April 27, 2026

ଗୁମ୍ମା ବ୍ଲକରେ ସୌରା ବାପଟିଷ୍ଟ ଓ ଉତ୍କଳ ବାପଟିଷ୍ଟ ମହିଳା ସମ୍ମିଳନୀରେ ଯୋଗ ଦେଲେ ବିଧାୟକ ରୂପେଶ ପାଣିଗ୍ରାହୀ           

IMG-20260125-WA0054
Share

 

ପାରଳାଖେମୁଣ୍ଡି(ଗରୁଡ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଗୁମ୍ମା ବ୍ଲକ ଅନ୍ତର୍ଗତ ତୁମକୁରପାର୍ଲି ଗ୍ରାମ ଠାରେ ଏକ ବିଶାଳ ସୌରା ବାପଟିଷ୍ଟ ଖ୍ରୀଷ୍ଟିଆନ ମଣ୍ଡଳୀ ସମ୍ମିଳନୀ ରେ ଯୋଗ ଦେଲେ ମାନ୍ୟବର ପାରଳା ବିଧାୟକ ରୂପେଶ ପାଣଗ୍ରାହୀ, ଖ୍ରୀଷ୍ଟିୟ ଭାଇ ଓ ଭଊଣି ମାନଙ୍କୁ ପ୍ରଥମେ ସୌରା ଭାଷାରେ ନମସ୍କାର ଜଣାଇବା ସହ ଅଭିନନ୍ଦନ ଜଣାଇଥିଲେ।ପରେ ପ୍ରଭୁ ଯିଶୁ ଙ୍କ ବାଣୀ ବିଷୟରେ କହିଥିଲେ।ସେହି ଭଳି ଗୁମ୍ମା ବ୍ଲକ ଅନ୍ତର୍ଗତ ତରଙ୍ଗଡା ଗ୍ରାମ ଠାରେ ହୋଇଥିବା ଉତ୍କଳ ବାପଟିଷ୍ଟ ମହିଳା ସମିତି ର ୫୧ ତମ ବାର୍ଷିକ ଉତ୍ସବରେ ଯୋଗ ଦେଇଥିଲେ ବିଧାୟକ ରୁପେଶ ପାଣିଗ୍ରାହୀ।ପ୍ରଥମେ ବିଧାୟକଙ୍କୁ ସ୍ଵାଗତ ଜଣାଇଥିଲେ ସମ୍ମିଳନୀ ରେ ଉପସ୍ଥିତି ଥିବା କର୍ମକର୍ତ୍ତା ଓ ଧର୍ମାଲମ୍ବୀ ପ୍ରମୁଖ।