ଆଜିର ଖବର..
୧-ସାବଧାନ ମୋବାଇଲ ୟୁଜର୍ସ ! ହ୍ବାଟ୍ସଆପରେ ଅଜଣା ଲିଙ୍କ୍ ଆସିଲେ କ୍ଲିକ୍ କରନ୍ତୁନି।କାରଣ ଆପଣ ହୋଇପାରନ୍ତି ସାଇବର ଫ୍ରଡର ଶିକାର।
୨-ଗଣତନ୍ତ୍ର ଦିବସରେ ବାୟୁସେନାର ଅପରେସନ ‘ସିନ୍ଦୁର ଫର୍ମେସନ’; ବିଶ୍ୱ ଦେଖିଲା ଭାରତର ଶକ୍ତି: ଆକାଶରେ ଗର୍ଜିଲା ରାଫେଲ ଓ ସୁଖୋଇ।
୩-ଆଜି ବନ୍ଦ ରହିବ ବ୍ୟାଙ୍କ; ପାଞ୍ଚ ଦିନିଆ କାର୍ଯ୍ୟ ସପ୍ତାହ ଦାବି କରି ଆନ୍ଦୋଳନକୁ ଓହ୍ଲାଇବେ ବ୍ୟାଙ୍କ କର୍ମଚାରୀ।
୪-୭୭ତମ ସାଧାରଣତନ୍ତ୍ର ଦିବସରେ ୨୦ ପୋଲିସ କର୍ମଚାରୀଙ୍କୁ ମିଳିଲା ରାଜ୍ୟପାଳ ପଦକ।
୫-ରାଜ୍ୟସଭା ଆସନ : ବିଜେପି ସଂସଦୀୟ ବୋର୍ଡ ନେବ ଚୂଡ଼ାନ୍ତ ନିଷ୍ପତ୍ତି – ମନମୋହନ
୬-ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଦୃଢୋକ୍ତି , ୨୦୩୬ ସୁଦ୍ଧା ଦେଶର ଶ୍ରେଷ୍ଠ ୫ ରାଜ୍ୟରେ ରହିବ ଓଡ଼ିଶା।
୭-କର୍ତ୍ତବ୍ୟ ପଥରେ ଗଡ଼ିଲା ଓଡ଼ିଶାର ପ୍ରଜ୍ଞାପନ ମେଢ଼ , ପ୍ରଦର୍ଶିତ ହେଲା ପଟଚିତ୍ର ଓ ତାରକଶୀ କାମ।
୮-KIIT ଓ KISS ବିଶ୍ୱବିଦ୍ୟାଳୟରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ, ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ଶ୍ରୀଲଙ୍କା ସାଂସଦ ନାମଲ ରାଜପକ୍ଷ।
୯-ଢେଙ୍କାନାଳ: ପୂର୍ବ ବିବାଦକୁ କେନ୍ଦ୍ରକରି ଜାନୁଆରୀ ୨୬ରେ ବୁଲିଲା ଖଣ୍ଡା, ପରିବା ଦୋକାନୀକୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ୫ ଯୁବକ।
୧୦-ହକି ଇଣ୍ଡିଆ ଲିଗରେ ବେଦାନ୍ତ କଳିଙ୍ଗ ଲାନସର୍ସ ଚାମ୍ପିଅନ, ୩-୨ରେ ରାଞ୍ଚିକୁ ଦେଲା ମାତ୍
୧୧-ଭୁବନେଶ୍ୱର: ପ୍ରଦର୍ଶନୀ ପଡ଼ିଆରେ ଆଦିବାସୀ ମେଳା ଆରମ୍ଭ ,ଚାଲିବ ୫ ଫେବୃଆରୀ ପର୍ଯ୍ୟନ୍ତ।
୧୨-କେନ୍ଦୁଝର, ଖାଳିଆମେଣ୍ଟା:ଝିଅ ଆଗରେ ବାପା-ମାଆ ଓ ଭଉଣୀଙ୍କୁ ମର୍ଡର, ଜଣେ ଅଭିଯୁକ୍ତ ଅଟକ, ଦୁଇ ଫେରାର।
୧୩-ପାରାଦୀପ, କୁଜଙ୍ଗ:ଜାତୀୟ ପତାକା ଅବତରଣ ବେଳେ ଲାଗିଲା କରେଣ୍ଟ୍, ଦଶମ ଶ୍ରେଣୀ ଛାତ୍ର ମୃତ।
୧୪-ଭଞ୍ଜନଗର ପୋଲିସର ଅଭିନବ ପ୍ରୟାସ, ହଜି ଯାଇଥିବା ମୋବାଇଲ ଫେରି ପାଇଲେ ହିତାଧିକାରୀ।
୧୫-ଅସ୍ତରଙ୍ଗ, ଜାମୁଗାଁ:ଜମିଜମା ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ; ୧୦ ରୁ ଅଧିକ ଆହତ, ତିନି ଗୁରୁତର।
୧୬-ଖଣ୍ଡଗିରି ମେଳାର ଶୋଭା ବଢାଇଛନ୍ତି ସ୍ୱାମୀ ଆନନ୍ଦରାଜ, ଇନ୍ଦ୍ରିୟକୁ ବଶିକରଣ କରିବାର ଦେଉଛନ୍ତି ବାର୍ତ୍ତା
୧୭-ମହାକାଶଚାରୀ ଶୁଭାଂଶୁ ଶୁକ୍ଲାଙ୍କୁ ଅଶୋକ ଚକ୍ର ସମ୍ମାନ ପ୍ରଦାନ, ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ ସମାରୋହରେ ଏହି ସମ୍ମାନ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
୧୮-WPLରେ ୧୦୫୯ ଦିନ ଓ ୮୨ ମ୍ୟାଚ୍ ପରେ ପ୍ରଥମ ବ୍ୟକ୍ତିଗତ ଶତକ, ନାଟ୍ ସ୍କିଭର-ବ୍ରଣ୍ଟ ରଚିଲେ ଇତିହାସ।
୧୯-ଭାରତ ଚାହୁଁଥିଲା ବାଂଲାଦେଶ ଖେଳୁ, ପାକିସ୍ତାନ ଭ୍ରମିତ କରିଛି, ଟି-୨୦ ବିଶ୍ଵକପ୍ ବିବାଦରେ BCCIର ବୟାନ।
୨୦-ଦକ୍ଷିଣ ଫିଲିପାଇନ୍ସରେ ଭୟଙ୍କର ସାମୁଦ୍ରିକ ଦୁର୍ଘଟଣା, ସମୁଦ୍ରରେ ଏକ ଜାହାଜ ବୁଡ଼ିଯିବାରୁ ଅନେକ ଲୋକ ନିଖୋଜ ,ଜାହାଜରେ ୩୫୦ରୁ ଅଧିକ ଲୋକ ଥିଲେ।
୨୧-ଘନଉଛି ଯୁଦ୍ଧ ଆଶଙ୍କା, ୱାସିଂଟନକୁ ତେହରାନର କଡ଼ା ଚେତାବନୀ।
🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏
