ପ୍ରମୁଖ ଙ୍କ ସହ ଅନ୍ୟମାନେ ନାଟକ ପରିବେଷଣ ସୁପରିଚାଳନାରେ ସହଯୋଗ କରିଥିଲେ l