ବୁଗୁଡ଼ାରେ “ପାରମ୍ପରିକ ଚିତ୍ରକଳା ଶିବିର” ଉଦଘାଟିତ
ବୁଗୁଡ଼ାରେ “ପାରମ୍ପରିକ ଚିତ୍ରକଳା ଶିବିର” ଉଦଘାଟିତ
ବୁଗୁଡା : ତା ୧୫/୦୫/୨୩ : ଓଡିଶା ଲଳିତ କଳା ଏକାଡେମୀ ପକ୍ଷରୁ ସ୍ଥାନୀୟ ବିରଞ୍ଚି ନାରାୟଣ କଲ୍ଯାଣୀ ମଣ୍ଡପ ଠାରେ ଆୟୋଜିତ “ପାରମ୍ପରିକ ଚିତ୍ରକଳା ଶିବିର” ଉଦଘାଟିତ ହୋଇଯାଇଛି । ଶ୍ରୀ ବିରଞ୍ଚି ନାରାୟଣ ମଠ ମହନ୍ତ ଭକ୍ତରାମ ଦାସଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଏନ୍ଏସି ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନ , ମୁଖ୍ୟ ବକ୍ତା ଭାବେ ଅଧ୍ଯାପକ ବିଭୂତି ଭୂଷଣ ମିଶ୍ର , ସମ୍ମାନିତ ଅତିଥି ଭାବେ ଏନ୍ଏସି ଉପାଧ୍ୟକ୍ଷା ଗୀତାଞ୍ଜଳି ପାଢ଼ୀ , ପ୍ରାକ୍ତନ କାଉନସିଲର ସୁଧାଂଶୁ ଶେଖର ପାଢ଼ୀ ପ୍ରମୁଖ ଯୋଗ ଦେଇ ଉପସ୍ଥିତ ଚିତ୍ରଶିଳ୍ପୀମାନଙ୍କୁ ମାର୍ଗ ଦର୍ଶନ ସହ ଉତ୍ସାହିତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଓଡିଶା ଲଳିତ କଳା ଏକାଡେମୀର ସଚିବ ପଞ୍ଚାନନ ସାମଲ ପରିଚାଳନା କରିଥିବା ବେଳେ ଏଥିରେ ବିଭିନ୍ନ ଜିଲ୍ଲାର ୭ଟି ଚିତ୍ରକଳା ଶିକ୍ଷାନୁଷ୍ଠାନର ୧୪ ଜଣ ଚିତ୍ରଶିଳ୍ପୀ ଅଂଶ ଗ୍ରହଣ କରିଥିଲେ । ଉକ୍ତ ତ୍ରିଦିବସୀୟ ଶିବିରର ଆଦ୍ୟ ଦିବସରେ ଯୁବ ଶିଳ୍ପୀମାନଙ୍କ ଦ୍ବାରା ବିରଞ୍ଚି ନାରାୟଣ ମନ୍ଦିରର ଭିତ୍ତିଚିତ୍ର ଶୈଳୀରେ ଚିତ୍ରାଙ୍କନର ଶୁଭାରମ୍ଭ ହୋଇଥିଲା ।