ଧୋବାଜୟପୁର ଗ୍ରାମ ବାସି ବିଜେଡି ରେ ସାମିଲ ହେଲେ
କାଶୀନଗର- (କୃଷ୍ଣ କୁମାର ବେହେରା)-କାଶୀନଗର ବ୍ଲକର ଖାରଡ଼ା ପଂଚାୟତ ଅଧୀନରେ ଥିବା ଧୋବା ଜୟପୁର ଗ୍ରାମରେ ବିଜୁ ଜନତା ଦଳର ଏକ କର୍ମୀ ସମ୍ମିଳନୀ ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା. ଏହି କର୍ମୀ ସମ୍ମିଳନୀରେ ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ, ବ୍ଲକ ଅଧ୍ୟକ୍ଷା ବାଲା ସାଇମ୍ମା, ଗଜପତି ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକଙ୍କ ସହ ବ୍ଲକ ବିଜେଡି ସଭାପତି ତଥା ଖାରଡ଼ା ସରପଞ୍ଚ ଅଖିଳ କୁମାର ପାତ୍ର ମଂଚାସୀନ ହୋଇ ବିଜୁ ଜନତା ଦଳ ସରକାର ରେ ଥିଲା ବେଳେ ଯେଉଁ ସବୁ ଜନ ମଙ୍ଗଳ ଯୋଜନା ସବୁ କରିଥିଲେ ସେ ବିଷୟରେ ବକ୍ତବ୍ୟ ରଖିଥିଲେ. ଏହି ସମ୍ମିଳନୀ ରେ ରାଜ୍ୟ ର ପୂର୍ବତନ ମୁଖ୍ୟ ମନ୍ତ୍ରୀ ନବୀନ ପଟନାୟକ ଙ୍କ ଜନହିତକର ଯୋଜନା ସବୁ ବିଷୟରେ ଜାଣି ଓ ଅନୁପ୍ରାଣିତ ହୋଇ ଧୋବା ଜୟପୁର ଗ୍ରାମର ଶତାଧିକ ଲୋକ ବିଜୁ ଜନତା ଦଳରେ ସାମିଲ ହୋଇ ଗଜପତି ଜିଲ୍ଲାରେ ବିଜୁ ଜନତା ଦଳର ହାତ ମୁଠା କୁ ଆହୁରି ତୃଣ ମୂଳ ସ୍ତରରୁ ମଜବୁତ ହେଉଥିବା ଦୃଷ୍ଟିକୁ ଆସିଛି.ବିଧାୟକଙ୍କ ଉପସ୍ଥିତରେ ସାମିଲ ହୋଇଥିବା ଲୋକ ମାନଂକୁ ବିଜୁ ଜନତା ଦଳର ଉତ୍ତୋରିଓ ଓ ଶଙ୍ଖ ଚି଼ହ୍ନ ଥିବା ଟୋପି ପିନ୍ଧି ଦଳରେ ସାମିଲ ହୋଇଥିଲେ. ସେଇ ଗ୍ରାମ ବାସି ପୂର୍ବ ରୁ କଂଗ୍ରେସ ବିଜେଡି, ବିଜେପି ତିନି ଭାଗ ହେଉଥିବା ବେଳେ ବର୍ତ୍ତମାନ ସମ୍ପୂର୍ଣ ଗ୍ରାମ ବିଜେଡି ରେ ସାମିଲ ହୋଇଥିବାରୁ ,ଆଗକୁ ନିଶ୍ଚିତ ପଞ୍ଚାୟତ ନିର୍ବାଚନ ରେ ବିଜେଡି ନିଶ୍ଚିତ ବୋଲି କିଛି ବୁଦ୍ଧିଜୀବି ଜଣାଇଛନ୍ତି
