March 11, 2026

ବେଲଗୁଣ୍ଠା ପେଣ୍ଠ ସାହିରେ ଏକମାସ ବ୍ୟାପୀ ଶ୍ରୀମଦ ଭାଗବତ ପାରାୟଣ ଓ ପ୍ରବଚ଼ନ ଜ୍ଞାନଯଜ୍ଞ

IMG-20260125-WA0064
Share

 

 

ବେଲଗୁଣ୍ଠା,୨୫/୦୧,ଅନାଦି ସୃଷ୍ଟିର ସ୍ରଷ୍ଟା ଅଖିଳ ବ୍ରହ୍ମାଣ୍ଡ ନାୟକ ରସଘନ ବିଗ୍ରହ, ଭକ୍ତି ଜ୍ଞାନାଲୋକ ପ୍ରଦାୟନ, ପରମ କଲ୍ୟାଣମୟ ଦାରୁବ୍ରହ୍ମ ଦଧିବାମନ ରୂପୀ ଜଗନ୍ନାଥଙ୍କ ର ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ପେଣ୍ଠସାହିରେ ଏକଶତ ବର୍ଷରୁ ଅଧିକ ବର୍ଷ ପୂର୍ବେ ମାଘ ଶୁକ୍ଳ ବଡ଼ ଏକାଦଶୀ ତିଥିରେ ଆବିର୍ଭାବ ହୋଇ ଏହିମନ୍ଦିର ପ୍ରତିଷ୍ଠା ହୋଇଥିଲା। ଏଣୁ ଏହି ମନ୍ଦିର ପ୍ରତିଷ୍ଠା ଦିବସଟିକୁ “ବ୍ରହ୍ମୋତ୍ସବ” ରୂପେ ପ୍ରତିବର୍ଷ ପାଳନ କରାଯାଉଛି। ସେହିପରି ମା’ ଜଗତଜନନୀ ବୈଭବ ଲକ୍ଷ୍ମୀଙ୍କର ମନ୍ଦିର ୨୦୨୩ ମସିହାର ମାଘ ଶୁକ୍ଳ ଦ୍ଵାଦଶୀ ତିଥିରେ ପ୍ରତିଷ୍ଠା ହୋଇ ମାଁ ଙ୍କର ଆବିର୍ଭାବ ହୋଇଛି। ଏହିଅବସରରେ ଏକ ମାସ ବ୍ୟାପୀ ଶ୍ରୀମଦ୍ ଭାଗତ ପାରାୟଣ ଓ ପ୍ରବଚନ ଜ୍ଞାନଯଜ୍ଞ ଚଳିତ ମାଘ ଶୁକ୍ଳ ପ୍ରତିପଦା ଠାରୁ ଆରମ୍ଭ ହୋଇ ମାଘ ମାସ ପୂର୍ଣ୍ଣମି ତିଥି ପର୍ଯ୍ୟନ୍ତ ଚାଲୁ ରହିବ I ପ୍ରବଚ଼କ ରୂପେ କୁରାଳମଠ ମହନ୍ତ ଦଧିବାମନ ଦାସ ମହାରାଜ ଓ ସହଯୋଗୀ ତବଲା ବାଦକ ରମେଶ ବିଷୋୟୀ, ହାରମୋନିୟମ୍ ଚାଳକ ବିକାଶ ସାହୁ ଓ କମଳ କୁମାର ଦାଶ ଆଚାର୍ଯ୍ୟ ଯୋଗ ଦେଇଥିଲେ I ଏଥିସହିତ ଚଳିତ ମାଘ ଶୁକ୍ଳ ବଡ଼ ଏକାଦଶୀ ଦିନ ଜଗନ୍ନାଥଙ୍କ “ବ୍ରହ୍ମୋତ୍ସବ” ଓ ୩୦ ତାରିଖ ଦିନ ମାଁ ଜଗତ ଜନନୀ ବୈଭବ ଲକ୍ଷ୍ମୀଙ୍କ ୪ର୍ଥ ମନ୍ଦିର ପ୍ରତିଷ୍ଠାଉତ୍ସବ ମହା ସମାରୋହରେ ବର୍ଣ୍ଣାତ୍ୟ ପରିବେଶରେ ଅନୁଷ୍ଠିତ ହେବ I ଏଥିରେ କର୍ତ୍ତା ଭାବେ ଯୋଗଦେବେ ଧବଳେଶ୍ଵର ଜେନା ଓ ସହ ଧର୍ମଣୀ ଗୀତାଞ୍ଜଳି ଜେନା I ସିଏଚ୍ ଚିଦାନନ୍ଦ ପାତ୍ର ନ୍ୟାସୀ ଏବଂ ରାଧାମୋହନ ଦାଶଙ୍କ ଦ୍ୱାରା ସମସ୍ତ କାର୍ଯ୍ୟକ୍ରମ ପରି c ଚାଳିତ ହେଉଛି Iବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ