ମୁକ୍ତାପୁର ମହାମାୟା ସରକାରୀ ଉଚ୍ଚ ବିଦ୍ୟାପୀଠରେ ଶିକ୍ଷଣ ସାମଗ୍ରୀ ବିକଶିତ କର୍ମଶାଳା

ଖୋର୍ଦ୍ଧା-( ପ୍ରିୟଙ୍କା ମହାପାତ୍ର)ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ମୁକ୍ତାପୁର ଆଞ୍ଚଳିକ ସାଧନୀ କେନ୍ଦ୍ର ଅଧୀନ ରେ ଥିବା ମହାମାୟା ସରକାରୀ ଉଚ୍ଚ ବିଦ୍ୟାପୀଠରେ ଶିକ୍ଷଣ ସାମଗ୍ରୀ ବିକଶିତ କର୍ମଶାଳା ଗତ ଦୁଇ ଦିନ ତl୨୮/୦୧/୨୦୨୬ଓ ୨୯/୦୧/୨୦୨୬ ଧରି ଆୟୋଜିତ ହୋଇଆସୁଥିଲା l ଏହି ଅତି ଉପଯୋଗୀ କର୍ମଶାଳା କୁ ଆଞ୍ଚଳିକ ସାଧନୀ କେନ୍ଦ୍ର ର ସଂଯୋଜିକା ଶ୍ରୀମତୀ ପୂର୍ଣ୍ଣଲକ୍ଷ୍ମୀ ମହାରଣା ଙ୍କ ତତ୍ତ୍ଵାବଧାନରେ ସୁଚାରୁରୂପେ ପରିଚାଳନା କରାଯାଇଥିଲା l ମୁକ୍ତାପୁର ଆଞ୍ଚଳିକ ସାଧନୀ କେନ୍ଦ୍ର ଅଧୀନ ରେ ଥିବା ୮ଟି ବିଦ୍ୟାଳୟ ର ୩୦ ଜଣ ବରିଷ୍ଠ ତଥା ଦକ୍ଷ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉକ୍ତ କର୍ମଶାଳା ରେ ଯୋଗ ଦେଇ ଅଭିନବ ଉପାୟ ରେ ସ୍ୱଳ୍ପ ମୂଲ୍ୟ ଓ ଅପଚୟ ହେଉଥିବା ବସ୍ତୁରୁ ବିଷୟ ସଂପର୍କିତ ଶିକ୍ଷଣ ସାମଗ୍ରୀ ଗୁଡିକ ପ୍ରସ୍ତୁତ କରିଥିଲେ l ଉକ୍ତ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ହୀରାମଣି ରାଉତ ଙ୍କ ଉକ୍ତ କର୍ମଶାଳା କୁ ପ୍ରସ୍ତୁତ କରିବା ସମୟରେ ପରିଦର୍ଶନ ,ସହାୟତା କରିବା ସହ ମୂଲ୍ୟବାନ ମତାମତ ପ୍ରଦାନ କରିଥିଲେ l ଉକ୍ତ କର୍ମଶାଳାରେ ଅନିତା ମହାପାତ୍ର,ନୃସିଂହମଣି ବେହେରା, ସୂର୍ଯ୍ୟକାନ୍ତୀ ଦାସ, ଆଲିଆ ଫିର୍ଦୋସ,ରଶ୍ମି ମିଶ୍ର ,ଅଞ୍ଜଳି ବେହେରା,ରାଜେଶ୍ୱରି ସାହୁ,ବିଜୟ କୁମାର ସାହୁ,ସନ୍ଧ୍ୟାରାଣୀ ସାହୁ, ବିଭୂଜ୍ୟୋତି ପଟ୍ଟନାୟକ,ଚିଦାନନ୍ଦ କଅଁର,ନିରୁପମା ରାଉତରାୟ,ସୁନୀତା ମହାରଣା,ପ୍ରଣତି ବରାଳ,ଲକ୍ଷ୍ମୀପ୍ରିୟା ପ୍ରଧାନ, ପଦ୍ମନାଭ ସାହୂ,ମଧୁସ୍ମିତା ସେଠି, ଚନ୍ଦ୍ରକାନ୍ତ ସୁନ୍ଦରାୟ, ସ୍ନେହଲତା ସାହୂ,ସୁକାନ୍ତ ସେଠୀ,ରମେଶ ଚନ୍ଦ୍ର ସାହୁ , ନିରୁପମା ରାଉତରାୟ ,ଜୟନ୍ତୀ ନାହାକ ପ୍ରମୁଖ ଯୋଗ ଦାନ ଦେଇ ସେମାନଙ୍କର ଅଭିନବ ପ୍ରୟାସ ମାଧ୍ୟମରେ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ l
