September 11, 2026

ସାଧାରଣତନ୍ତ୍ର ଦିବସ ଉପଲକ୍ଷେ କବିତା ପାଠୋତ୍ସବ ଅନୁଷ୍ଠିତ

IMG-20260126-WA0041
Share

 

 

ପୁରୀ ଜିଲ୍ଲା ପ୍ରଶାସନ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଆନୁକୂଲ୍ୟରେ ପୁରୀ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସଦଭାବନା ସଭାଗୃହ ଠାରେ ଦେଶାତ୍ମବୋଧକ କବିତା ପାଠୋତ୍ସବ ଅନୁଷ୍ଠିତ ହେଇଥିଲା l ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଉପ ନିର୍ଦେଶକ ସନ୍ତୋଷ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ପୁରୀ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଏବଂ ଶିକ୍ଷାବିତ ତଥା ଓଡ଼ିଆ ଭାଷା ପ୍ରତିଷ୍ଠାନ, ଓଡ଼ିଶାର ପୂର୍ବତନ ନିର୍ଦ୍ଦେଶକ ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟ, ଶିକ୍ଷାବିତ ବିଜୟଲକ୍ଷ୍ମୀ ଦାଶ, ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ପ୍ରମୁଖ ଅତିଥିଭାବେ ଯୋଗଦାନ କରି ସାଧାରଣତନ୍ତ୍ର ଦିବସର ମହତ୍ୱ ସମ୍ପର୍କରେ ଅଲୋକପାତ କରିଥିଲେ l କବିତା ପାଠକୁ ସଂଯୋଜନା କରିଥିଲେ ପ୍ରବାସିନୀ ମିଶ୍ର, ଅର୍ଣ୍ଣପୂର୍ଣ୍ଣା ଦେବୀ।କବିତା ପାଠ ଉତ୍ସବରେ ସୁରେଶ କୁମାର ପଟ୍ଟନାୟକ, ରଚିତା ରାଉତରାୟ, ଯୋଗେଶ୍ୱର ପ୍ରହରାଜ, ବିଶ୍ୱରଂଜନ ପାତ୍ର, ଅନନ୍ତ ପ୍ରଧାନ, କଳ୍ପନା ମିଶ୍ର, ହରପ୍ରିୟା ସାହୁ, ମହେନ୍ଦ୍ର କୁମାର ଦାଶ, ସତ୍ୟଭାମା ନାୟକ, ଯୋଗେଶ୍ଵର ନାୟକ, ସୁବାସିନୀ ଶତପଥୀ, ଓଁ ଶୁଭମ୍ ବେହେରା, ପ୍ରମିଳା ସିଂହ, ବିଶ୍ୱବନ୍ଧୁ ଦାଶ, ସର୍ବାଣି ଦାସ, କ୍ରିଷ୍ଣା ମହାପାତ୍ର ପୌର୍ଣ୍ଣମାସୀ ଦେବୀ, ବିପିନ ବିହାରୀ ଦଳାଇ, ଚନ୍ଦ୍ରଶେଖର ମହାରାଣା, ସଦାଶିବ ମିଶ୍ର, ମୀରା ମହାନ୍ତି,ପ୍ରତିମା ସୁଆର ଓ ତପନ କୁମାର ସେଠୀ ପ୍ରମୁଖ ଦେଶାତ୍ମବୋଧ କବିତା ପାଠ କରି ଥିଲେ। ପରିଶେଷରେ ସର୍ବାଣୀ ଦାସ ଧନ୍ୟବାଦ ଦେଇଥିଲେ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed