ବ୍ଲକ ସ୍ତରୀୟ ” ବନ୍ଦେ ମାତରମ ” ର ୧୫୦ ତମ ବାର୍ଷିକ ଉତ୍ସବ ପାଳନ

ତିର୍ତ୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ।
ସ୍ୱାଧୀନତା ପୂର୍ବରୁ ସ୍ୱତନ୍ତ୍ରତା ସେନାନୀ ମାନଙ୍କର ନିଷ୍ପତ୍ତି ଥିଲା ଯେ ବିଦେଶୀ ଛାଡ, ସ୍ବଦେଶୀ ଆପଣାଅ l ସେଇ ଅଭିପ୍ରାୟରେ ବଂକିମ ଚନ୍ଦ୍ର ଙ୍କର ଲିଖିତ ବନ୍ଦେ ମାତରମ୍ ସଂଗୀତକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥିଲା l ଚଳିତ ବର୍ଷକୁ ବନ୍ଦେ ମାତରମ୍ ର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଭିନ୍ନ ବ୍ଲକ ମାନଙ୍କରେ ଆୟୋଜିତ ହୋଇଯାଇଛି ଏକ ଜାତୀୟ ଉତ୍ସବ l ଏହି ଉତ୍ସବରେ ବ୍ଲକ ର ସମସ୍ତ ଶିକ୍ଷାନୁଷ୍ଠାନ ରୁ ବିଭିନ୍ନ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧନା ଦେବାର ଯୋଜନା କରାଯାଇଥିଲା l ଏହି ପରିପ୍ରେକ୍ଷୀରେ ତିର୍ତ୍ତୋଲ ବ୍ଲକ ପରିସରରେ ଏକ ଉତ୍ସବ ଆୟୋଜିତ ହୋଇଥିଲା l ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା ଯୋଗଦେଇ ଥିବାବେଳେ, ସମ୍ମାନିତ ଅତିଥିଭାବେ ଥିଲେ ବ୍ଲକ ଉପାଧ୍ୟକ୍ଷା ସନ୍ଧ୍ୟାରାଣୀ ମହାନ୍ତି, ପିପଳମାଧବ ପଞ୍ଚାୟତ ର ସରପଞ୍ଚ ଅଶୋକ କୁମାର ନାୟକ, ମୂଳିସିଂ ଗ୍ରାମପଞ୍ଚାୟତ ର ସରପଞ୍ଚ ମହମଦ ସଫି ଆଜମ l ଏହି ସମସ୍ତ କାର୍ଯ୍ୟକୁ ସ୍ଥାନୀୟ ବିଡ଼ିଓ ଗିରିଜା ଶଙ୍କର ମଲ୍ଲିକ ଙ୍କ ଅଧ୍ୟକ୍ଷତାରେ କରାଯାଇ ଥିବା ବେଳେ, ପ୍ରତ୍ୟେକ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ, ସିଆରସିସି ମାନେ ସହଯୋଗ କରିଥିଲେ l ଶତାଧିକ ଛାତ୍ରଛାତ୍ରୀ ମାନଙ୍କୁ ଟ୍ରଫି, ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧନା ଦିଆ ଯାଇଥିଲା l ଅତିଥିମାନଙ୍କ ଦ୍ୱାରା ମଞ୍ଚ ଉଦଘାଟନ କରିବା ପରେ ସ୍ୱାଗତ ସଂଗୀତ ଗାନ କରାଯାଇଥିବା ବେଳେ, ବନ୍ଦେ ମାତରମ୍ ସଂଗୀତ ଆଧାରିତ ଗ୍ରୁପ ଡ୍ୟାନ୍ସ ପରିବେଷଣ କରିଥିଲେ ଛାତ୍ରୀ ମାନେ l ରାଜ୍ୟ ସରକାରଙ୍କ ନିର୍ଦ୍ଧେଶ ଅନୁସାରେ ବିଦେଶୀ ଛାଡି ସ୍ବଦେଶୀ ଆପଣେଇବାକୁ ଏକ ଶପଥପାଠ କରାଯାଇଥିଲା l କିନ୍ତୁ କଥା ଉଠୁଛି ଯେ ଏହି ଶପଥପାଠ କାର୍ଯ୍ୟ କାରୀ ହେଵତ ?
